ETV Bharat / bharat

UP Polls: କେଉଁ ପାର୍ଟିରେ କେତେ ଦାଗି ନେତା ?

author img

By

Published : Jan 27, 2022, 10:02 PM IST

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଜାରି ରହିଛି ପ୍ରାର୍ଥୀ ତାଲିକା ଘୋଷଣା । ତେବେ ନଜର ପକାନ୍ତୁ କେଉଁ ପାର୍ଟିରେ ରହିଛନ୍ତି କେତେ ଅପରାଧିକ ମାମଲାରେ ଛନ୍ଦି ହୋଇଥିବା ପ୍ରାର୍ଥୀ । ଅଧିକ ପଢନ୍ତୁ

UP Polls 2022: ନଜର ପକାନ୍ତୁ କେଉଁ ପାର୍ଟିରେ କେତେ ଦାଗି ନେତା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳର ପ୍ରାର୍ଥୀ ତାଲିକା ଘୋଷଣା ପ୍ରକ୍ରିୟା ଜାରି ରହିଛି । ତେବେ ଏହି ପ୍ରସଙ୍ଗରେ ପ୍ରାର୍ଥୀଙ୍କ ନାମରେ ଥିବା ଅପରାଧିକ ମାମଲା ସମ୍ପର୍କରେ ନିଜ ନାମାଙ୍କନ ପତ୍ରରେ ସ୍ପଷ୍ଟ ଭାବେ ଦର୍ଶାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଉତ୍ତର ପ୍ରଦେଶରେ ବର୍ତ୍ତମାନ ସୁଦ୍ଧା ମିଳିଥବା ତଥ୍ୟ ଆଧାରରେ ବିଜେପି, ବହୁଜନ ସମାଜବାଦୀ ପାର୍ଟି ଓ ସମାଜବାଦୀ ପାର୍ଟିରେ ଅପରାଧିକ ରେକର୍ଡ ଥିବା ଅନେକ ଦାଗି ନେତା ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି ।

ଏପର୍ଯ୍ୟନ୍ତ ଘୋଷିତ ତାଲିକାରୁ 18 ଟି ଏସପି ପ୍ରାର୍ଥୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ବର୍ତ୍ତମାନ କ୍ଷମତାରେ ବିଜେପିର ମୋଟ 20 ଜଣ ପ୍ରାର୍ଥୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେହିପରି ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସପି) ରେ 16 ଜଣ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଜଣେ ଆଶାୟୀଙ୍କ ନାମରେ ଅପରାଧିକ ମାମଲା ବିଚାରଧିନ ଥିବା ସତ୍ତ୍ବେ ମଧ୍ୟ ସେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀତା କରିପାରିବେ ।

ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ, ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ନାମରେ ଛୋଟବଡ ଅପରାଧିକ ମାମଲା ରହିଛି । ତେବେ କୋର୍ଟରେ ମାମଲାର ଶୁଣାଣି ଜାରି ରହିଥିବା ବେଳେ ସେମାନେ ଦୋଷୀ ଭାବେ ବିବେଚିତ ହୋଇପାରିବେ ନାହିଁ । କୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ନଶୁଣାଇବା ଯାଏ ସେମାନେ ଅଭିଯୁକ୍ତ ଭାବେ ବିବେଚିତ ହୋଇପାରନ୍ତି । ଏପରି ସ୍ଥଳେ ଭାରତୀୟ ସମ୍ବିଧାନ ସେମାନଙ୍କୁ ନିର୍ବାଚନ ଲଢିବା ନେଇ ଅନୁମତି ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.