ETV Bharat / bharat

Vaccination; ଦେଶରେ 49.64 କୋଟି ଟପିଲା ଟୀକାକରଣ

ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ 49.64 କୋଟିରୁ ଅଧିକ ଟିକା ଯୋଗାଇ ଦିଆଯାଇଛି । ଏନେଇ ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି ।

More than 49.64 cr COVID-19 vaccine doses provided to States, UTs so far
ଦେଶରେ 49.64 କୋଟି ଟପିଲା ଟିକାକରଣ
author img

By

Published : Aug 2, 2021, 1:38 PM IST

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ବିରୋଧରେ ଜାରି ରହିଛି ଟୀକାକରଣ । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ 49.64 କୋଟିରୁ ଅଧିକ ଟିକା ଯୋଗାଇ ଦିଆଯାଇଛି । ଏନେଇ ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ 49 କୋଟି 64 ଲକ୍ଷ 98 ହଜାର 50 ଟିକା ଯୋଗାଇ ଦିଆଯାଇଛି । ଏହାସହ 9 ଲକ୍ଷ 84 ହଜାର 610 କେନ୍ଦ୍ର ପାଖରେ ମହଜୁଦ ରହିଛି । 3 କୋଟି 14 ଲକ୍ଷ 34 ହଜାର 654 ଟିକା ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ସମେତ ବିଭିନ୍ନ ବେସରକାରୀ ହସପିଟାଲରେ ଗଚ୍ଛିତ ରଖାଯାଇଛି ।

ଜୁନ ୨୧ରୁ ନୂତନ ପର୍ଯ୍ୟାୟ ଟୀକାକରଣ ଦେଶରେ ଆରମ୍ଭ ହୋଇଛି । ଦେଶବ୍ୟାପୀ ଟୀକାକରଣ ଡ୍ରାଇଭକୁ ଜୋରଦାର କରିବା ଏହାର ଲକ୍ଷ୍ୟ ରହିଛି । କେନ୍ଦ୍ର ପକ୍ଷରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମାଗଣା ଟିକା ଯୋଗାଯାଉଛି । ୭୫ ପ୍ରତିଶତ ଟିକା କେନ୍ଦ୍ର ସରକାର ବିଭିନ୍ନ ଟିକା ଉତ୍ପାଦନକାରୀ ସଂସ୍ଥାରୁ କିଣି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରକୁ ମାଗଣାରେ ଯୋଗାଇଛନ୍ତି କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.