ETV Bharat / bharat

Monsoon session: ବିଶୃଙ୍ଖଳିତ ଆଚରଣ ପାଇଁ 19 ରାଜ୍ୟସଭା ସାଂସଦ ନିଲମ୍ବିତ - ରାଜ୍ୟସଭା ମୁଲତବୀ

ପୁଣି ବିଶୃଙ୍ଖଳିତ ଆଚରଣ ପଡିଲା ମହଙ୍ଗା । 19 ରାଜ୍ୟସଭା ସାଂସଦଙ୍କୁ ନିଲମ୍ବିତ କଲେ ଉପରାଷ୍ଟ୍ରପତି । TMC ର ସର୍ବାଧିକ 7 ସଦସ୍ୟ ଥିବା ସୂଚନା । ସପ୍ତାହ ମଧ୍ୟରେ କୌଣସି କାର୍ଯ୍ୟ ଦିବସରେ ହୋଇପାରିବେ ନାହିଁ ସାମିଲ । ଗତକାଲି ମଧ୍ୟ ନିଲମ୍ବିତ ହୋଇଥିଲେ କଂଗ୍ରେସର 4 ଲୋକସଭା ସାଂସଦ । ଅଧିକ ପଢନ୍ତୁ

Monsoon session: ବିଶୃଙ୍ଖଳିତ ଆଚରଣ ପାଇଁ 19 ରାଜ୍ୟସଭା ସାଂସଦ ନିଲମ୍ବିତ

author img

By

Published : Jul 26, 2022, 3:35 PM IST

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନ ଜାରି ରହିଥିବା ବେଳେ ଗୃହରେ ହଟ୍ଟଗୋଳ ଓ ବିଶୃଙ୍ଖଳିତ ଆଚରଣ ପାଇଁ ଏକାଧିକ ବିରୋଧୀ ଦଳର 19 ରାଜ୍ୟସଭା ସାଂସଦଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି । ଏହି ସାଂସଦମାନଙ୍କୁ ଚଳିତ ସପ୍ତାହ ପାଇଁ ନିଲମ୍ବିତ କରିଛନ୍ତି ଗୃହର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଏହି ସାଂସଦମାନେ ଚଳିତ ସପ୍ତାହରେ ହେବାକୁ ଥିବା ଅଧିବେଶନର କୌଣସି କାର୍ଯ୍ୟ ଦିବସରେ ଅଂଶଗ୍ରହଣ କରିପାରିବେ ନାହିଁ ।

  • TMC MPs Sushmita Dev, Dr Santanu Sen and Dola Sen among other Rajya Sabha MPs suspended for remaining part of the week for "misconduct" by entering well of the House and sloganeering

    House adjourned for next 20 minutes pic.twitter.com/dIJkjR6hHe

    — ANI (@ANI) July 26, 2022 " class="align-text-top noRightClick twitterSection" data=" ">

ଆଜି ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରେ TMC ସାଂସଦ ସୁସ୍ମିତା ଦେବ, ଡ.ଶାନ୍ତନୁ ସେନ୍ ଏବଂ ଡୋଲା ସେନ୍, ଶାନ୍ତା ଛେତ୍ରୀ, ଅବିର ରଞ୍ଜନ ବିଶ୍ବାସ, ମୌସମ୍ ନୁର, ମୋହମ୍ମଦ ଅବଦୁଲ୍ଲା ପ୍ରମୁଖ ରହିଛନ୍ତି । ଗତାକାଲି ମଧ୍ୟ ସମାନା କାରଣ ପାଇଁ କଂଗ୍ରେସର 4ଜଣ ଲୋକସଭା ସାଂସଦଙ୍କୁ ସମ୍ପୂର୍ଣ୍ଣ ଅଧିବେଶନରୁ ନିଲମ୍ବିତ କରାଯାଇଥିଲା ।

4 କଂଗ୍ରେସ ସାଂସଦମାନେ ଗତକାଲି ନିଲମ୍ବିତ ହେବା ପରେ ସଂସଦ ପରିସରରେ ଧାରଣା ଦେବା ସହ ନିଷ୍ପତ୍ତି ବିରୋଧରେ ପ୍ରତିବାଦ କରିଥିଲେ । ଅନ୍ୟ କିଛି ବିରୋଧୀ ସାଂସଦ ମଧ୍ୟ ସେମାନଙ୍କ ସହ ସାମିଲ ହୋଇ ଏହି ନିଷ୍ପତ୍ତି ଗଣତନ୍ତ୍ରର ହତ୍ୟା ବୋଲି କହିଥିଲେ । ତେବେ ତାର ମାତ୍ର ଗୋଟିଏ ଦିନ ପରେ ପୁଣି ସମାନ କାରଣ ପାଇଁ ଏକାଧିକ ବିରୋଧୀ ସାଂସଦଙ୍କ ଉପେରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଅନ୍ୟପଟେ ଚଳିତ ଅଧିବେଶନ ଆରମ୍ଭରୁ ଦରଦାମ ଓ GST ଦର ବୃଦ୍ଧି ନେଇ କଂଗ୍ରେସ ସମେତ ଅନ୍ୟ କିଛି ବିରୋଧୀ ଦଳ ସରକାରଙ୍କୁ କ୍ରମାଗତ ଘେରିବାରେ ଲାଗିଛନ୍ତି । ସରକାର ଗୃହରେ କାହଁକି ଏହି ଦୁଇ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ପଛଘୁଞ୍ଚା ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.