ETV Bharat / bharat

ରାକ୍ଷସୀ ରୂପୀ ମାଆ ! ନିଜ ଛୁଆକୁ କାଟି କଲା ଖଣ୍ଡ ଖଣ୍ଡ

author img

By

Published : Jan 8, 2023, 7:42 PM IST

ସନ୍ତାନର ସୁରକ୍ଷା କବଚ ହୋଇଥାଏ ମାଆ । ହେଲେ ଏଠାରେ ମାଆ ନିଜ ୪ମାସର ଶିଶୁକୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି (Mother killed 4 year old child) । ଏଭଳି ଛାତିଥର ଘଟଣା ଉତ୍ତରପ୍ରଦେଶ ସୁଲତାନପୁରଠାରେ ଘଟିଛି । ଅଧିକ ପଢନ୍ତୁ

Etv Bharat
Etv Bharat

ଲକ୍ଷ୍ନୌ: କୁହାଯାଏ ଯାହାର ମାଆ ନାହିଁ ତାର ସାହା ନାହିଁ । ମାଆ ସନ୍ତାନ ପାଇଁ ହୋଇଥାଏ ରକ୍ଷା କବଚ । କୌଣସି ବି ପ୍ରତିକୂଳ ପରିସ୍ଥିତିରୁ ନିଜ ଛୁଆକୁ ରକ୍ଷା କରିଥାଏ । ହେଲେ ଏଠାରେ ମାଆ ସାଜିଛି ରାକ୍ଷସୀ । ଆଉ ନିଜ ଜନ୍ମ କଲା ସନ୍ତାନକୁ ହତ୍ୟା କରିବାକୁ ପଛଘୁଞ୍ଚା ଦେଇନାହିଁ (Mother killed 4 year old child) । ହତ୍ୟା କରିବା ସହ ନିଜ ଛୁଆକୁ କାଟି ଖଣ୍ଡ ଖଣ୍ଡ କରିଥିବା ଅଭିଯୋଗ ହୋଇଛି । ଏଭଳି ଛାତିଥରା ଘଟଣା ଉତ୍ତରପ୍ରଦେଶର ସୁଲତାନପୁର ଅଞ୍ଚଳରେ ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ ମହିଳା ଜଣକ ନିଜ ୪ମାସର ଶିଶୁକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମହିଳା ଜଣକ ମା' କାଳୀଙ୍କ ପ୍ରତିମୂର୍ତ୍ତି ଆଗରେ ଏକ ଧାରୁଆ ଅସ୍ତ୍ରରେ ନିଜ ସନ୍ତାନର ବଳି ପକାଇଛି । ଏହି ନୃଶଂସ ଘଟଣା ସ୍ଥାନୀୟ ଅଞ୍ଚଳରେ ଚହଳ ପକାଇଛି । କଳାଯାଦୁର ବଶବର୍ତ୍ତୀ ହୋଇ ମହିଳା ଜଣକ ଏପରି କରିଥିବା କୁହାଯାଉଛି । ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ନେଇ ଏସ୍‌ପି ସୋମେନ ବର୍ମା କହିଛନ୍ତି ଯେ ଘଟଣାର ଯାଞ୍ଚ ହେଉଛି । ତଦନ୍ତ ପରେ ଅଭିଯୁକ୍ତ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏବେ ଅଭିଯୁକ୍ତ ମହିଳାଙ୍କୁ ପୋଲିସ ହେପାଜତକୁ ନେଇଛି ।

ଏହା ବି ପଢନ୍ତୁ- ପଞ୍ଜାବ ସୀମାରେ ୩୧ କିଲୋ ହେରୋଇନ ଜବତ, ଦୁଇ ଗିରଫ

ଗୋସାଇଗଞ୍ଜ ଥାନା ଅଞ୍ଚଳର ଧନଉଡିହ ଗ୍ରାମର ଅଧିବାସୀ ଶିବକୁମାର କାନପୁରଠାରେ ଶ୍ରମିକ ଭାବେ କାର୍ଯ୍ୟ କରିଥାନ୍ତି । ତାଙ୍କ ପତ୍ନୀ ମଞ୍ଜୁ ଦେବୀ(୩୫) ଗାଁରେ ରୁହନ୍ତି । ରବିବାର ସକାଳ ୯ଟା ସମୟରେ ମା' କାଳୀଙ୍କ ପ୍ରତିମୂର୍ତ୍ତି ସାମନାରେ ନିଜ ୪ମାସର ଶିଶୁକୁ ବଳି ପକାଇଥିବା ଅଭିଯୋଗ ହୋଇଛି । ସେପଟେ ଅଭିଯୁକ୍ତ ମହିଳା ମଞ୍ଜୁ ମାନସିକ ରୋଗରେ ପୀଡ଼ିତ ଥିବା ନେଇ ତାଙ୍କର ଅନ୍ୟ ସନ୍ତାନମାନେ ଅଭିଯୋଗ କରିଛନ୍ତି । ଗତ କିଛି ଦିନ ଧରି ସେ ଅଦ୍ଭୁତ ପ୍ରକାର କାର୍ଯ୍ୟ କରିବା ସହ ଅସାଧାରଣ ଆଚରଣ କରୁଥିବା ସେମାନେ କହିଛନ୍ତି । ଅନ୍ୟପଟେ ପୋଲିସ ୪ମାସ ଶିଶୁର ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି ।

ଗ୍ରାମବାସୀଙ୍କ କହିବାନୁସାରେ ମଞ୍ଜୁ ଦେବୀ ବହୁ ସମୟ ଧରି କଳାଯାଦୁ କରୁଥିଲେ । ମନସ୍କାମନା ପୂର୍ଣ୍ଣ କରିବା ଲାଗି ସେ ନିଜର ୪ମାସର ଶିଶୁର ବଳି ପକାଇଛନ୍ତି । ରବିବାର ସକାଳ ୯ଟା ସମୟରେ ନିଜ ଶିଶୁକୁ ଧାରୁଆ ଅସ୍ତ୍ରରେ କାଟି ସେ ହତ୍ୟା କରିଛନ୍ତି । ସେପଟେ ଏସ୍‌ପି ଏହି ଘଟଣା ନେଇ ଆବଶ୍ୟକୀୟ ତଦନ୍ତ ପାଇଁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣା ନେଇ ଥାନା ଅଧିକାରୀ ରାଘବେନ୍ଦ୍ର ରାୱତ କହିଛନ୍ତି, "୪ମାସର ହତ୍ୟା ନେଇ ଖବର ଆସିଛି । ଅଭିଯୁକ୍ତ ମହିଳାଙ୍କୁ ହେପାଜତକୁ ନିଆଯାଇଛି । ତଦନ୍ତ ଜାରି ରହିଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.