ନୂଆଦିଲ୍ଲୀ: ଦେଶରେ ବୁଧବାର ଟିକା ଉତ୍ସବର ଶେଷ ଦିନ ହୋଇଥିବା ବେଳେ ରାତି 8ଟା ପର୍ଯ୍ୟନ୍ତ 31.39 ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି । ଏହାକୁ ମିଶାଇ ଦେଶରେ ମୋଟ 11କୋଟିରୁ ଊର୍ଦ୍ଧ୍ବ ଲୋକଙ୍କୁ ଟୀକାକରଣ କରାଯାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଏପ୍ରିଲ 11ତାରିଖଠାରୁ 14 ତାରିଖ ପର୍ଯ୍ୟନ୍ତ 4 ଦିନିଆ ଟିକା ଉତ୍ସବ ଆରମ୍ଭ କରିଥିଲେ । ଏହାରି ମାଧ୍ୟମରେ ଦେଶରେ ଅଧିକାଂଶ ଲୋକଙ୍କୁ ଟିକା ଦିଆଯିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ତେବେ ଟିକା ଉତ୍ସବର ଶେଷ ତାରିଖ ପର୍ଯ୍ୟନ୍ତ ଦେଶରେ ମୋଟ 11 କୋଟି 43 ଲକ୍ଷ 18 ହଜାର 455 ଜଣଙ୍କୁ ଟିକା ଦିଆଯାଇଥିଲା । ଦେଶରେ ଟୀକାକରଣର 89ଦିନରେ 31 ଲକ୍ଷ 39 ହଜାର 63ଟି ଡୋଜ ଦିଆଯାଇଥିବା ବେଳେ ତନ୍ମଧ୍ୟରୁ 27 ଲକ୍ଷ 19 ହଜାର 964 ହିତାଧିକାରୀଙ୍କୁ ପ୍ରଥମ ଡୋଜ ଓ 4 ଲକ୍ଷ 19 ହଜାର 99 ଜଣ ହିତାଧିକାରୀଙ୍କୁ 2ୟ ଡୋଜ ଟିକା ଦିଆଯାଇଥିବା ସରକାରୀ ବିବୃତ୍ତିରୁ ଜଣାପଡିଛି ।
ଏହାସହିତ 90 ଲକ୍ଷ 63 ହଜାର 976 ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଥିବା ବେଳେ 56 ଲକ୍ଷ 3 ହଜାର 568 ଜଣଙ୍କୁ 2ୟ ଡୋଜ ଦିଆଯାଇଛି । ସେହିପରି 1 କୋଟି 2 ଲକ୍ଷ 9 ହଜାର 443 କୋରୋନା ଯୋଦ୍ଧାଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଥିବା ବେଳେ 50 ଲକ୍ଷ 61 ହଜାର 571 ଜଣଙ୍କୁ ଦ୍ବିତୀୟ ଡୋଜ ଟିକା ଦିଆଯାଇଛି । ଅନ୍ୟପଟେ 45 ବର୍ଷରୁ 60 ବର୍ଷର 3 କୋଟି 73 ଲକ୍ଷ 34 ହଜାର 924 ଜଣଙ୍କୁ ପ୍ରଥମ ଡୋଜ ଓ 8 ଲକ୍ଷ 94 ହଜାର 77 ଜଣଙ୍କୁ 2ୟ ଡୋଜ ଟିକା ଦିଆଯାଇଛି । 60 ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ 4 କୋଟି 34 ଲକ୍ଷ 13 ହଜାର 349 ଜଣଙ୍କୁ ପ୍ରଥମ ଡୋଜ ଓ 27 ଲକ୍ଷ 37 ହଜାର 547 ଜଣଙ୍କୁ ଦ୍ବିତୀୟ ଡୋଜ ଟିକା ଦିଆଯାଇଛି ।
ଦେଶରେ 3ଟି ରାଜ୍ୟରେ 1 କୋଟିରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକାକରଣ ଶେଷ ହୋଇଛି । ମହାରାଷ୍ଟ୍ରରେ 1 କୋଟି 11 ଲକ୍ଷ 19 ହଜାର 18, ରାଜସ୍ଥାନରେ 1 କୋଟି 2 ଲକ୍ଷ 15 ହଜାର 471 ଏବଂ ଉତ୍ତରପ୍ରଦେଶରେ 1 କୋଟି 17 ହଜାର 650 ଜଣଙ୍କୁ ଟିକା ଦିଆଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଛି ।
@ANI