ETV Bharat / bharat

No Confidence Motion: ଅନାସ୍ଥା ପ୍ରସ୍ତାବ ଆଲୋଚନାର ତୃତୀୟ ଦିନ, ଆଜି ଜବାବ ରଖିବେ ମୋଦି - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନାର ଆଜି ତୃତୀୟ ଦିନ । ଆଜି ଗୃହରେ ଜବାବ ରଖିବେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

ଅନାସ୍ଥା ପ୍ରସ୍ତାବ ଆଲୋଚନାର ଆଜି ତୃତୀୟ ଦିନ
ଅନାସ୍ଥା ପ୍ରସ୍ତାବ ଆଲୋଚନାର ଆଜି ତୃତୀୟ ଦିନ
author img

By

Published : Aug 10, 2023, 9:10 AM IST

ନୂଆଦିଲ୍ଲୀ: ସଂସଦରେ ମୋଦି ସରକାରଙ୍କ ବିରୋଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଜାରି ରହିଛି । ଆଜି ଅନାସ୍ଥା ବିତର୍କର ତୃତୀୟ ଦିନ । ଗତକାଲି(ବୁଧବାର) ଆଲୋଚନା ବେଳେ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟକୁ ନେଇ ଗୃହ କମ୍ପିଥିଲା । କଂଗ୍ରେସ ନେତା ଓ ସ୍ମୃତି ଇରାନୀ ମୁହାଁମୁହିଁ ହୋଇଥିଲେ । ଆଜି ପ୍ରଧାନମନ୍ତ୍ରୀ ମୋଦି ଅନାସ୍ଥା ବିତର୍କରେ ସାମିଲ ହେବେ । ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ଜବାବ ରଖିବେ । ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୁଧବାର ସୂଚନା ଦେଇଥିଲେ ।

ଅନାସ୍ଥା ପ୍ରସ୍ତାବ ଆଲୋଚନାର ଦ୍ବିତୀୟ ଦିନରେ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଆକ୍ରମଣ କରିଥିଲେ । ଏହାର ଦୃଢ ଜବାବ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ଅମିତ ଶାହ । ବିଜେପି ମଣିପୁରକୁ ଦୁଇ ଭାଗ କରିଦେଇଥିବା କଂଗ୍ରେସ ନେତା କହିଥିବା ବେଳେ, ମଣିପୁର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଜବାବ ଦେଇଥିଲେ ଇରାନୀ ଏବଂ ବିରୋଧୀ ମେଣ୍ଟର ଇଣ୍ଡିଆ ନାମକୁ ମଧ୍ୟ କଟାକ୍ଷ କରିଥିଲେ । ଶାହ ମଧ୍ୟ ମଣିପୁର ହିଂସାକୁ ନେଇ ରାଜନୀତି ଲଜ୍ଜାଜନକ ବୋଲି କହିଥିଲେ । କହିରଖୁଛୁ କି, ମଣିପୁର ପ୍ରସଙ୍ଗରେ ଗୃହରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ଜୁଲାଇ ୨୬ରେ ମୋଦି ସରକାରଙ୍କ ବିରୋଧରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଏହାକୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସ୍ବୀକାର କରିଥିଲେ ।

ଏହାମଧ୍ୟ ପଢନ୍ତୁ: No Confidence Motion: ମଣିପୁର ହିଂସାକୁ ନେଇ ରାଜନୀତି ଲଜ୍ଜାଜନକ କହିଲେ ଶାହ

ବିରୋଧୀଙ୍କ ଏହି ଅନାସ୍ଥା ପ୍ରସ୍ତାବ ଯୋଗୁଁ ମୋଦି ସରକାରଙ୍କ ଉପରେ କୌଣସି ସଙ୍କଟ ଆସିବ ନାହିଁ । କାରଣ ଲୋକସଭାରେ ଭାରତୀୟ ଜନତା ପାର୍ଟି(BJP) ଏବଂ ଏହାର ସହଯୋଗୀ ଦଳ ପାଖରେ ବହୁମତ ରହିଛି । ଗୃହରେ ଅନାସ୍ଥା ପ୍ରସ୍ତାବ ଆସିଲେ ଏହା ଉପରେ ଚର୍ଚ୍ଚା କରାଯାଇଥାଏ । ପ୍ରସ୍ତାବକୁ ସମର୍ଥନ କରୁଥିବା ସାଂସଦମାନେ ସରକାରଙ୍କ ଦୁର୍ବଳତା ବଖାଣିଥାନ୍ତି ଏବଂ ଶାସକ ଦଳ ଉକ୍ତ ପ୍ରସଙ୍ଗରେ ନିଜର ପକ୍ଷ ରଖିଥାଏ । ଶେଷରେ ମତଦାନ ହୋଇଥାଏ ଏବଂ ଯଦି ପ୍ରସ୍ତାବ ସପକ୍ଷରେ ଅଧିକ ଭୋଟ ପଡେ ତାହାଲେ ସରକାର ଭାଙ୍ଗିଯାଏ । କିନ୍ତୁ ମୋଦି ସରକାରଙ୍କ କ୍ଷେତ୍ରରେ ସେଭଳି କିଛି ଘଟିବ ନାହିଁ ।

ଏହାମଧ୍ୟ ପଢନ୍ତୁ: ମୋଦି ସରକାରଙ୍କ ଉପରେ ବର୍ଷିଲେ ରାହୁଲ: କହିଲେ ବିଜେପି ମଣିପୁରରେ ଭାରତର ହତ୍ୟା କରିଛି

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏନଡିଏ ସରକାର ପାଖରେ ୩୩୧ ଜଣ ସାଂସଦ ରହିଛନ୍ତି । ସେଥିମଧ୍ୟରୁ ଏକାକୀ ବିଜେପି ପାଖରେ ୩୦୩ ଜଣ ସଦସ୍ୟ ଅଛନ୍ତି । ବିରୋଧି ଇଣ୍ଡିଆର ସାଂସଦଙ୍କ ସଂଖ୍ୟା ୧୪୪ । ସେହିପରି ଅସଂଗଠିତ ଦଳର ସାଂସଦଙ୍କ ସଂଖ୍ୟା ୭୦ ରହିଛି । ଏହି ସଂଖ୍ୟା ଖେଳକୁ ଦେଖିଲେ ମୋଦି ସରକାର ଅନାସ୍ଥା ପ୍ରସ୍ତାବକୁ ସହଜରେ ମାତ୍ ଦେବେ ବୋଲି ସ୍ପଷ୍ଟ ହେଉଛି । ତେବେ ଏହାକୁ ମିଶାଇ ଦ୍ବିତୀୟ ଥର ମୋଦି ସରକାର ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଛନ୍ତି । ଶେଷ ଥର ପାଇଁ ୨୦୧୮ରେ ଅନାସ୍ଥା ପ୍ରସ୍ତାବ ଆସିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.