ETV Bharat / bharat

Uttarkashi Avalanche: ଉତ୍ତରକାଶୀ ହିମସ୍ଖଳନରେ ମୃତ୍ୟୁସଂଖ୍ୟା ୨୬କୁ ବୃଦ୍ଧି

author img

By

Published : Oct 7, 2022, 5:17 PM IST

ଉତ୍ତରାଖଣ୍ଡର ଉତ୍ତରକାଶୀ ହିମସ୍ଖଳନ ଅଘଟଣରେ ଫସିଥିବା ନେହେରୁ ଇନଷ୍ଟିଚ୍ୟୁଟ ଅଫ ମାଉଣ୍ଟେନନିଅରିଙ୍ଗ (NIM) ୪୪ ଜଣିଆ ଏକ ପର୍ବତାରୋହୀ ଟିମ୍ ମଧ୍ୟରୁ ଏଯାବତ ୨୬ ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

Uttarkashi Avalanche: ଉତ୍ତରକାଶୀ ହିମସ୍ଖଳନରେ ମୃତ୍ୟୁସଂଖ୍ୟା ୨୬କୁ ବୃଦ୍ଧି
Uttarkashi Avalanche: ଉତ୍ତରକାଶୀ ହିମସ୍ଖଳନରେ ମୃତ୍ୟୁସଂଖ୍ୟା ୨୬କୁ ବୃଦ୍ଧି

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀ ହିମସ୍ଖଳନ(Uttarkashi avalanche) ଅଘଟଣରେ ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି । ନେହେରୁ ଇନଷ୍ଟିଚ୍ୟୁଟ ଅଫ ମାଉଣ୍ଟେନନିଅରିଙ୍ଗ(Nehru Institute of Mountaineering)ର ୩ ଜଣ ଟ୍ରେନିଙ୍କୁ ଖୋଜିବା ଲାଗି ସର୍ଚ୍ଚ ଅପରେସନ ଜାରି ରହିଛି । ମଙ୍ଗଳବାର ସକାଳେ ଉତ୍ତରକାଶୀ ଦ୍ରୌପଦୀର ଦଣ୍ଡା-୨ ପର୍ବତରେ ଏହି ବଡ ଧରଣର ହିମସ୍ଖଳନ ହୋଇଥିବା ବେଳେ ବରଫ ଅତଡା ଭିତରେ ଏକ ପର୍ବତାରୋହୀ ଟିମ୍ ଫସି ରହିଛନ୍ତି ।

ଉତ୍ତରକାଶୀ ହିମସ୍ଖଳନରେ ମୃତ୍ୟୁସଂଖ୍ୟା ୨୬କୁ ବୃଦ୍ଧି

ଶୁକ୍ରବାର ସକାଳ ସୁଦ୍ଧା ୧୯ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅପରାହ୍ନ ବେଳକୁ ଏହି ସଂଖ୍ୟା ୨୬ରେ ପହଞ୍ଚିଛି । ଆଇଟିବିପି, ବାୟୁସେନା, ଏସଡିଆରଏଫ ଏବଂ ନିମ୍‌ର ପର୍ବତାରୋହୀଙ୍କ ସମେତ ମୋଟ ୩୦ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ବାୟୁସେନାର ହେଲ୍ଟିକପ୍ଟର ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି । ଦୀର୍ଘ ୭୦ ଘଣ୍ଟା ଧରି ଜାରି ରହିଥିବା ଉଦ୍ଧାର କାର୍ଯ୍ୟ ଖରାପ ପାଗ ଯୋଗୁଁ ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ- Uttarkashi avalanche: ଉତ୍ତରାଖଣ୍ଡ ହିମସ୍ଖଳନରେ ମୃତ୍ୟୁସଂଖ୍ୟା 19କୁ ବୃଦ୍ଧି

ତେବେ ମିଳିଥିବା ମୃତଦେହ ଗୁଡିକ ମଧ୍ୟରୁ ୩ ଜଣ ଟ୍ରେନର ଓ ଅନ୍ୟମାନେ ଟ୍ରେନି ଅଟନ୍ତି । ମୃତକଙ୍କ ଭିତରେ ଏଭରେଷ୍ଟ ବିଜୟୀ ସବିତା କନସ୍ବାଲ ମଧ୍ୟ ଅଛନ୍ତି । ସୂଚନା ଥାଉ କି ମଙ୍ଗଳବାର ସକାଳ ୯ଟା ସମୟରେ ଦଣ୍ଡା ୨ ଶିଖରରେ ଭୟଙ୍କର ହିମସ୍ଖଳନ ହୋଇଥିଲା । ଏହି ସମୟରେ ନେହେରୁ ଇନଷ୍ଟିଚ୍ୟୁଟ ଅଫ ମାଉଣ୍ଟେନନିଅରିଙ୍ଗ (Nehru Institute of Mountaineering)ର ୪୪ ଜଣିଆ ଏକ ପର୍ବତାରୋହୀ ଟିମ୍ ସେଠାକୁ ଯାଇଥିଲେ । ଟିମ୍‌ରେ ୩୩ ଜଣ ଟ୍ରେନି ଏବଂ ୭ ଜଣ ଟ୍ରେନରଙ୍କ ସମେତ ୪୦ ଜଣ ସାମିଲ ଥିଲେ ।

ଏହା ବି ପଢନ୍ତୁ- Uttarakhand Avalanche: ୧୦ ପର୍ବତାରୋହୀ ମୃତ, ତୁଷାରପାତ ଯୋଗୁଁ ଉଦ୍ଧାର କାର୍ଯ୍ୟ ସ୍ଥଗିତ

ବରଫ ଅତଡା ଖସିବା ପରେ ସମସ୍ତେ ସେଠାରେ ଫସି ଯାଇଥିଲେ । ପ୍ରବଳ ତୁଷାରପାତ ଯୋଗୁଁ ଉଦ୍ଧାରକାର୍ଯ୍ୟ ମଝିରେ ମଝିରେ ସ୍ଥଗିତ ରଖିବାକୁ ପଡୁଛି । ତେବେ ଖୋଦ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହି ଘଟଣା ସମୀକ୍ଷା କରି ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ବାୟୁସେନାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ପର୍ବତାରୋହୀଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ । ଦଣ୍ଡା ପର୍ବତରେ ଫସି ରହିଥିବା ପର୍ବତାରୋହୀଙ୍କୁ ଉଦ୍ଧାର କରିବା ପାଇଁ ବାୟୁସେନାର ୨ଟି ଚିତା ହେଲିକପ୍ଟର ସାମିଲ ରହିଥିଲେ । ତା ସହିତ ଅଧିକ ସହାୟତା ପାଇଁ ବାୟୁସେନାର ଅନ୍ୟ ଚପର୍‌ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ଏହାକୁ ନେଇ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.