ETV Bharat / bharat

ମଙ୍କି ମାସ୍କ ପିନ୍ଧି ହିନ୍ଦୁ ଧର୍ମ ଶାସ୍ତ୍ର ବିକିଲେ ବିଦେଶୀ

author img

By

Published : May 11, 2021, 1:44 PM IST

କର୍ଣ୍ଣାଟକରେ ଜଣେ ବିଦେଶୀ ମଙ୍କି ମାସ୍କ ପିନ୍ଧି ହିନ୍ଦୁ ଧାର୍ମିକ ଶାସ୍ତ୍ର ବିକ୍ରି କରୁଛନ୍ତି । ଅଧିକ ପଢନ୍ତୁ...

ମଙ୍କି ମାସ୍କ ପିନ୍ଧି ହିନ୍ଦୁ ଧାର୍ମିକ ଶାସ୍ତ୍ର ବିକିଲେ ବିଦେଶୀ

ବେଙ୍ଗାଲୁରୁ: କର୍ଣ୍ଣାଟକର ଉଡୁପି ଅଞ୍ଚଳରେ ଦେଖିବାକୁ ମିଳିଛି ଏକ କୌତୁହଳପୂର୍ଣ୍ଣ ଦୃଶ୍ୟ । ମାଙ୍କଡ ମୁହଁ ଆକୃତିର ଏକ ମାସ୍କ ପିନ୍ଧି ସାଇକେଲ ଚଲାଇ ହିନ୍ଦୁ ଧାର୍ମିକ ଶାସ୍ତ୍ର ବିକୁଛନ୍ତି ଜଣେ ବିଦେଶୀ । ଏହାସହିତ କୋରୋନା ମହାମାରୀ ବିରୋଧରେ ବାଣ୍ଟୁଛନ୍ତି ସଚେତନତା ବାର୍ତ୍ତା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଥିବା ଦେଖିବାକୁ ମିଳିଛି ।

ଧାର୍ମିକ ଶାସ୍ତ୍ର ବିକୁଥିବା ଏହି ବିଦେଶୀ ଋଷିଆ ମହାଦେଶର ହୋଇଥିବା ବେଳେ ସେ ଇସକନ ସଂଗଠନରେ କାର୍ଯ୍ୟ କରିଥାନ୍ତି । ସେ ବିଗତ 20 ବର୍ଷ ଧରି ସ୍ଥାନୀୟ ଅଞ୍ଚଳରେ ଧାର୍ମିକ ଭାବନାକୁ ନେଇ ବିଭିନ୍ନ ସଚେତନତା ମୂଳକ ପୁସ୍ତକ ବିକ୍ରି କରି ଆସୁଥିବା ବେଳେ ବର୍ତ୍ତମାନ ଭାଗବତ ଗୀତା ଓ ରାମାୟଣ ପୁସ୍ତକ ବିକ୍ରି କରୁଛନ୍ତି । ତେବେ ସେ ଧାରଣ କରିଥିବା ବେଶକୁ ନେଇ ଚର୍ଚ୍ଚା ହେଉଛି । ପୁସ୍ତକ ବିକ୍ରି କରିବା ସହିତ କୋରୋନା ସମ୍ପର୍କରେ ସଚେତନତା ବାର୍ତ୍ତା ମଧ୍ୟ ଦେଉଛନ୍ତି । ତେବେ ସୂଚନା ଥାଉ କି ସେ ଇଂରାଜୀ ଭାଷା ସହିତ ହିନ୍ଦୀ ଓ କନ୍ନଡ ଭାଷା ମଧ୍ୟ କହିପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.