ETV Bharat / bharat

Monsoon session: ଜୁଲାଇ ୨୦ରୁ ସଂସଦ ମୌସୁମୀ ଅଧିବେଶନ - ଜୁଲାଇ ୨୦ରୁ ସଂସଦ ମୌସୁମୀ ଅଧିବେଶନ

ଜୁଲାଇ ୨୦ରୁ ଆରମ୍ଭ ହେବ ସଂସଦ ମୌସୁମୀ ଅଧିବେଶନ । ସୂଚନା ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ଅଧିକ ପଢନ୍ତୁ

ଜୁଲାଇ ୨୦ରୁ ସଂସଦ ମୌସୁମୀ ଅଧିବେଶନ
ଜୁଲାଇ ୨୦ରୁ ସଂସଦ ମୌସୁମୀ ଅଧିବେଶନ
author img

By

Published : Jul 1, 2023, 2:22 PM IST

ନୂଆଦିଲ୍ଲୀ: ଜୁଲାଇ ୨୦ରୁ ଆରମ୍ଭ ହେବ ସଂସଦ ମୌସୁମୀ ଅଧିବେଶନ । ଅଗଷ୍ଟ ୧୧ ତାରିଖ ଯାଏଁ ଅଧିବେଶନ ଚାଲିବ । ଏଥିରେ ମୋଟ ୧୭ଟି କାର୍ଯ୍ୟ ଦିବସ ରହିବ । ଏନେଇ ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଆସନ୍ତା ମୌସୁମୀ ଅଧିବେଶନରେ ଫଳପ୍ରଦ ଆଲୋଚନା ପାଇଁ ସବୁ ଦଳକୁ କେନ୍ଦ୍ରମନ୍ତ୍ରୀ ନିବେଦନ କରିଛନ୍ତି । ନୂତନ ସଂସଦ ଭବନ ଗୃହରେ ଅଧିବେଶନ ବସିପାରେ ।

  • Monsoon Session, 2023 of Parliament will commence from 20th July and continue till 11th August. Urge all parties to contribute towards productive discussions on Legislative Business and other items during the #MonsoonSession.

    — Pralhad Joshi (@JoshiPralhad) July 1, 2023 " class="align-text-top noRightClick twitterSection" data=" ">

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଟ୍ବିଟ୍ କରିଛନ୍ତି ଯେ, ମୌସୁମୀ ଅଧିବେଶନ ୨୦୨୩ ଆସନ୍ତା ୨୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୩ ଦିନ ଯାଏଁ ଚାଲିବାକୁ ଥିବା ଅଧିବେଶନରେ ମୋଟ ୧୭ଟି କାର୍ଯ୍ୟଦିବସ ବା ସିଟିଂ ରହିବ । ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ଫଳପ୍ରଦ ତଥା ଗଠନମୂଳକ ଆଲୋଚନା ପାଇଁ ସହଯୋଗ କରିବାକୁ ସବୁ ଦଳକୁ ନିବେଦନ । ତେବେ ଆଗକୁ ଲୋକସଭା ନିର୍ବାଚନ ଆସୁଥିବାରୁ ଏଥର ଗୃହ ବେଶ୍ ସରଗରମ ରହିବ ବୋଲି ଆଶା କରାଯାଉଛି । ବିରୋଧି ଦଳ ଗୁଡିକ ଏକାଠି ହୋଇଥିବା ବେଳେ ମଣିପୁର ଏବଂ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବେ । ସେହିପରି ଚଳିତ ଅଧିବେଶନରେ କେନ୍ଦ୍ର ସରକାର ସମାନ ନାଗରିକ ସଂହିତା (UCC) ବିଲ୍ ଆଣିପାରନ୍ତି ।

ଏହାମଧ୍ୟ ପଢନ୍ତୁ: India-China Relation: 'ଭାରତର ଅଖଣ୍ଡତାକୁ ଉଲ୍ଲଙ୍ଘନ କରିଛି ଚୀନ, ଉଚିତ ଜବାବ ଦେଇଛୁ'

ଯାହା ସୂଚନା ମିଳିଛି, ପୁରୁଣା ବିଲ୍ଡିଂରେ ମୌସୁମୀ ଅଧିବେଶନ ଆରମ୍ଭ ହେବ । ପରେ ଏହା ନୂତନ ବିଲ୍ଡିଂକୁ ସ୍ଥାନାନ୍ତରିତ କରାଯିବ । ହେଲେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଗତ ମେ' ୨୮ରେ ନୂଆ ସଂସଦ ଭବନ ଉଦଘାଟନ ହୋଇଥିଲା । ମୌସୁମୀ ଅଧିବେଶନରେ ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗ ଉଠିପାରେ । କେନ୍ଦ୍ର ସରକାର ରାଜଧାନୀ ଦିଲ୍ଲୀରେ ଶାସନ କ୍ଷମତା ନିୟନ୍ତ୍ରଣ କରିବାକୁ ଆଣିଥିବା ଅଧ୍ୟାଦେଶ ବିଲ୍ ଆକାରରେ ଉପସ୍ଥାପନ କରିପାରନ୍ତି । ଯାହାକୁ ନେଇ ବର୍ତ୍ତମାନ ସମୟରେ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାର ମଧ୍ୟରେ ବିବାଦ ଲାଗି ରହିଛି । କେଜ୍ରିୱାଲ ସରକାର ଏହି ଅଧ୍ୟାଦେଶକୁ ଚ୍ୟାଲେଞ୍ଜ କରି ଏବେ ସୁପ୍ରିମକୋର୍ଟର ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Uniform Civil Code: ଉତ୍ତରାଖଣ୍ଡରେ ଖୁବଶୀଘ୍ର ଲାଗୁ ହେବ UCC

ଏହାମଧ୍ୟ ପଢନ୍ତୁ: Delhi Ordinance: କେନ୍ଦ୍ର ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ଦିଲ୍ଲୀ ସରକାର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.