ଶ୍ରୀନଗର: ଜାମ୍ମୁ-କାଶ୍ମୀର ରେସାଇ ଜିଲ୍ଲାସ୍ଥିତ ବୈଷ୍ଣୋ ଦେବୀ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ । ମଙ୍ଗଳବାର ଅପରାହ୍ନ ପ୍ରାୟ 4ଟା 15 ମିନିଟ୍ ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି । ଖବର ପାଇଁ ପୋଲିସର ଏକ ମିଳିତ ଟିମ୍ ଏବଂ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି । ସର୍ଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବା ଜଣାପଡିଛି ।
ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ କହିବା ମୁତାବକ, ମନ୍ଦିରର କ୍ୟାସ କାଉଣ୍ଟରରେ ଏହି ନିଆଁ ଲାଗିଥିଲା । ତେବେ ସମୟ ରହିତ ନିଆଁକୁ ଆୟତ୍ତ କରାଯାଇ ପାରିଛି । ଯେଉଁ କାରଣରୁ ବିଶେଷ କ୍ଷୟକ୍ଷତି ଘଟିନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ