ପାଟନା: ବିହାରର ଅରବଲରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ମନ୍ଦ ଉଦ୍ଦେଶ୍ୟରେ ବିଫଳ ହେବାରୁ ମାଆ ଝିଅଙ୍କୁ ଗାଳିଗୁଲଜ କରିବା ସହ ଘରେ ରଖି ନିଆଁ ଲଗାଇଦେଲା ଦୁର୍ବୃତ୍ତ (mother and daughter burnt alive in Arwal)। ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ଦୁହିଁଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଉଭୟ ପାଟନା ମେଡିକାଲରେ ଆଖି ବୁଜିଛନ୍ତି । ପରାସି ପୋଲିସ ଥାନା ଅନ୍ତର୍ଗତ ଚକିଆ ଗ୍ରାମର ଏହି ଘଟଣା ।
ଏଥି ପାଇଁ ଘଟାଇଥିଲେ କାଣ୍ଡ:
ସୂଚନାଅନୁସାରେ, ସୋମବାର ବିଳମ୍ବିତ ରାତିରେ ଜଣେ ଯୁବକ ମନ୍ଦ ଉଦ୍ଦେଶ୍ୟ ରଖି ସୁମନଙ୍କ ଘରେ ପ୍ରବେଶ କରିଥିଲା । ତେବେ ଏଥିରେ ବିଫଳ ହେବାରୁ କ୍ରୋଧାନ୍ବିତ ହୋଇ ଘରେ ରଖି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ଫଳରେ ମାଆ ଏବଂ ଝିଅ ଦୁହେଁ ଜଳି ଯାଇଥିଲେ । ମୃତକଙ୍କ ନାମ ସୁମନ ଦେବୀ ଏବଂ ତାଙ୍କ ଝିଅ ଶାରଦା କୁମାରୀ ବୋଲି ଜଣାପଡିଛି ।
ମୃତକଙ୍କ ସ୍ବାମୀଙ୍କୁ ଗିରଫ କରିଛି ପୋଲିସ
ଗ୍ରାମବାସୀଙ୍କ କହିବା ଅନୁସାରେ, ଦେଶୀ ମଦ କାରବାରରେ ସୁମନଙ୍କ ସ୍ବାମୀଙ୍କୁ ୫ ଦିନ ପୂର୍ବରୁ ଗିରଫ କରିଥିଲା ପୋଲିସ । ତେବେ ଗ୍ରାମର ଜଣ ନନ୍ଦକୁମାର ନାମକ ଜଣେ ଯୁବକ ମହିଳାଙ୍କ ଉପରେ ଖରାପ ନଜର ପକାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି ।
ପେଟ୍ରୋଲ ଢାଳି ନିଆଁ ଲଗାଇଲା
ମହିଳା ଜଣକ ଏକୁଟିଆ ଜାଣି ଅଭିଯୁକ୍ତ ନନ୍ଦ କୁମାର ଘରକୁ ଆସିଥିଲା । ତେବେ ମନ୍ଦ ଉଦ୍ଦେଶ୍ୟ ଥିବା ଜାଣି ମହିଳା ଜଣକ ତାଙ୍କୁ ଘରୁ ବାହାର କରିଦେଇଥିଲେ । ଫଳରେ ଅଭିଯୁକ୍ତ ଜଣକ ରାଗରେ ଜର୍ଜରିତ ହୋଇ ନିଜ ଘରକୁ ଯାଇ ଗାଡିରୁ ପେଟ୍ରୋଲ କାଢିଥିଲା । ଏହାପରେ ପେଟ୍ରୋଲ ସହ ସୁମନଙ୍କ ଘରେ ପହଞ୍ଚି ନିଆଁ ଲଗାଇଦେଇଥିଲା ।
ସୂଚନାଅନୁସାରେ, ନିଆଁ ଲାଗିବା ମାତ୍ରେ ମାଆ ଏବଂ ଝିଅ ଚିତ୍କାର କରି କାନ୍ଦିବାକୁ ଲାଗିଲେ । କାନ୍ଦ ଶୁଣି ସ୍ଥାନୀୟଲୋକେ ପହଞ୍ଚି ଘରର କବାଟ ଭାଙ୍ଗି ଉଦ୍ଧାର କରିଥିଲେ । ଏହାପରେ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ପାଟନା ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଅଭିଯୁକ୍ତ ନନ୍ଦ କୁମାରକୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ