ଅହମ୍ମଦାବାଦ: ମୋର୍ବି ଝୁଲା ବ୍ରିଜ ଦୁର୍ଘଟଣାର ପ୍ରଭାବ ଅଟଳ ବ୍ରିଜ ଉପରେ ଦେଖିବାକୁ ମିଳିଛି । ଅବହେଳା ପାଇଁ କାଳ ସାଜିଲା ଗୁଜୁରାଟର ମୋର୍ବି ଝୁଲା ପୋଲ । ମାଛୁ ନଦୀରେ ମୋର୍ବି ବ୍ରିଜ ଛିଣ୍ଡିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିିଛି । ଏହି ଅଘଟଣ ପରେ ପ୍ରଶାସନ ଚେତିବାକୁ ଲାଗିଛି । ଦୁର୍ଘଟଣାର କିଛି ଘଣ୍ଟା ପରେ ଅହମ୍ମଦାବାଦ ମହାନଗର ନିଗମର ଚେତା ପଶିଛି । ଅହମ୍ମଦାବାଦର ସାବରମତି ନଦୀରେ ଥିବା ଅଟଲ ବ୍ରିଜ ପାଇଁ କଟକଣା ଜାରି କରିଛି ପ୍ରଶାସନ । ଏକା ସଙ୍ଗରେ 3 ହଜାର ଲୋକଙ୍କୁ ଯାତାୟତ ପାଇଁ ଅନୁମତି ମିଳିବ ନାହିଁ । ଏ ନେଇ ଏଏମସି ପକ୍ଷରୁ କୁହାଯାଇଛି ।
300ମିଟର ଲମ୍ବ ଏବଂ 14 ପ୍ରସ୍ଥ ଅଟଳ ବ୍ରିଜ ପଶ୍ଚିମ ପ୍ରାନ୍ତରେ ଥିବା ଫୁଲ ବଗିଚା ଏବଂ ପୂର୍ବ ଦିଗରେ ଥିବା କଳା ଓ ସଂସ୍କୃତି କେନ୍ଦ୍ରକୁ ଯୋଡିଥାଏ । ଏହାକୁ ଚଳିତ ବର୍ଷ ଅଗଷ୍ଟ 27ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିଲେ । ଏଠାରେ ପ୍ରତିଦିନ ଲୋକଙ୍କ ଗହଳି ଲାଗିଥାଏ । ବ୍ରିଜ ଉପରେ ଏକା ସଙ୍ଗରେ 12 ହଜାର ଲୋକ ଯିବା ଆସିବା କରିବାର ଦକ୍ଷତା ରହିଛି । ମାତ୍ର ମୋର୍ବି ଝୁଲା ବ୍ରିଜ ଦୁର୍ଘଟଣା ପରେ ଏଥିରେ ପରିବର୍ତ୍ତନ କରାଯାଇଛି । ବ୍ରିଜ ଉପରେ ଏକା ସଙ୍ଗରେ 3 ହଜାରରୁ ଅଧିକ ଲୋକଙ୍କୁ ଯାତାୟତ ଅନୁମତି ମିଳିବ ନାହିଁ । ସୁରକ୍ଷା ଦୃଷ୍ଟିରୁ ଘଣ୍ଟା ପ୍ରତି କେବଳ 3 ହଜାର ଲୋକଙ୍କୁ ଛିଡା ହେବାକୁ ଅନୁମତି ମିଳିବ ।
ଏହା ବି ପଢନ୍ତୁ....Morbi Bridge Collapse: ଗୁଜୁରାଟ ଝୁଲା ପୋଲ ଛିଡିବା ଘଟଣା ପାଇଁ କିଏ ଦାୟୀ
ସାବରମତୀ ରିଭରଫ୍ରଣ୍ଟ ଡେଭଲପମେଣ୍ଟ କର୍ପୋରେସନ୍ ଲିମିଟେଡ୍ କହିଛି ଯେ, ଏହି ସେତୁ ବହୁତ ଶକ୍ତିଶାଳୀ ଏବଂ ନିରାପଦ କିନ୍ତୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ପ୍ରସଙ୍ଗରେ ସମସ୍ତଙ୍କ ସହଯୋଗ ପାଇଁ ନିବେଦନ କରାଯାଇଛି । ଆଖିଦୃଶିଆ ଡିଜାଇନ୍ ଏବଂ ଏଲଇଡି ଆଲୋକ ସହିତ ଏହି ବ୍ରିଜ୍ 2,600 ଟନ୍ ଷ୍ଟିଲ୍ ପାଇପ୍ ବ୍ୟବହାର ହୋଇଛି । ଏହାର ଛାତ ରଙ୍ଗୀନ କପଡ଼ାରେ ନିର୍ମିତ ଏବଂ ଗ୍ଲାସ୍ ଏବଂ କଳଙ୍କିହୀନ ଷ୍ଟିଲ୍ ସହିତ ରେଲିଂରେ ନିର୍ମାଣ ହୋଇଛି ।