ETV Bharat / bharat

ମର୍ଣ୍ଣିଂଓ୍ବାକ ବେଳେ ପଛରୁ ମାଡିଗଲା କାର; ମା’ ଓ ଝିଅ ସମେତ 3 ମୃତ

ମର୍ଣ୍ଣିଂଓ୍ବାକ ବେଳେ ମାଡିଗଲା ଦୃତଗାମୀ କାର । ମା’ ଓ ଝିଅ ସମେତ 3 ମୃତ । ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଦୃଶ୍ୟ । ଅଧିକ ପଢନ୍ତୁ

author img

By

Published : Jul 4, 2023, 5:40 PM IST

ମର୍ଣ୍ଣିଂଓ୍ବାକ ବେଳେ ମାଡିଗଲା କାର, ମା’ ଓ ଝିଅ ସମେତ 3 ମୃତ

ହାଇଦ୍ରାବାଦ: ମର୍ଣ୍ଣିଂଓ୍ବାକ ବେଳେ ମାଡିଗଲା ଦୃତଗାମୀ କାର । ଏଥିରେ ମା’ ଓ ଝିଅ ସମେତ 3 ଜଣଙ୍କ ମୃତ୍ୟୁ ହୋଇଛି । ହାଇଦ୍ରାବାଦ ସହରର ବାନ୍ଦଲାଗୁଡା ଅଞ୍ଚଳରେ ଆଜି (ମଙ୍ଗଳବାର) ସକାଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସମୟର ଭିଡିଓ ନିକଟରେ ଲାଗିଥିବା ସିସିଟିଭିରେ କଏଦ ମଧ୍ୟ ହୋଇଛି । ଦୁର୍ଘଟଣାର ସିସିଟିଭି ଫୁଟେଜରୁ ଜଣାପଡିଛି ଯେ କାରଟି ଦ୍ରୁତ ଗତିରେ ଯାଉଥିବା ବେଳେ ଟର୍ଣ୍ଣ ନେବା ସମୟରେ ନିୟନ୍ତ୍ରଣ ହରାଇ ରାସ୍ତାକଡରେ ଚାଲୁଥିବା ପଥଚାରୀଙ୍କ ଉପରେ ମାଡି ଯାଇଥଲା । ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର କାର ସହ ଫେରାର ମଧ୍ୟ ହୋଇଯାଇଛି ।

ସୂଚନା ପାଇ ପୋଲିସ ପହଞ୍ଚି ସମସ୍ତ ମୃତଦେହ ଉଦ୍ଧାର କରି ଓସମାନିଆ ହସ୍ପିଟାଲକୁ ଆଣିଥିଲା । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ତାଙ୍କ ଝିଅଙ୍କ ସମେତ ଅନ୍ୟ ଜଣେ ସମ୍ପର୍କୀୟ ରହିଛନ୍ତି । ସମସ୍ତେ ମର୍ଣ୍ଣିଂଓ୍ବାକରେ ବାହାରିଥିଲେ । ମୃତକଙ୍କ ପରିଚୟ ପୋଲିସ ସ୍ପଷ୍ଟ କରିନି । ଅନ୍ୟପଟେ ଏକ ମାମଲା ରୁଜୁ ହୋଇ ଫେରାର ହୋଇଯାଇଥିବା କାରକୁ ଠାବ କରିବା ପାଇଁ ପ୍ରୟାସ ଜାରି ରହିଛି । ଦୁର୍ଘଟଣା ଘଟିଥିବା ଉକ୍ତ ରାସ୍ତାରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଫୁଟେଜ ସଂଗ୍ରହ କରି କାରର ନମ୍ବର ସ୍ପଷ୍ଟ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ:-ମହାରାଷ୍ଟ୍ରରେ ଭୟଙ୍କର ସଡ଼କ ଦୁର୍ଘଟଣା: ଏକାଧିକ ଗାଡ଼ିକୁ ଧକ୍କା ଦେଲା ଟ୍ରକ, ୧୦ ମୃତ ୨୭ ଆହତ

ଅନ୍ୟପଟେ ଆଜି ମହାରାଷ୍ଟ୍ରରେ ମଧ୍ୟ ସଡକ ଦୁର୍ଘଟଣାରେ 10 ଜଣଙ୍କ ମୃତ୍ୟୁ ହୋଇଛି । ଧୁଲେ ଜିଲ୍ଲା ପଲାସନେରରେ ମୁମ୍ବାଇ-ଆଗ୍ରା ଜାତୀୟ ରାଜପଥରେ ଏକ ଟ୍ରକ ନିୟନ୍ତ୍ରଣ ହରାଇ ଏକ କାରକୁ ଧକ୍କା ଦେବା ପରେ ଏକାଧିକ ଗାଡି ଉପରେ ମାଡିଯାଇଥିଲା । ଏଥିରେ ଘଟଣାସ୍ଥଳରେ ଓ ହସ୍ପିଟାଲ ନେବା ରାସ୍ତାରେ ମୋଟ 10 ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ପ୍ରାୟ 27 ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସହ ପୋଲିସ ପହଞ୍ଚି ମୃତାହତଙ୍କ ଉଦ୍ଧାର କରି ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା । ବ୍ରେକଫେଲ ହେବା କାରଣରୁ ଦୃତଗାମୀ ଟ୍ରକଟି ଭାରସାମ୍ୟ ହରାଇ ଏକାଧିକ ଗାଡିକୁ ଧକ୍କା ଦେଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଘଟଣାର ତଦନ୍ତ ପୋଲିସ ଜାରି ରଖିଥିଲା ବେଳେ ଦୁର୍ଘଟଣା ସମୟର ଭିଡିଓ ମଧ୍ୟ ସିସିଟିଭିରେ ରେକର୍ଡ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.