ETV Bharat / bharat

Hyderabad airport: ଜବତ ହେଲା ଦୁଇ କେଜି ସୁନା, ଦୁବାଇରୁ ଆସିଥିବା ଯାତ୍ରୀ ଗିରଫ

ପୁଣି ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସାମ୍ନାକୁ ଆସିଲା ସୁନା ତସ୍କରୀ ମାମଲା । ପ୍ରାୟ 2 କେଜି ସୁନା ସହ ଦୁବାଇରୁ ଆସିଥିବା ଯାତ୍ରୀ ଗିରଫ । ଅଧିକ ପଢନ୍ତୁ

Hyderabad airport: ଜବତ ହେଲା ଦୁଇ କେଜି ସୁନା

author img

By

Published : May 24, 2023, 10:33 PM IST

ହାଇଦ୍ରାବାଦ: ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପୁଣି ସୁନା ତସ୍କରୀ ମାମଲା ସାମ୍ନାକୁ ଆସିଛି । ଆରବରୁ ଆସିଥିବା ଯାତ୍ରୀଙ୍କଠାରୁ ଜବତ ହେଲା ସୁନା । ବିମାନ ବନ୍ଦର କଷ୍ଟମ ଏୟାର ଇଣ୍ଟେଲିଜେନ୍ସି ୟୁନିଟ ଦୁବାଇରୁ ଆସିଥିବା ଜଣେ ଯାତ୍ରୀଙ୍କ ନିକଟରୁ 2 କେଜି 19 ଗ୍ରାମ ସୁନା ଜବତ କରିଛି । ଏହି ଯାତ୍ରୀଜଣଙ୍କ ଦୁବାଇରୁ ଏମେରେଟ୍ସ ଫ୍ଲାଇଟ EK-524ରେ ଆସିଥିଲେ । ବିମାନଟି ଭୋର 3 ଟାରେ ଅବତରଣ କରିଥିଲା । ସୁନା ତସ୍କରୀ ନେଇ ଗୁଇନ୍ଦା ସୂଚନା ଅନୁସାରେ, ପୂର୍ବରୁ ପ୍ରସ୍ତୁତ ଥିବା କଷ୍ଟମ ଅଧିକାରୀମାନେ ଏହି ଯାତ୍ରୀଙ୍କଠାରୁ ବିପୁଳ ପରିମାଣରେ ସୁନା ଜବତ କରିବାରେ ସଫଳ ହୋଇଛନ୍ତି । ତାଙ୍କୁ ଗିରଫ ମଧ୍ୟ କରାଯାଇଛି ।

ଏହି ଯାତ୍ରୀଙ୍କ ଲଗେଜ ଚେକିଂ କରିବା ବେଳେ ସେଥିରେ କିଛି ସନ୍ଦେହଜନକ ବସ୍ତୁ ଥିବା ଥିବା ମେଟାଲ ଡିଟେକ୍ଟରରେ ସାହାଯ୍ୟରେ ଜଣାପଡିଥିଲା । ପରେ ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କର ସମ୍ପୂର୍ଣ୍ଣ ଲଗେଜ ଚେକିଂ ପରେ ସେଥିରେ ଏକାଧିକ ସୁନା ବିସ୍କୁଟ ଖଣ୍ଡ ଜବତ ହୋଇଥିଲା । ଏହି ଜବତ ସୁନାର ପରିମାଣ 2 କେଜି 19 ଗ୍ରାମ ହୋଇଥିବା ବେଳେ ଆନୁମାନିକ ବଜାର ମୂଲ୍ୟ ପ୍ରାୟ 1 କୋଟି 80 ଲକ୍ଷ ହେବା ନେଇ ଆକଳନ କରାଯାଇଛି । ସମ୍ପୃକ୍ତ ଯାତ୍ରୀଙ୍କୁ ଗିରଫ କରି ଜେରା ଜାରି ରହିଛି । 1962 ଇଣ୍ଡିଆନ କଷ୍ଟମ ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-ରସଗୋଲାରୁ ଫୁଡ୍ ପଏସନିଂ ! ଭୋଜି ଖାଇ ୭୦ରୁ ଊର୍ଦ୍ଧ୍ବ ଅସୁସ୍ଥ

ପୂର୍ବରୁ ମଧ୍ୟ ଏକାଧିକ ସୁନା ତସ୍କରୀ ମାମଲା ହାଇଦ୍ରାବାଦ ବିମାନ ବନ୍ଦରରେ ସାମ୍ନାକୁ ଆସିଛି । ବିଶେଷ କରି ସୁଦାନ ଓ ବିଭିନ୍ନ ଆରବୀୟ ଦେଶରୁ ଭାରତକୁ ଏହି ସୁନା ତସ୍କରୀ ହେଉଥିବା ସୂଚନା ମିଳିଛି । ଏକାଧିକ ଯାତ୍ରୀଙ୍କୁ ମଧ୍ୟ ନିକଟ ଅତୀତରେ ଗିରଫ ମଧ୍ୟ କରାଯାଇଛି । ସେମାନଙ୍କ ମଧ୍ୟରେ କିଛି ପେସାଦାର ଗୋଲ୍ଡ ସ୍ମଗଲର ରହିଛନ୍ତି । ବାରମ୍ବାର ଏପରି ଘଟଣା ଘଟୁଥିବାରୁ କଷ୍ଟମ ବିଭାଗ ମଧ୍ୟ ତତ୍ପର ହୋଇଛି । ହାଇଦ୍ରାବାଦ ସମେତ ଅନ୍ୟ କିଛି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏପରି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ବାରମ୍ବାର ସୁନା ତସ୍କରୀ ହେଉଥିବା ଦେଶରୁ ଭାରତକୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖିଛି କଷ୍ଟମ ବିଭାଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.