ETV Bharat / bharat

Monsoon Session: 50 ଘଣ୍ଟାରୁ ଅଧିକ ସମୟ ଧରି ନିଲମ୍ବିତ ସାଂସଦଙ୍କ ଧାରଣା - ମୌସୁମୀ ଅଧିବେଶନ

ସଂସଦ ଆଗରେ ପ୍ରାୟ ୫୦ ଘଣ୍ଟା ଧରି ଧାରଣାରେ ବସିଛନ୍ତି ନିଲମ୍ବିତ ସାଂସଦ । ଅଧିକ ପଢନ୍ତୁ

50 ଘଣ୍ଟାରୁ ଅଧିକ ସମୟ ଧରି ନିଲମ୍ବିତ ସାଂସଦଙ୍କ ଧାରଣା

author img

By

Published : Jul 28, 2022, 11:28 AM IST

ନୂଆଦିଲ୍ଲୀ: ସଂସଦ ମୌସୁମୀ ଅଧିବେଶନ ଜାରି ଥିବାବେଳେ ଗୃହରେ ହଟ୍ଟଗୋଳ ଓ ବିଶୃଙ୍ଖଳିତ ଆଚରଣ ପାଇଁ ଏକାଧିକ ବିରୋଧୀ ଦଳର 20 ରାଜ୍ୟସଭା ସାଂସଦଙ୍କୁ ଜୁଲାଇ 26 ତାରିଖ ଦିନ ଗୃହରୁ ନିଲମ୍ବିତ କରାଯାଇଛି । ଫଳରେ ସେମାନେ ସଂସଦ ଗାନ୍ଧୀମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି । ନିଲମ୍ବିତ ସାଂସଦଙ୍କ ଧାରଣାକୁ 50 ଘଣ୍ଟାରୁ ଅଧିକ ସମୟ ବିତିଲାଣି । ନିଲମ୍ବନ ଓ ମହଙ୍ଗା ଦାବିକୁ ନେଇ ଦିନରାତି ଧାରଣାରେ ବସିଛନ୍ତି ନିଲମ୍ବିତ ସାଂସଦ ।

50 ଘଣ୍ଟାରୁ ଅଧିକ ସମୟ ଧରି ନିଲମ୍ବିତ ସାଂସଦଙ୍କ ଧାରଣା

ଏକତା ତଥା ରାଜନୈତିକ ଶକ୍ତି ପ୍ରଦର୍ଶନ ପାଇଁ ବିରୋଧୀ ଦଳ ଏକଜୁଟ ହୋଇଛନ୍ତି । କ୍ରମାଗତ ଭାବରେ ଦଳମାନଙ୍କୁ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ଅନ୍ୟବ୍ୟବସ୍ଥା ଯୋଗାଇ ଦିଆଯାଉଛି । ରାଜ୍ୟସଭାର ୨୦ ନିଲମ୍ବିତ ସଦସ୍ୟ ବୁଧବାର ସଂସଦ ପରିସରରେ ନିଜର ବିରୋଧ ଆରମ୍ଭ କରିଥିଲେ । ନିଲମ୍ବନ ପ୍ରତ୍ୟାହାର କରିବାକୁ ହେଲେ ସେମାନଙ୍କ ଆଚରଣ ପାଇଁ ସଦସ୍ୟମାନେ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ଅଧ୍ୟକ୍ଷ । ନିଲମ୍ବିତ ସାଂସଦମାନେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ରାତିଦିନ ବସି ରହିଛନ୍ତି ।

ଏହା ବି ପଢନ୍ତୁ...Monsoon session: ବିଶୃଙ୍ଖଳିତ ଆଚରଣ ପାଇଁ 19 ରାଜ୍ୟସଭା ସାଂସଦ ନିଲମ୍ବିତ

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ 19 ଜଣ ସାଂସଦ ନିଲମ୍ବିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଏଆଇଟିସିରୁ 7ଜଣ, ଡିଏମକେ 6 ଜଣ, ଟିଆରଏସରୁ 3ଜଣ, ସିପିଆଇରୁ 3ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଗତକାଲି (ବୁଧବାର) ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ବିଶୃଙ୍ଖଳିତ ଆଚରଣ ପାଇଁ ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ନିଲମ୍ବିତ କରାଯାଇଥିଲା ।

ଏହା ବି ପଢନ୍ତୁ...Monsoon session: ବିଶୃଙ୍ଖଳିତ ଆଚରଣ ପାଇଁ ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ନିଲମ୍ବିତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.