ETV Bharat / bharat

G20 Summit Dinner: ଡିନର ଟେବୁଲରେ ଏକାଠି ହେବେ ବିଶ୍ବନେତା, ଜାଣନ୍ତୁ Menuରେ କଣ ରହିଛି - ଡିନର ମେନ୍ୟୁରେ ଓଡ଼ିଆ ଡିସ୍‌

ଜି-୨୦ ବୈଠକ ଶେଷ ପରେ ରାତିରେ ଡିନର ଟେବୁଲରେ ଏକାଠି ହେବେ ବିଶ୍ବନେତା । ଏହି ନୈଶ୍ୟ ରାତ୍ରି ଭୋଜି ଲାଗି ମେନ୍ୟୁରେ ରହିଛି ୫୦୦ରୁ ଅଧିକ ଡିସ୍‌ । ଏଥିରେ ଓଡ଼ିଶା ସ୍ପେଶାଲ କେସର ପିସ୍ତା ରସମଲାଇ ସାମିଲ ଅଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର

G20 Summit Dinner night
G20 Summit Dinner night
author img

By ETV Bharat Odisha Team

Published : Sep 9, 2023, 5:00 PM IST

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀର ଆଜି ପ୍ରଥମ ଦିନରେ ବୈଠକ ଅନୁଷ୍ଠିତ ହୋଇଛି । ଏହାପରେ ରାତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଆୟୋଜିତ ନୈଶ୍ୟ ରାତ୍ରି ଭୋଜନରେ ଏକାଠି ହେବେ ବିଶ୍ବନେତା । ବିଦେଶୀ ଅତିଥିଙ୍କୁ ପରଷା ଯିବ ଭାରତୀୟ ପ୍ରସିଦ୍ଧ ବ୍ୟଞ୍ଜନ । ବିଭିନ୍ନ ରାଜ୍ୟର ପ୍ରସିଦ୍ଧ ଖାଦ୍ୟର ସ୍ବାଦ ଚାଖିବେ ବିଶ୍ବନେତା । ଏହି ନୈଶ୍ୟ ଭୋଜି ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ସୁନା ରୂପା ପାତ୍ରରେ ରାଜକୀୟ ଢଙ୍ଗରେ ଖାଇବେ ଅତିଥି । ଜି-୨୦ ଗାଲା ଡିନରର ମେନ୍ୟୁରେ କେଉଁ କେଉଁ ବ୍ୟଞ୍ଜନକୁ ସାମିଲ କରାଯାଇଛି ଆସନ୍ତୁ ଜାଣିବା ।

ବ୍ରେକଫାଷ୍ଟରୁ ଡିନର୍‌ ପର୍ଯ୍ୟନ୍ତ:- ଜି-୨୦ ସମ୍ମିଳନୀରେ ବିଶ୍ବନେତାଙ୍କ ଲାଗି ସକାଳ ଜଳଖିଆଠୁ ଆରମ୍ଭ କରି ରାତ୍ରି ଭୋଜନ ପର୍ଯ୍ୟନ୍ତ ମେନ୍ୟୁରେ ରହିଛି ପ୍ରାୟ ୫୦୦ ପ୍ରକାର ବ୍ୟଞ୍ଜନ । ଏଥିରେ ଉଭୟ ଦେଶୀ ଓ ବିଦେଶୀ ଖାଦ୍ୟକୁ ସାମିଲ କରାଯାଇଛି । ପ୍ରଥମତଃ ଦେଶୀ ଖାଦ୍ୟ ସମ୍ପର୍କରେ ଆଲୋଚନା କଲେ ମେନ୍ୟୁ ତାଲିକାରେ ଦହିବରା, ସିଙ୍ଗଡା, ଭେଲପୁରି, ବଡାପାଓଁ, ଚଟପଟି ଚାଟ୍‌, ଗୁପଚୁପ୍‌, ଦହି ପୁରି, ସେୱ ପୁରି, ମିର୍ଚ୍ଚି ବଡ଼ା, ବିକାନେରି ଦାଲ କା ପରାଠା, ପଲାଶ, ଲିଲୱା କଚୁଡି, ଆଲୁ ଦିଲ ଖୁସ, ଟିକ୍କି ଓ ଯୋଧପୁରର କାବୁଲି ପଲଉ ସ୍ଥାନିତ ହୋଇଛି । ପାରମ୍ପରିକ ଶସ୍ୟ ମିଲେଟ ବା ମାଣ୍ଡିଆରୁ ପ୍ରସ୍ତୁତ ସିଙ୍ଗଡା, ପରାଠା, କ୍ଷୀରି ଓ ହଲୱା ମଧ୍ୟ ରହିଛି ।

ମେନ୍ୟୁରେ ୫୦୦ରୁ ଅଧିକ ବ୍ୟଞ୍ଜନ:-

  • ସମସ୍ତ ରାଜ୍ୟର ଅଲଗା ଅଲଗା ସୁସ୍ବାଦୁ ବ୍ୟଞ୍ଜନ ମଧ୍ୟରେ ଓଡ଼ିଶାରୁ କେସର ପିସ୍ତା ରସମଲାଇ (ଓଡ଼ିଶା ସ୍ପେଶାଲ) ଥିବା ବେଳେ ବିହାରର ପ୍ରସିଦ୍ଧ ଲିଟ୍ଟି ଚୋଖା, ରାଜସ୍ଥାନର ଦାଲ ବାଟି ଚୁରମା, ପଶ୍ଚିମବଙ୍ଗର ରସଗୋଲା, ପଞ୍ଜାବର ପ୍ରସିଦ୍ଧ ଦାଲ ତଡ଼କା, ଦକ୍ଷିଣ ଭାରତର ଉତ୍ତପମ, ଇଡଲି ଓ ମସାଲା ଦୋସା, ଉରୁଲାଇ ବାଥକ୍କଲ, ମାଲାବାର କା ପରାଠା, ଇଡଲି ସାମ୍ବର, ଓନିଅନ ଚିଲ୍ଲି ଉତ୍ତପମ, ମସୁର ଦୋସା ରହିଛି । ସେହିପରି ଚାନ୍ଦନୀ ଚୌକର ସ୍ବାଦିଷ୍ଟ ଅନେକ ପ୍ରକାର ବ୍ୟଞ୍ଜନକୁ ମଧ୍ୟ ସାମିଲ କରାଯାଇଛି ।
  • ସାଲାଡରେ ରହିଛି ଇଣ୍ଡିଆନ ଗ୍ରୀନ ସାଲାଡ, ପାସ୍ତା ଓ ଗ୍ରିଲ୍ଡ ସାଲାଡ । ଏହାସହ ଉତ୍ତରପ୍ରଦେଶର ସୁସ୍ବାଦୁ ବ୍ୟଞ୍ଜନ ପନିର ଲବାବଦାର, ଆନ୍ଧ୍ରପ୍ରଦେଶର ବ୍ୟଞ୍ଜନ ସବଜି କୋରମା, କାଜୁ ମଟର ମଖାନା ରହିଛି । ଅନ୍ୟ ବ୍ୟଞ୍ଜନ ମଧ୍ୟରେ ପଞ୍ଜାବର ବ୍ୟଞ୍ଜନ ଜ୍ବାର ଦାଲ ତଡକା, ପ୍ୟାଜ୍‌ ଜିରା କା ପୁଲାଓ, ତନ୍ଦୁରି ରୁଟି, ବଟର ନାନ୍‌ସ, କୁଲଚା ରହିଛି । ଖଟ୍ଟା ଡିସ୍‌ ମଧ୍ୟରେ ତେନ୍ତୁଳି ଖଜୁରି ଚଟନି, ଆଚାର ମିକ୍ସ ଓ ସାଦା ଦହି ରହିଛି ।
  • ମିଷ୍ଟାନ୍ନ ଡିସ୍‌ ମଧ୍ୟରେ ଉତ୍ତରପ୍ରଦେଶ ସ୍ପେଶାଲ ଜିଲାପି ଓ ମାଲପୁଆ ଏବଂ ଓଡ଼ିଶାର କେସର ପିସ୍ତା ରସମଲାଇ ରହିଛି । ସେହିପରି ଅନ୍ୟ ମିଠା ମଧ୍ୟରେ ଗର୍ମ ଅଖରୋଟ ଓ ଅଦ୍ରକ ବା ହଲୱା, ଷ୍ଟ୍ରବେରି ଆଇସକ୍ରିମ, ବ୍ଲାକ୍‌ କରେଣ୍ଟ ଆଇସକ୍ରିମ, ଗୁଲାପ ଜାମୁନ, ରସମଲାଇ, ମଲାଇ ଘେବର, ଗୁଲାବ ଚୁରମା, ପିସ୍ତା କୁଲଫି, ଗୋନ୍ଦ କା ହଲୱା, ଶ୍ରୀଖଣ୍ଡ, ମଲାଇ କୁଲଫି ୱିଥ ଫାଲୁଦା, କେସର ପିସ୍ତା ଠଣ୍ଡାଇ, ସିମେଇ, ଦାଲ ବାଦାମ କା ହଲୱା, ମିଶ୍ରି ମାୱା, କ୍ଷୀରି, ଗାଜର କା ହଲୱା, ମୋତିଚୁର ଲଡ୍ଡୁ, ଡ୍ରାଇଫ୍ରୁଟ୍ସରୁ ପ୍ରସ୍ତୁତ ମିଠା, ଅଖରୋଟ କା ହଲୱା, ଅଙ୍ଗୁରି ରସମଲାଇ ଓ ଯୋଧପୁରି ମାୱା କଚୁଡି ରହିଛି ।
  • ମେନ୍ୟୁରେ ବିଦେଶୀ ଡିସ୍‌କୁ ମଧ୍ୟ ସାମିଲ କରାଯାଇଛି । ଯେଉଁଥିରେ କୁକମ୍ବର ୱେଲିସ କ୍ୟାବେଜ, ଡେନମାର୍କର ଡେନିସ ବ୍ରେଡ ରୋଲ ଏବଂ ଡେଜର୍ଟରେ ସିଜଲିଂ ବ୍ରାଉନି, ହେଜଲଣ୍ଟ ଓ ଆଇସକ୍ରିମ ରହିଛି ।

ଏହା ବି ପଢନ୍ତୁ- G20 Summit in Delhi: ସୁନା ରୂପା ପାତ୍ରରେ ଖାଇବେ ଅତିଥି, ପ୍ରସ୍ତୁତ ହୋଇଛି 15ହଜାର ସେଟ

ରାତ୍ରିଭୋଜନକୁ ନେଇ ସ୍ବତନ୍ତ୍ର ପ୍ରସ୍ତୁତି:-

  1. ବିଦେଶୀ ନେତାଙ୍କୁ ଖାଦ୍ୟ ପରଷିବା ଲାଗି ନିୟୋଜିତ ଥିବା ବ୍ୟକ୍ତି ଏକ ସମାନ ପୋଷାକ ପରିଧାନ କରିବେ ।
  2. ସୁନାରୂପା ପାତ୍ରରେ ଅତିଥିଙ୍କୁ ରାଜକୀୟ ଶୈଳୀରେ ପରଷାଯିବ ଖାଦ୍ୟ ।
  3. ଏଥିଲାଗି ପ୍ରାୟ ୧୫ ହଜାର ରୂପା ପାତ୍ରର ବ୍ୟବସ୍ଥା କରାଯାଇଛି ।
  4. ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନଠାରୁ ରାତ୍ରି ଭୋଜନ ପର୍ଯ୍ୟନ୍ତ ମେନ୍ୟୁରେ ମୋଟ ୫୦୦ଟି ବ୍ୟଞ୍ଜନ ରହିଛି ।
  5. ମୃଦୁ ପାନୀୟ ମଧ୍ୟରେ କାଶ୍ମିରି ଫିଲ୍ଟର କଫି, ଦାର୍ଜିଲିଂ ଚା', ପାନର ସ୍ବାଦ ଭଳି ଚକୋଲେଟ ମଧ୍ୟ ରହିଛି ।
  6. ମେନ କୋର୍ସରେ ଦହି ଚାଟ୍‌ ଉପରେ ବାଜରାରୁ ତିଆରି କୁରକୁରେ ଖଣ୍ଡକୁ ସର୍ଭ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.