ETV Bharat / bharat

ସୁପ୍ରିମକୋର୍ଟରେ ୧୪ ଦିନରେ ୫ ହଜାର ୨୦୦ ମାମଲାର ଶୁଣାଣି ଶେଷ - ସୁପ୍ରିମକୋର୍ଟ

ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ୟୁୟୁ ଲଳିତ ଦାୟିତ୍ୱ ନେବା ପରେ ୧୪ ଦିନରେ ୫ ହଜାର ୨୦୦ ମାମଲାର ଶୁଣାଣି ଶେଷ କରିଛନ୍ତି । ଅଧିକ ପଢନ୍ତୁ

ସୁପ୍ରିମକୋର୍ଟରେ 14 ଦିନରେ ୫ ହଜାର ୨୦୦ ମାମଲାର ଶୁଣାଣି ଶେଷ

author img

By

Published : Sep 16, 2022, 2:09 PM IST

ନୂଆଦିଲ୍ଲୀ: ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ୟୁୟୁ ଲଳିତ ଦାୟିତ୍ବ ଗ୍ରହଣ କରିବା ପରେ ସୁପ୍ରିମକୋର୍ଟରେ ପଡି ରହିଥିବା ବିଭିନ୍ନ ମାମଲାର ତ୍ୱରିତ ଶୁଣାଣି ଆରମ୍ଭ ହୋଇଯାଇଛି । ଦାୟିତ୍ବ ନେବାର ୧୪ ଦିନ ଭିତରେ ୫ ହଜାର ୨୦୦ ମାମଲାର ଶୁଣାଣି ଶେଷ କରିଛନ୍ତି ପ୍ରଧାନ ବିଚାରପତି ୟୁୟୁ ଲଳିତ । ୧୪ ଦିନ ଭିତରେ ୫,୨୦୦ ମାମଲାର ରଫାଦଫା କରାଯାଇଛି । ଫଳରେ ଶୁଣାଣ ଅପେକ୍ଷାରେ ରହିଥିଲା ମାମଲା ସଂଖ୍ୟା ୪ ହଜାରକୁ ହ୍ରାସ ହୋଇଛି । ୧୧,୩୫ ନୂଆ ମାମଲା ଦାଖଲ ହୋଇଛି ।

ସୁପ୍ରିମକୋର୍ଟ ବାର ଆସୋସିଏସ ପକ୍ଷରୁ ଗୋଟିଏ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଯୋଗ ଦେଇ ସିଜେଆଇ ଜଷ୍ଟିସ ଲଳିତ କହିଛନ୍ତି ଯେ, ''ସୁପ୍ରିମକୋର୍ଟର ସମସ୍ତ ପଡ଼ି ରହିଥିବା ମାମଲା ସଂଖ୍ୟା ହ୍ରାସ ପାଇଛି । ଏ ନେଇ ସମସ୍ତ ନ୍ୟାୟଦ୍ଧିଷଙ୍କ ପ୍ରତି ଋଣି ବୋଲି କହିଥିଲେ ସିଜେଆଇ । ପଡି ରହିଥିବା ମାମଲା ୪ ହଜାରକୁ କମିଛି । ଏହା ଏକ ଭଲ ଆରମ୍ଭ । ଅନେକ ମାମଲା ପଡିଥିଲା ତେଣୁ ସବୁକୁ ରଫାଦଫା କରିବାକୁ ପଡିଲା ।''

ସେଜେଆଇ ଆହୁରି କହିଛନ୍ତି, ''ନୂଆ ଲିଷ୍ଟଂ ବ୍ୟବସ୍ଥାକୁ ଲାଗୁ କରି ରିସ୍କ ନେଇଛୁ । ତେଣୁ ସ୍ୱାଭାବିକ ଭାବେ ଏହାକୁ ନେଇ କିଛି କିଛି ସମସ୍ୟା ରହିବ । ଗତକାଲି ସୁଦ୍ଧା ପ୍ରାୟ ୫,୨୦୦ ମାମଲାର ଶୁଣାଣି ଶେଷ ହୋଇଥିବାବେଳେ, ମାତ୍ର ୧୧୩୫ ନୂଆ ଆବେଦନ ରୁଜୁ କରାଯାଇଛି । ଏହା କେବଳ ମୋର ଭାଇ, ଭଉଣୀ ବିଚାରପତି ଓ ବାର୍‌ର ସଦସ୍ୟମାନଙ୍କ ପାଇଁ ସମ୍ଭବ ହୋଇପାରିଛି ।''

ଏହା ବି ପଢନ୍ତୁ...ଅଡୁଆରେ କର୍ଣ୍ଣାଟକ ସରକାର, ହସ୍ପିଟାଲରେ ବିଦ୍ୟୁତ କାଟ୍‌ ହେବାରୁ ICU ରୋଗୀଙ୍କ ମୃତ୍ୟୁ

ପ୍ରକାଶ ଥାଉ କି, ନିକଟରେ ସେପ୍ଟେମ୍ବର ୧୨ ତାରିଖରେ ପ୍ରଧାନ ବିଚାରପତି ୟୁୟୁ ଲଳିତଙ୍କ ଗଠିତ ଖଣ୍ଡପୀଠ ୨୦୦ରୁ ଅଧିକ ଜନସ୍ବାର୍ଥ ମାମଲାର ଶୁଣାଣି କରିଥିଲେ । ସେଥିରେ ନାଗରିକ ସଂଶୋଧନ ଆଇନ ମଧ୍ୟ (CAA) ରହିଥିଲା । ୨୦୦ରୁ ଅଧିକ ପିଆଇଏଲର ଶୁଣାଣି ପାଇଁ ୧୫ଟି ଖଣ୍ଡପୀଠ ବସିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.