ETV Bharat / bharat

Shocking ! ତିନି ଶିଶୁଙ୍କୁ ହତ୍ୟା ପରେ ଫାଶିରେ ଝୁଲି ପଡିଲା ମାଆ - ରାଜସ୍ଥାନରେ ଆତ୍ମହତ୍ୟା ଘଟମା

ଚିତୋରଗଡ ଜିଲ୍ଲାର କପାସନ ଥାନା ଅଞ୍ଚଳରେ ଦୁଃଖଦନୀୟ ଘଟଣା । ନିଜର ତିନି ଶିଶୁଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କଲା ମାଆ । ଅଧିକ ପଢନ୍ତୁ

ତିନି ଶିଶୁଙ୍କୁ ହତ୍ୟା ପରେ ନିଜେ ଫାଶିରେ ଝୁଲି ପଡିଲା ମାଆ

author img

By

Published : May 5, 2022, 1:50 PM IST

ଜୟପୁର: ନିଜର ତିନି ଶିଶୁଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କଲା ମାଆ । ଏଭଳି ଦୁଃଖଦନୀୟ ଘଟଣା ଘଟିଛି ରାଜସ୍ଥାନ ଚିତ୍ତୋରଗଡ ଜିଲ୍ଲାର କପାସନ ଥାନା ଅଞ୍ଚଳରେ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହା ପଛରେ ପାରିବାରିକ କାରଣ ହୋଇପାରେ ବୋଲି ସନ୍ଦେହ କରାଯାଉଛି ।

ସୂଚନା ଅନୁଯାୟୀ, ମହିଳା ଜଣଙ୍କ ଗତ ୭ ବର୍ଷ ହେଲା ଏକ କୁକୁଡା ଫାର୍ମରେ କାମ କରୁଥିଲେ । ତେବେ ଗତକାଲି ରାତିରେ କୌଣସି କାରଣକୁ ନେଇ ନିଜ ୩ ଶିଶୁଙ୍କୁ ପ୍ରଥମେ ଏକ ରଶିରେ ଝୁଲାଇ ହତ୍ୟା କରିବା ପରେ ନିଜେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏନେଇ କୁକୁଡା ଫାର୍ମର ମାଲିକ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ଭୁରାଲାଲଙ୍କ ପତ୍ନୀ ରୂପା ଓ ତାଙ୍କର ୩ ଝିଅ ।

ଏହି ଘଟଣାରେ ପୋଲିସ ପରିବାର ଲୋକଙ୍କୁ ଅବଗତ କରାଇବା ପରେ କେଉଁ କାରଣରୁ ମାଆ ନିଜ ଶିଶୁଙ୍କୁ ହତ୍ୟା କରି ଆତ୍ମହତ୍ୟା କଲା ସେନେଇ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.