ETV Bharat / bharat

ହଜ୍‌ ଯିବେ ୫୦ ହଜାର ଭାରତୀୟ ଶ୍ରଦ୍ଧାଳୁ

author img

By

Published : Jun 6, 2022, 8:05 AM IST

ଚଳିତ ବର୍ଷ ସାଉଦି ଆରବର ମକ୍କା ହଜ୍‌ ଯାତ୍ରାରେ ସାମିଲ ହେବାକୁ ତୀର୍ଥ ଯାତ୍ରା ଆରମ୍ଭ ହୋଇଛି । ୫୦ ହଜାରରୁ ଉର୍ଦ୍ଧ୍ବ ଭାରତୀୟ ମୁସଲିମ ଶ୍ରଦ୍ଧାଳୁ ହଜ୍‌ ଯିବେ । କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବ୍ବାସ ନକଭି ଏନେଇ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

more than 50 thousand indian muslims will go to hajj yatra
ହଜ ଯିବେ ୫୦ ହଜାର ଭାରତୀୟ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ: ଚଳିତ ବର୍ଷ ସାଉଦି ଆରବର ମକ୍କା ହଜ୍‌ ଯାତ୍ରାରେ ସାମିଲ ହେବାକୁ ତୀର୍ଥ ଯାତ୍ରା ଆରମ୍ଭ ହୋଇଛି । ୫୦ ହଜାରରୁ ଉର୍ଦ୍ଧ୍ବ ଭାରତୀୟ ମୁସଲିମ ଶ୍ରଦ୍ଧାଳୁ ହଜ୍‌ ଯିବେ । କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବ୍ବାସ ନକଭି ଏନେଇ ସୂଚନା ଦେଇଛନ୍ତି ।

ମନ୍ତ୍ରୀ ମୁଖତାର କହିଛନ୍ତି ସାଉଦି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କୋଭିଡ ମାର୍ଗଦର୍ଶିକାକୁ ସବୁ ଶ୍ରଦ୍ଧାଳୁ ମାନିବେ । ଦେଶର ୧୦ଟି ସ୍ଥାନରୁ ଶ୍ରଦ୍ଧାଳୁମାନେ ହଜ ପାଇଁ ଯିବେ । ତୀର୍ଥଯାତ୍ରାରେ ଯିବାକୁ ଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ଆରଟି-ପିସିଆର ଟେଷ୍ଟ ହେବ । ଏଥର ବିନା ସବସିଡିରେ (subsidy) ଯାତ୍ରା ହେଉଛି । ଗତକାଲି ରାତିରେ ହଜ ଯାତ୍ରା ପାଇଁ ଦିଲ୍ଲୀରୁ ଫ୍ଲାଇଟ ବାହିରିଛି । ସେହିଭଳି ଗତକାଲି ପ୍ରଥମ ପର୍ଯ୍ୟାୟରେ କାଶ୍ମୀରର ୧୪୫ ଜଣ ଶ୍ରଦ୍ଧାଳୁ ଶ୍ରୀନଗରରୁ ମଦିନା ଅଭିମୁଖେ ଯାତ୍ରା କରିଛନ୍ତି । ଜମ୍ମୁ ଓ କାଶ୍ମୀରରୁ ଚଳିତ ଥର ୬ ହଜାର ଶ୍ରଦ୍ଧାଳୁ ହଜ୍‌ ଯିବେ । ଜୁନ 20 ରୁ 16 ଜୁନ ତାରିଖ ମଧ୍ୟରେ 7,724 ଜଣ ଯାତ୍ରୀଙ୍କ ସହ ମୋଟ 20 ଟି ବିମାନ କୋଚିରୁ ମେଦିନା ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ସେଥିମଧ୍ୟରୁ 5,758 ତୀର୍ଥଯାତ୍ରୀ ତାମିଲନାଡୁ, ପଣ୍ଡିଚେରୀ, ଲାକ୍ଷାଦୀପ ଏବଂ ଆଣ୍ଡାମାନର 1966 ତୀର୍ଥଯାତ୍ରୀ ରହିଛନ୍ତି ।

୨୦୧୯ରେ ଦେଶବିଦେଶରୁ ପ୍ରାୟ ୨୫ ଲକ୍ଷ ଶ୍ରଦ୍ଧାଳୁ ହଜ ଯାଇଥିଲେ । ହେଲେ କୋଭିଡ ମହାମାରୀ ଯୋଗୁଁ ୨୦୨୦ରେ ସାଉଦି ସରକାର କେବଳ ୧ ହଜାର ଶ୍ରଦ୍ଧାଳୁଙ୍କୁ ହଜ୍‌ ଯାଇଥିଲେ । ଚଳିତ ଥର ଜୁଲାଇରେ ଅନୁଷ୍ଠିତ ହେବାକୁ ହଜ ଯାତ୍ରାରେ ବିଶ୍ବବ୍ୟାପୀ ୧୦ ଲକ୍ଷ ମୁସଲିମ ଶ୍ରଦ୍ଧାଳୁଙ୍କୁ ସାମିଲ ହେବାକୁ ସାଉଦି ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.