ETV Bharat / bharat

କେମିତି ହେବ ମୃତଦେହ ସଂସ୍କାର ? ଠେଲା ଗାଡି ଉପରେ ପୁଅର ମରଶରୀର, ବୁଲି ବୁଲି ଭିକ୍ଷା ମାଗୁଛି ମା’

author img

By ETV Bharat Odisha Team

Published : Sep 6, 2023, 5:01 PM IST

ପୁଅର ମୃତଦେହକୁ ସାଥିରେ ବୋହି ମା' ମାଗୁଛି ସାହାଯ୍ୟ । ସହାୟତାର ହାତ ବଢାଇଲେ ପୋଲିସ ଅଧିକାରୀ । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟର ଭିଡିଓ ।

meerut viral video
ପୁଅର ମୃତଦେହ ସଂସ୍କାର ପାଇଁ ମା' ମାଗିଲା ଭିକ୍ଷା, ଭିଡିଓ ଭାଇରାଲ
ମୃତଦେହ ସଂସ୍କାର ପାଇଁ ମା' ମାଗିଲା ଭିକ୍ଷା

ଲକ୍ଷ୍ନୌ: ପୁଅର ମୃତଦେହ ସତ୍କାର ପାଇଁ ସହାୟତା ଭିକ୍ଷା କରୁଛି ଜଣେ ବୃଦ୍ଧା ମା' । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ। ଭାଇରାଲ ଭିଡିଓରେ ଜଣେ ବୟସ୍କା ମା ନିଜ ପୁଅର ମୃତ ଦେହକୁ ଠେଲା ଗାଡିରେ ରଖି ମୃତଦେହ ସଂସ୍କାର ପାଇଁ ଆର୍ଥିକ ସାହାଯ୍ୟ ଭିକ୍ଷା କରୁଥିବା ଦେଖାଯାଉଛି । ଏହି ଭିଡିଓଟି ଉତ୍ତରପ୍ରଦେଶର ଜିଲ୍ଲା ମିରଟ ଅଞ୍ଚଳର ହୋଇଥିବା ଜଣାପଡିଛି ।

ସୋସିଆଲ ମିଡିଆରେ ମିରଟର ଏକ ଭିଡିଓ ବେଶ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ଜଣେ ବୟସ୍କା ମା' ଠେଲାଗାଡିରେ ନିଜ ପୁଅର ମୃତଦେହକୁ ରଖି ସାହାଯ୍ୟ ଭିକ୍ଷା କରୁଛନ୍ତି । ପୁଅର ଶବ ସତ୍କାର ପାଇଁ ଆବଶ୍ୟକ ଟଙ୍କା ଯୋଗାଡ କରିବା ପାଇଁ ମା ଏଭଳି କରୁଥିବା ଭିଡିଓରୁ ଜଣା ପଡୁଛି । ଏକ ଭିଡ ରାସ୍ତାରେ ଟଙ୍କା ପାଇଁ ସମସ୍ତଙ୍କୁ ନେହୁରା ହେଉଥିବା ବେଳେ କେହି ବି ସାହାଯ୍ୟର ହାତ ବଢାଇନଥିବା ଦେଖିବାକୁ ମିଳୁଛି । ଠେଲା ଗାଡିଟି ମୃତ ଯୁବକଙ୍କ ସାନ ଭାଇ ନେଉଯାଉଥିବା ବେଳେ ବୟସ୍କା ମା'ଟି ସମସ୍ତଙ୍କୁ ଟଙ୍କା ପାଇଁ ନେହୁରା ହେଉଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଭାଇରାଲ ଭିଡିଓଟି ମିରଟ ଜିଲ୍ଲାର ତେଜଗଢି ଛକ ନିକଟର ହୋଇଥିବା ଜଣାପଡିଛି । ଏହି ଛକରେ ମଙ୍ଗଳବାର ଦିନ ଜଣେ ଅସହାୟ ମା' ନିଜ ପୁଅର ମୃତଦେହର ଅନ୍ତିମ ସଂସ୍କାର ପାଇଁ ସହାୟତା ମାଗୁଥିଲେ । ଏହି ସମୟରେ କେହି ଜଣେ ବି ତାଙ୍କୁ ସାହାଯ୍ୟର ହାତ ବଢାଇନଥିବା ଦେଖିବାକୁ ମିଳିଥିଲା ।

ପରିଶେଷରେ ମା' ଜଣକ ନିଜ ସାନ ପୁଅ ଓ ଆଉ ଏକ ପୁଅର ମୃତଦେହକୁ ସାଥିରେ ଧରି ଥାନା ପରିସରରେ ପହଞ୍ଚିଥିଲା । ସେଠାରେ କାର୍ଯ୍ୟରତ ଥାନା ଅଧିକାରୀ ଅମିତ ମଲିକ ବୟସ୍କା ମାକୁ ଆର୍ଥିକ ସାହାଯ୍ୟ କରିଥିବା ସୂଚନା ରହିଛି। ଥାନା ଅଧିକାରୀ ଜଣକ ନିଜେ ସାହାଯ୍ୟ କରିବା ସହ ସେଠାରେ ଥିବା ଅନ୍ୟ ଲୋକମାନଙ୍କୁ ବି ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ । ଥାନା ଅଧିକାରୀ ଜଣକ ଅନ୍ୟମାନଙ୍କଠାରୁ ଚାନ୍ଦା ଆଦାୟ କରି ବୟସ୍କା ମା'ଙ୍କୁ ସାହାଯ୍ୟ କରିଥିଲେ । ପୋଲିସ ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ନେଇ ସବୁଠି ପ୍ରଶଂସା କରାଯାଇଛି ।

ସୂଚନା ଅନୁଯାୟୀ, ମୃତ ଯୁବକ ଜଣକ ଇଟାଓ୍ବା ଅଞ୍ଚଳର ରାଜୁ ଅଟନ୍ତି । ରାଜୁଙ୍କ ମୃତଦେହ ତେଜଗଢି ଛକ ନିକଟ ରାସ୍ତା କଡ଼ରେ ପଡିଥିବା ନେଇ ତାଙ୍କ ମା' ଖବର ପାଇଥିଲେ ।ଏହା ପରେ ବୟସ୍କା ମା' ଜଣକ ସେଠାରେ ପହଞ୍ଚି ନିଜର ପୁଅର ମୃତଦେହ ଦେଖିଥିଲେ । ବୟସ୍କା ମହିଳାଙ୍କ କହିବାନୁଯାୟୀ, "ରାଜୁ ସୋମବାର ସନ୍ଧ୍ୟା ସମୟରେ ଅଚାନକ ଘରୁ କେଉଁଆଡ଼େ ଚାଲିଯାଇଥିଲେ ଓ ମଙ୍ଗଳବାର ରାସ୍ତା କଡ଼ରେ ତାଙ୍କ ମୃତଦେହ ପଡିଥିବା ଖବର ପାଇଥିଲେ ।" ମୃତ ଯୁବକ ଜଣକ ଦିନ ମଜୁରିଆ ଥିଲେ । ମଜୁରୀ ଲାଗିବା ପାଇଁ ରାଜୁଙ୍କ ପରିବାର ଗାଁରୁ ଆସି ମିରଟରେ ରହୁଥିବା ସୂଚନା ରହିଛି ।

ଏହି ଘଟଣା ନେଇ ଥାନା ମେଡିକାଲ ଅଧିକାରୀ ଅବଧେଶ କୁମାର ପ୍ରତିକ୍ରିୟା ରଖିଛନ୍ତି । ଅଧିକାରୀଙ୍କ ସୂଚନା ମୁତାବକ, "ଥାନା ଅଧିକାରୀ ଅମିତ ମଲିକ ବୟସ୍କା ମା'ଙ୍କୁ ସାହାଯ୍ୟ କରିବା ସହ ନିକଟସ୍ଥ ଶ୍ମଶାନ ଘାଟରେ ମୃତଦେହର ଅନ୍ତିମ ସଂସ୍କାର କରିଥିଲେ । ତେବେ କିଭଳି ରାଜୁଙ୍କ ମୃତ୍ୟୁ ହେଲା ସେନେଇ ତଦନ୍ତ ଜାରି ରହିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.