ETV Bharat / bharat

ମରିଗଲା ମାନବିକତା, ଟଙ୍କା ପାଇଁ ଝିଅକୁ ବିକିଲା ମାଆ

ମହିଦପୁର୍‌ ଝାରଡ଼ା ଗ୍ରାମରେ ଟଙ୍କା ପାଇଁ ଝିଅକୁ ବିକ୍ରି କଲା ମାଆ । ଏହାକୁ ନେଇ ନାବାଳିକା ଜଣକ ପୋଲିସ ନିକଟରେ ଅଭିଯୋଗ କରିବା ଘଟଣା ପଦାକୁ ଆସିଛି ।

mother arrested who sold minor daughters for money in Madhya Pradesh
ମରିଗଲା ମମତା, ଟଙ୍କା ପାଇଁ ଝିଅକୁ ବିକିଲା ମାଆ
author img

By

Published : Oct 2, 2022, 9:38 PM IST

ଭୋପାଳ: ମଧ୍ୟ ପ୍ରଦେଶ ଉଜ୍ଜେନ ଜିଲ୍ଲାରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ମହିଦପୁର୍‌ ଝାରଡ଼ା ଗ୍ରାମରେ ଟଙ୍କା ପାଇଁ ଝିଅକୁ ବିକ୍ରି କଲା ମାଆ । ଏହାକୁ ନେଇ ନାବାଳିକା ଜଣକ ପୋଲିସ ନିକଟରେ ଅଭିଯୋଗ କରିବା ଘଟଣା ପଦାକୁ ଆସିଛି । ଅଭିଯୋଗ ପରେ ସମ୍ପୃକ୍ତ ମହିଳା ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ଅଭିଯୋଗ କରି ନାବାଳିକା ଜଣକ କହିଛନ୍ତି, "ମୋ ମାଆ ପ୍ରଥମେ ମୋତେ ଟିପୁ ଖେଡ଼ା ଅଞ୍ଚଳକୁ ଡକାଇଥିଲେ । ମୁଁ ସେଠାକୁ ଯାଇ ଶ୍ୟାମ ସିଂଙ୍କ ଘରେ ରହିବାକୁ ଲାଗିଲୁ । କିଛି ଦିନ ପରେ ମୁଁ ଜାଣିବାକୁ ପାଇଲି ମୋ ମାଆ ମୋ ସାନ ଭଉଣୀକୁ ଗୋବିନ୍ଦ ନାମକ ବ୍ୟକ୍ତିକୁ ୧ ଲକ୍ଷ ୮୦ ହଜାର ଟଙ୍କାରେ ବିକ୍ରି କରିଛି । ଏହାପରେ ମୋତେ ବାହା ଦେବା ନାଁରେ ଶ୍ୟାମ ଓ ମୋର ମାଆ ମିଶି ରାଜସ୍ଥାନରେ ୪ ଲକ୍ଷ ୫୦ ହଜାର ଟଙ୍କାରେ ବିକ୍ରି କରି ଦେଇଥିଲେ । କିଛି ଦିନ ପରେ ଶ୍ୟାମ ମୋତେ ପୁନଃ ଟିପୁ ଖେଡ଼ା ଫେରାଇ ଆଣିଥିଲା ।"

ଏହାପରେ ଉକ୍ତ ନାବାଳିକା ସହ ଶ୍ୟାମ୍‌ ମାରପିଟ୍‌ କରୁଥିଲା । ନାବାଳିକାଙ୍କ ପରିବାର ପ୍ରଥମେ କୋଲଗାଁ ଜିଲ୍ଲା ସତାନାରେ ରହୁଥିଲେ । ୩ ବର୍ଷ ପୂର୍ବେ ବାପାଙ୍କ ମୃତ୍ୟୁ ପରେ ନାବାଳିକାଙ୍କ ମାଆ ସରୋଜ ମହିଦପୁରରେ ରହିବାକୁ ଲାଗିଲେ । ଟିପୁ ଖେଡା ଗ୍ରାମରେ ଶ୍ରମିକ ଭାବରେ କାମ କରୁତିଲା ଶ୍ୟାମ । ଶ୍ୟାମ୍‌ ସହ ସରୋଜ ପ୍ରତ୍ୟେକ ଦିନ କଥା ହେଉଥିଲେ । ଶ୍ୟାମର ପ୍ରରୋଚନାରେ ସରୋଜ ନିଜ ଦୁଇ ଝିଅ ଓ ପୁଅକୁ ନେଇ ଶ୍ୟାମ୍‌ ଘରକୁ ଚାଲି ଯାଇଥିଲେ । ତେବେ ନାବାଳିକା ଜଣକ ତାଙ୍କ ମାମୁଁ ପାଖରେ ରହିବାକୁ ଲାଗିଥିଲେ । କିନ୍ତୁ ମାଆ କଥାରେ ପଡ଼ି ସେ ଟିପୁଖେଡ଼ା ଯାଇଥିବାବେଳେ ତାଙ୍କୁ ମଧ୍ୟ ବିକ୍ରି କରି ଦେଇଥିଲେ ।

କିଛି ଦିନ ପୂର୍ବରୁ ସରୋଜ ରାଜସ୍ଥାନରୁ ଫେରାଇ ଆଣିଥିବା ଝିଅ ଓ ଶ୍ୟାମକୁ ନେଇ ସତାନା ଫେରିଥିଲେ । ତେବେ ଘରେ ଶ୍ୟାମକୁ ରହିବାକୁ ଅନୁମତି ଦେଇନଥିଲେ ତାଙ୍କ ଶ୍ବଶୁର । ଏହାପରେ କୌଣସି ମତେ ନାବାଳିକା ଜଣକ ସହାସ ଜୁଟାଇ ସମସ୍ତ ଘଟଣା ବିଷୟରେ ନିଜ ଜେଜେବାପାଙ୍କୁ ଜଣାଇଥିଲେ । ଏହାପରେ ଉଭୟ ଝାରଡ ଥାନାରେ ଏତଲା ଦେଇଥିଲେ । ପୋଲିସ ତଦନ୍ତ କରି ନାବାଳିକାଙ୍କ ମାଆ ସରୋଜ ଓ ଶ୍ୟାମକୁ ଗିରଫ କରିଛି । ଏଥିରେ ସମ୍ପୃକ୍ତ ଥିବା ବାକି ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.