ETV Bharat / bharat

ବିମାନବନ୍ଦରରୁ ଜବତ ହେଲା 1 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସୁନା

author img

By

Published : Nov 8, 2020, 7:57 PM IST

କେମ୍ପାଗୌଡା ଆନ୍ତର୍ଜାତୀୟ ବିମାନବନ୍ଦରରୁ ଜବତ ହେଲା 1.01 କୋଟି ଟଙ୍କା ମୂଲ୍ୟର ସୁନା । ଅଧିକ ପଢନ୍ତୁ....

ବିମାନବନ୍ଦରରୁ ଜବତ ହେଲା 1 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସୁନା
ବିମାନବନ୍ଦରରୁ ଜବତ ହେଲା 1 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସୁନାବିମାନବନ୍ଦରରୁ ଜବତ ହେଲା 1 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସୁନାବିମାନବନ୍ଦରରୁ ଜବତ ହେଲା 1 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସୁନା

ବେଙ୍ଗାଲୁରୁ: କେମ୍ପାଗୌଡା ଆନ୍ତର୍ଜାତୀୟ ବିମାନବନ୍ଦରରୁ ଜବତ ହେଲା 1.01 କୋଟି ଟଙ୍କା ମୂଲ୍ୟର ସୁନା । ବିମାନ ବନ୍ଦରର କଷ୍ଟମ ଅଧିକାରୀ ମାନେ ଏହି ସୁନା ଜବତ କରିବାରେ ସଫଳ ହୋଇଛନ୍ତି । ଜଣେ ଯାତ୍ରୀଙ୍କୁ ଯାଞ୍ଚ କଲାବେଳେ ତାଙ୍କ ନିକଟରୁ ଏତେ ପରିମାଣ ସୁନା ଜବତ ହୋଇଥିବା ଜଣା ପଡିଛି । ପରେ ତାଙ୍କୁ ଗିରଫ କରିଛି ପୋଲିସ ।

ଜବତ ସୁନା ବିଭିନ୍ନ ଆକାରରେ ଚୋରା ଚାଲାଣ ହେଉଥିବା ଜଣା ପଡିଛି । ପେଷ୍ଟ ଆକାରରେ କିଛି ସୁନା ଜବତ ହୋଇଥିବା ବେଳେ ଆଉ କିଛି ପରିମାଣର ସୁନା କଠିନ ଆକାରରେ ଜବତ ହୋଇଛି । ଯାହାର ସମୁଦାୟ ବଜାର ମୂଲ୍ୟ 1 କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ଜଣା ପଡିଛି । ଘଟଣାରେ ଆଉ କେଉଁ ମାନେ ସମ୍ପୃକ୍ତ ତାହା ତଦନ୍ତ କରୁଛି ପୋଲିସ ।

ବ୍ୟୁରୋ ରିପୋର୍ଟ. ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.