ETV Bharat / bharat

Bengaluru: ବିମାନ ଶୌଚାଳୟରୁ 3 କେଜି ସୁନା ଜବତ - ବିମାନ ଶୌଚାଳୟରୁ ସୁନା ଜବତ

ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଶୌଚାଳୟରୁ ଜବତ ହେଲା 1.8 କୋଟି ମୂଲ୍ୟର 3 କେଜି ସୁନା । ଅଧିକ ପଢନ୍ତୁ

Bengaluru: ବିମାନ ଶୌଚାଳୟରୁ 3 କେଜି ସୁନା ଜବତ, ମୂଲ୍ୟ 1.8 କୋଟି

author img

By ETV Bharat Odisha Team

Published : Oct 17, 2023, 6:37 PM IST

ବେଙ୍ଗାଲୁରୁ: କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ଇଣ୍ଡିଗୋ ବିମାନର ଶୌଚାଳୟରୁ 1.8 କୋଟି ମୂଲ୍ୟର 3 କେଜି ସୁନା ଜବତ କରିଛି ରାଜସ୍ବ ଗୁଇନ୍ଦା ବିଭାଗର ଟିମ । ଏହି ବିମାନଟି ଗତ 7 ତାରିଖରେ ମାଲଦ୍ବୀପର ମେଲ ବିମାନ ବନ୍ଦରରୁ ଆସି ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଥିଲା । ତେବେ ଏହି ବିମାନରେ ସୁନା ତସ୍କରୀ କରାଯାଉଥିବା ନେଇ ମିଳିଥିବା ଇନପୁଟ ସୂଚନା ଆଧାରରେ ରାଜସ୍ବ ଗୁଇନ୍ଦା ବିଭାଗର ଟିମ ଏହି ଅପରେସନ ଆରମ୍ଭ କରିଥିଲା । ବିମାନର ଶୌଚାଳୟ ଓ ବେସିନରେ ଅଭିନବ ଢଙ୍ଗରେ ଲୁଚାଯାଇଥିବା ବ୍ୟାଗରୁ ସୁନା ଖଣ୍ଡ ବା ବିସ୍କୁଟ ଜବତ କରିବାରେ ସଫଳତା ପାଇଛନ୍ତି କଷ୍ଟମ ଅଧିକାରୀ ।

ଏହି ବିମାନରେ ସୁନା ଚାଲାଣ ହେଉଥିବା ନେଇ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI)କୁ କୌଣସି ସୂତ୍ରରୁ ସୂଚନା ମିଳିଥିଲା । ସେମାନେ ବିମାନ ଅବତରଣ କରିବା ପରେ ଏଥିରେ ଯାତ୍ରା କରିଥିବା ସମସ୍ତ ଯାତ୍ରୀଙ୍କୁ ଚେକିଂ କରିଥିଲେ । ମାତ୍ର କୌଣସି ସୁନା କିମ୍ବା ଆପତ୍ତିଜନକ ସାମଗ୍ରୀ ଠାବ କରାଯାଇ ପାରିନଥିଲା । ପରେ ଅଧିକାରୀଙ୍କ ଏକ ଟିମ ବିମାନକୁ ତନ୍ନ ତନ୍ନ ଯାଞ୍ଚ କରିବା ପରେ ଶୌଚାଳୟର ବେସିନରେ ଏକ ବ୍ୟାଗ ଲୁଚାଯାଇଥିବା ଜାଣିବାକୁ ପାଇଥିଲେ । ଏହାକୁ ତନଖି କରିବା ପରେ ଏଥିରୁ 3 କେଜି ଓଜନର ଏକାଧିକ ସୁନା ବିସ୍କୁଟ ଜବତ କରାଯାଇଥିଲା । ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ 1.8 କୋଟି ହେବା ନେଇ ପ୍ରାଥମିକ ଭାବେ ଆକଳନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :- ଝାଡଖଣ୍ଡରେ ଡ୍ୟାମରେ ବୁଡି 4 ଛାତ୍ର ମୃତ, ଏବେ ବି 2 ନିଖୋଜ

ତେବେ ଏହି ଘଟଣାରେ କେହି ଯାତ୍ରୀ ଗିରଫ ହୋଇନାହାନ୍ତି । ବିଭାଗ ଅଧିକ ତଦନ୍ତ ଜାରି ରଖିଛି । ହେଲେ ଏହି ବ୍ୟାଗକୁ ଉକ୍ତ ବିମାନର ପରବର୍ତ୍ତୀ ଉଡାଣରେ କେହି ଯାତ୍ରୀ ରିସିଭ କରିବା ଉଦ୍ଦେଶ୍ୟରେ ଲୁଚାଯାଇଥିବା ନେଇ ସନ୍ଦେହ କରାଯାଉଛି । ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ବିଭିନ୍ନ ସମୟରେ ବିଭିନ୍ନ ଦେଶରୁ ଭାରତକୁ ସୁନା ଚାଲାଣ ହେଉଥିବା ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଯାହାକୁ ରୋକିବା ପାଇଁ ରାଜସ୍ବ ଗୁଇନ୍ଦା ଓ ଏୟାରପୋର୍ଟ କଷ୍ଟମ ବିଭାଗ ମଧ୍ୟ ସ୍ବତନ୍ତ୍ର ଅପରେସନ ହାତକୁ ନେଉଛନ୍ତି । ବିଭିନ୍ନ ସମୟରେ ସୁନା ଟସ୍କରୀ ରାକେଟ ଧରା ପଡିବା ପରେ ଏଥିରେ ସମ୍ପୃକ୍ତ ଭାରତୀୟ ଓ ବିଦେଶୀ ନାଗରିକ ମଧ୍ୟ ଗିରଫ ହେଉଛନ୍ତି । ଆରବ ରାଷ୍ଟ୍ରଗୁଡିକରୁୁ ଆସୁଥିବା ବିମାନରେ ସୁନା ଚୋରା ଚାଲାଣର ସର୍ବାଧିକ ଘଟଣା ଘଟୁଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.