ETV Bharat / bharat

ଏକାଠି ବାହାହେଲେ ମାଆ-ଝିଅ - ମାଆ ଝିଅ ଏକାଠି ବାହାହେବା ଖବର

ଉତ୍ତର ପ୍ରଦେଶର ଗୋରଖପୁରରେ ମାଆ-ଝିଅଙ୍କ ବାହାଘର ଗୋଟିଏ ମଣ୍ଡପରେ ସମ୍ପନ୍ନ ହୋଇଛି । ଅଧିକ ପଢନ୍ତୁ...

ଏକାଠି ବାହାହେଲେ ମାଆ ଓ ଝିଅ
ଏକାଠି ବାହାହେଲେ ମାଆ ଓ ଝିଅ
author img

By

Published : Dec 11, 2020, 10:05 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଏକ ବିରଳ ଘଟଣା ଘଟିଛି । ମାଆ-ଝିଅ ଏକାଠି ଗୋଟିଏ ମଣ୍ଡପରେ ବିବାହ କରୁଥିବା ଦେଖିବାକୁ ମିଳିଛି । ତେବେ ରାଜ୍ୟ ସରକାରଙ୍କ ସହାୟତାକ୍ରମେ ଗୋରଖପୁରରେ ଏକ ସାମୂହିକ ବିବାହ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ସମୁଦାୟ 63ଟି ବିବାହ ହୋଇଛି । ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନା ଜରିଆରେ ପିପ୍ରାଉଲି ଗ୍ରାମରେ ଏହି ମାଆ-ଝିଅଙ୍କ ବାହାଘର ହୋଇଛି ।

ସୂଚନା ଅନୁଯାୟୀ ବେଲା ଦେବୀ(53) 25 ବର୍ଷ ତଳେ ତାଙ୍କ ସ୍ବାମୀଙ୍କୁ ହରାଇଥିଲେ । ବେଲାଙ୍କ 3ଟି ଝିଅ ଏବଂ 2ଟି ପୁଅ ଥିଲେ । ତାଙ୍କ ଝିଅ ଇନ୍ଦୁ(27) ରାହୁଲ ନାମକ ଜଣେ ଯୁବକଙ୍କୁ ବିବାହ କରୁଥିଲେ । ଏହି ଉତ୍ସବରେ ବେଲା ଜଗଦିଶ ନାମକ ଜଣେ 55 ବର୍ଷୀୟ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି, ଯିଏକି ଏକାକୀ ଜୀବନ ଅତିବାହିତ କରୁଥିଲେ ।

ଏହି ବିବାହ ଉତ୍ସବରେ ବିଡିଓ ଡ. ସିଏସ କୁଶଓ୍ବାହା, ସତ୍ୟପାଲ ସିଂହ, ରମେଶ ଦିଓ୍ବେଦୀ, ରତନ ସିଂହ, ସୁନୀଲ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ । ସାମାଜିକ କଲ୍ୟାଣ ଅଧିକାରୀ ସପ୍ତରାଶ କୁମାରଙ୍କ କହିବା ଅନୁଯାୟୀ ଉତ୍ତର ପ୍ରଦେଶ ସରକାରଙ୍କ ମୁଖ୍ୟମନ୍ତ୍ରୀ ସାମୂହୀକ ବିବାହ ଯୋଜନା ମାଧ୍ୟମରେ ଏହି ବାହାଘର ହୋଇଛି । ଯେଉଁଥିରେ ଗରିବ, ବିଧବା ମହିଳାମାନଙ୍କୁ ଗୁରୁତ୍ବ ଦିଆଯାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.