ETV Bharat / bharat

ଜବରଦଖଲ ଉଚ୍ଛେଦ ବେଳେ ଘରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ମାଆ ଓ ଝିଅ - ଉତ୍ତରପ୍ରଦେଶରେ ମାଆ ଝିଅ ଜୀବନ୍ତ ଦଗ୍ଧ

ଉତ୍ତରପ୍ରଦେଶ କାନପୁର ଦେହାତରେ ଅଭାବନୀୟ ଘଟଣା । ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ବେଳେ ଘରେ ଲାଗିଲା ନିଆଁ । ଜୀଅନ୍ତା ଜଳିଗଲେ ମାଆ ଓ ଝିଅ । ଅଧିକ ପଢନ୍ତୁ

ଜବରଦଖଲ ଉଚ୍ଛେଦ ବେଳେ ମାଆ ଓ ଝିଅ ମୃତ
ଜବରଦଖଲ ଉଚ୍ଛେଦ ବେଳେ ମାଆ ଓ ଝିଅ ମୃତ
author img

By

Published : Feb 14, 2023, 12:10 PM IST

ଲକ୍ଷ୍ନୌ: ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ବେଳେ ଘରେ ଲାଗିଲା ନିଆଁ । ଜୀଅନ୍ତା ଜଳିଗଲେ ମାଆ ଓ ଝିଅ । ଗତକାଲି(ସୋମବାର) ଉତ୍ତରପ୍ରଦେଶ କାନପୁର ଦେହାତରେ ଏଭଳି ଛାତିଥରା ଘଟଣା ଘଟିଛି । ପୋଲିସ ଓ ପ୍ରଶାସନିକ ଟିମ୍ ବୁଲଡୋଜର ଧରି ଜବରଦଖଲ ଉଚ୍ଛେଦ କରୁଥିବା ବେଳେ ଗୋଟିଏ କୁଡିଆ ଘରେ ନିଆଁ ଲାଗି ମାଆ ଓ ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେମାନଙ୍କୁ ବଞ୍ଚାଇବାକୁ ଯାଇ ମହିଳାଙ୍କ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି । ଏହି ଅଭାବନୀୟ ଘଟଣାରେ SDM, SHOଙ୍କ ସମେତ ଉଚ୍ଛେଦ ପାଇଁ ଆସିଥିବା ଅଧିକାରୀଙ୍କ ବିରୁଦ୍ଧରେ ଏତଲା ଦାଖଲ ହୋଇଛି ।

  • कानपुर के मैथा में DM,SDM और लेखपाल के शोषण और बुल्डोजर का शिकार होकर प्रमिला दीक्षित, कृष्ण गोपाल दीक्षित व नेहा दीक्षित ने खुद को किया आग के हवाले।

    पुलिस प्रशासन ने कानपुर में बलवंत सिंह की हत्या कर दी थी, अब भी प्रशासन निर्दोषों की मौत का बन रहा कारण।शर्मनाक!
    मुआवजा दे सरकार। pic.twitter.com/WzmuY38SG2

    — Samajwadi Party (@samajwadiparty) February 13, 2023 " class="align-text-top noRightClick twitterSection" data=" ">

ଅନ୍ୟପଟେ ମୃତକଙ୍କ ପରିବାର ଲୋକେ ପ୍ରଶାସନିକ ଟିମ୍ ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତହସିଲ ଓ ଜିଲ୍ଲା ପ୍ରଶାସନ ଜାଣିଶୁଣି ଘରେ ନିଆଁ ଲଗାଇ ହତ୍ୟା କରିଥିବା ସେମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସୂଚନା ପାଇ ଡିଭିଜିନାଲ କମିଶନର ରାଜଶେଖର ଏବଂ କାନପୁର ଜୋନ ଏଡିଜି ଆଲୋକ ସିଂହ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ଗ୍ରାମବାସୀ ଓ ପୀଡିତ ପରିବାର ସହ ଆଲୋଚନା କରିଛନ୍ତି । ଏହି ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଡିଜି ଆଶ୍ବସନା ଦେଇଛନ୍ତି । ଏହାସହିତ ପୀଡିତ ପରିବାରକୁ ଯଥାସମ୍ଭବ ସହୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଯାହା ସୂଚନା ମିଳିଛି, ପ୍ରଶାସନିକ ଟିମ୍ କାନପୁର ଦେହାତ ରୁରା ଥାନା ଅଞ୍ଚଳରେ ଥିବା ଶିବ ମନ୍ଦିର ଉଚ୍ଛେଦ କରିବାକୁ ଆସିଥିଲେ । ଏହା ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ମନ୍ଦିର ପାଖରେ ଥିବା କୁଡିଆ ଘରେ ନିଆଁ ଲଗାଯାଇଥିଲା । ଘର ଭିତରେ ମାଆ ଓ ଝିଅ ଥିବାବେଳେ ସେମାନେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।

ତେବେ ପୀଡିତ ପରିବାରର କହିବାନୁସାରେ, ଗତ ଜାନୁୟାରୀରେ ମନ୍ଦିର ପାଖରେ ଥିବା ତାଙ୍କ ଘର ବେଆଇନ ଭାବେ ନିର୍ମାଣ ହୋଇଥିବା ଅଭିଯୋଗରେ ପ୍ରଶାସନ ପକ୍ଷରୁ ଏହାକୁ ଉଚ୍ଛେଦ ପାଇଁ ଯୋଜନା ହୋଇଥିଲା । ଏନେଇ ପରିବାର ଲୋକେ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ଗୁହାରି କରିଥିଲେ । ଏହାସତ୍ତ୍ବେ ମଧ୍ୟ ତାଙ୍କ ଘର ଉପରେ ବୁଲଡୋଜର ଚଳାଇ ଭାଙ୍ଗି ଦିଆଯାଇଥିଲା । ଏହାପରେ ପରିବାର ଲୋକେ ସେହି ସ୍ଥାନରେ କୁଆଡି କରି ରହୁଥିଲେ ।

ସୋମବାର ଦିନ ତହସିଲ ଓ ଜିଲ୍ଲା ପ୍ରଶାସନିକ ଟିମ୍ ସେହି ସ୍ଥାନରେ ମନ୍ଦିର ପାଇଁ ଉଚ୍ଛେଦ କରିବାକୁ ଆସିଥିଲେ । ଏହି ସମୟରେ ପ୍ରଶାସନିକ ଟିମ୍ ମନ୍ଦିର ପାଖରେ ଥିବା ତାଙ୍କ କୁଡିଆରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଏଥିରେ ମାଆ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ କୃଷ୍ଣ ଗୋପାଳ ଦୀକ୍ଷିତ ସେମାନଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ଆହତ ହୋଇଥିଲେ । ଏହିପରେ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ଗାଡି ଛାଡି ଫେରାର ହୋଇଯାଇଥିଲେ । ପୀଡିତ ପରିବାର ଲୋକେ ସ୍ଥାନୀୟ ତହସିଲ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏହି ଘଟଣାକୁ ନେଇ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏବେ ବ୍ରାହ୍ମଣ ବି ଯୋଗୀ ସରକାରର ଟାର୍ଗେଟକୁ ଆସିଥିବା ସେ କହିଛନ୍ତି । ଏହି ଘଟଣା ଏବେ ସାରା ରାଜ୍ୟରେ ଆଲୋଡନ ଖେଳାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.