ETV Bharat / bharat

Parliament Monsoon Session: ଆଜି ସର୍ବଦଳୀୟ ବୈଠକ - ସଂସଦ ମୌସୁମୀ ଅଧିବେଶନ

ଜୁଲାଇ ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଚଳିତ ମୌସୁମୀ ଅଧିବେଶନ । ଏହା ପୂର୍ବରୁ (Parliament Monsoon Session) ଆଜି ବସିବ ସର୍ବଦଳୀୟ ବୈଠକ । ଅଧିକ ପଢନ୍ତୁ

Parliament Monsoon Session: ଆଜି ବସିବ ସର୍ବଦଳୀୟ ବୈଠକ

author img

By

Published : Jul 17, 2022, 10:53 AM IST

Updated : Jul 17, 2022, 11:20 AM IST

ନୂଆଦିଲ୍ଲୀ: ଜୁଲାଇ ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଚଳିତ ମୌସୁମୀ ଅଧିବେଶନ । ଏହା ପୂର୍ବରୁ (Parliament Monsoon Session) ଆଜି ବସିବ ସର୍ବଦଳୀୟ ବୈଠକ । ସଂସଦର ସୁପରିଚାଳନା ଓ ବିରୋଧୀଙ୍କ ସହଯୋଗ ପାଇଁ ସରକାର ଡାକିଛନ୍ତି ବୈଠକ । ପୂର୍ବାହ୍ନ 11 ଟାରେ ବସିବ ବୈଠକ । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ (Parliamentary Affairs Ministers Pralhad Joshi)ଙ୍କ ପକ୍ଷରୁ ସମସ୍ତ ରାଜନୈତିକ ଦଳଙ୍କୁ ନିମନ୍ତ୍ରଣ କରାଯାଇଛି । ସମସ୍ତ ଦଳର ପ୍ରତିନିଧି ବୈଠକରେ ସାମିଲ ହେବେ ।

ବୈଠକରେ ସରକାର ସବୁ ରାଜନୈତିକ ଦଳ ସହ ସଂସଦର ଏଜେଣ୍ଡା ନେଇ ସହମତି ପାଇଁ ଉଦ୍ୟମ କରିବେ । ଯେପରିକି ସଂସଦର ଉଭୟ ସଦନର କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ ହୋଇପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକରେ ସାମିଲ ହୋଇପାରନ୍ତି । ଜୁଲାଇ ୧୮ ଆର୍ଥାତ ଆସନ୍ତାକାଲିଠୁ (ସୋମବାର) ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଆଗଷ୍ଟ ୧୨ ତାରିଖ ଯାଏ ଚାଲିବ ସଂସଦ ମୌସୁମୀ ଅଧିବେଶନ ।

ଏଥର ମୌସୁମୀ ଅଧିବେଶନର ବିଶେଷ ମହତ୍ତ୍ବ ରହିଛି । କାରଣ ଏଥର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଇଛି । ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଓ ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ୨୪ ଜୁଲାଇରେ ଶେଷ ହେଉଛି । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ୧୦ ଅଗଷ୍ଟରେ ଶେଷ ହେବ । ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ସ୍ଥିର କରିବାକୁ ବିରୋଧୀଦଳ ମଧ୍ୟ ବୈଠକ କରିବେ । ଶନିବାର ବିଜେପି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଏନଡିଏର ଉପ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି ।

ଅଧିବେଶନ ସମୟରେ ବିପକ୍ଷ ଦଳ ଅଗ୍ନିପଥ ଯୋଜନା, ବେରୋଜଗାର, ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇବେ । କେନ୍ଦ୍ର ସରକାର ସଂସଦ ମୌସୁମୀ ଅଧିବେଶନ ଜରିଆରେ ଅନେକ ଆଇନ ପ୍ରଣୟନକୁ ଆଗକୁ ବଢାଇବାକୁ ଚେଷ୍ଟା କରିବେ । କିଛି ବିଲ ଯେପରି ଦ ଇଣ୍ଡିଆନ ଆଣ୍ଟାଟିକ ବିଲ ୨୦୨୨ ସାମିଲ ରହିଛି । ୨୦୧୯ ଲୋକସଭା ଦ୍ବାରା ପାରିତ ହୋଇଥିଲା । ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରିବାର ସମ୍ଭାବନା ରହିଛି ।

ମୌସୁମୀ ଅଧିବେଶନ ଜରିଆରେ ଉପସ୍ଥାପିତ ହେବାକୁ ଥିବା ବିଧେୟ ମଧ୍ୟରୁ କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟ ସଂଶୋଧନ ବିଧେୟକ ୨୦୨୨ ସାମିଲ ରହିଛି । ପରିବାର ନ୍ୟାୟାଳୟ ବିଧେୟକ ୨୦୨୨ ଏକ ନୂଆ ବିଧେୟକ । ଆଦେଶ ବିଧେୟକ ୨୦୧୯, ମଧ୍ୟସ୍ଥତା ବିଧେୟକ, ୨୦୨୧( ସୁଶୀଳ କୁମାର ମୋଦିଙ୍କ ସ୍ଥାୟୀ ଅଧକ୍ଷତା ସହ ଜଡିତ), ଅନ୍ୟ ବିଧେୟକ ସମ୍ବିଧାନ, କୀଟନାଶକ ବିଧେୟକ ୨୦୨୦ ସାମିଲ ଅଛି ।

Last Updated : Jul 17, 2022, 11:20 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.