ETV Bharat / bharat

‘ଚାଷୀୃଙ୍କ ଆଗରେ ହାର ମାନିବାକୁ ବାଧ୍ୟ ହେବେ ମୋଦି ସରକାର’

author img

By

Published : Mar 3, 2021, 6:47 PM IST

ବୁଧବାର ରାଜସ୍ଥାନର ନାଗୌରରେ ପହଞ୍ଚିଛନ୍ତି କୃଷକ ନେତା ରାକେଶ ଟିକାୟତ । ଏହି କାର୍ଯ୍ୟକ୍ରମରେ ସେ ପୁଣି ମୋଦି ସରକାରକୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

‘ କୃଷକଙ୍କ ଆଗରେ ହାର ମାନିବାକୁ ବାଧ୍ୟ ହେବେ ମୋଦି ସରକାର’

ଜୟପୁର: ବୁଧବାର ରାଜସ୍ଥାନର ନାଗୌରରେ ପହଞ୍ଚିଛନ୍ତି କୃଷକ ନେତା ରାକେଶ ଟିକାୟତ । ସେଠାରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଛନ୍ତି ସ୍ଥାନୀୟ ଚାଷୀ ନେତା । ଏହି ଅବସରରେ ସେ ସାମ୍ବାଦିକଙ୍କ ସହ ଆଲୋଚନାରେ କହିଛନ୍ତି ଯେ ଭିନ୍ନକ୍ଷମଙ୍କ ପାଇଁ ବିଧାନସଭା ଏବଂ ଲୋକସଭାରେ ସଂରକ୍ଷଣ ନୀତି କାର୍ଯ୍ୟକାରୀ କରାଯିବା ଉଚିତ । ଯାହା ଦ୍ବାରା ଭିନ୍ନକ୍ଷମମାନେ ମଧ୍ୟ ସେମାନଙ୍କ ଅଧିକାର ପାଇବେ । ସେହିପରି ସାଂସଦ ଓ ବିଧାୟକଙ୍କ ଭତ୍ତା ମଧ୍ୟ ବନ୍ଦ କରିବା କରିବା ସପକ୍ଷରେ ସେ ଯୁକ୍ତି ବାଢିଥିବା ଦେଖିବାକୁ ମିଳିଛି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ ସାଂସଦ ଏବଂ ବିଧାୟକଙ୍କ ପାଇଁ ଅବସରକାଳୀନ ଭତ୍ତା ନୀତି ମଧ୍ୟ ବନ୍ଦ କରାଯିବା ଉଚିତ । ଏହି ଆନ୍ଦୋଳନ ଜାରି ରହିବ ଏବଂ କେବଳ ମୋଦି ସରକାର ଚାଷୀଙ୍କ ଆଗରେ ଆଣ୍ଠୁମାଡି ବସିବାକୁ ବାଧ୍ୟ ହେବେ । ଆଗାମୀ ଦିନରେ ଓଡ଼ିଶା, କର୍ଣ୍ଣାଟକ, ତାମିଲନାଡୁ, ଆସାମ ଏବଂ ରାଜସ୍ଥାନର ଅନ୍ୟାନ୍ୟ ଜିଲ୍ଲାରେ କିଷାନ ମହାପଞ୍ଚାୟତ ଆୟୋଜନ କରାଯିବା ନେଇ ମଧ୍ୟ ବିଚାର ଚାଲିଥିବା ସେ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ଦେଶର ଅର୍ଥନୀତି ବାବଦରେ ଟିକାୟତ କହିଛନ୍ତି ବର୍ତ୍ତମାନ ମୁଦ୍ରାସ୍ଫୀତି ସାଧାରଣ ଜନତାଙ୍କୁ ଆଘାତ କରୁଛି। ନାଗୌରେ ପହଞ୍ଚିବା ପରେ କୃଷକ ନେତା ଡକ୍ଟର ସହଦେବ ଚୌଧୁରୀ ଏବଂ ଜିଲ୍ଲାର ବିଭିନ୍ନ କିଶାନ ମୋର୍ଚ୍ଚା ଅଧିକାରୀମାନେ ସ୍ବାଗତ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.