ETV Bharat / bharat

ନବାବ ମଲିକଙ୍କ ନାଁରେ ୧୦୦ କୋଟିର ମାନହାନୀ ମକଦ୍ଦମା - ନୱାବ ମଲିକଙ୍କ ନାମରେ ମାନହାନି ମକଦ୍ଦମା

ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିଙ୍କ ନାମରେ ୧୦୦ କୋଟିର ମାନହାନୀ ମକଦ୍ଦମା କଲେ ପୂର୍ବତନ ବିଜେପି ଯୁବମୋର୍ଚ୍ଚା ଅଧ୍ୟକ୍ଷ ମୋହିତ କମ୍ବୋଜ । ଅଧିକ ପଢନ୍ତୁ...

ନୱାବ ମଲିକଙ୍କ ନାମରେ ୧୦୦ କୋଟିର ମାନହାନି ମକଦ୍ଦମା

author img

By

Published : Oct 31, 2021, 12:43 PM IST

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିଙ୍କ ନାମରେ ୧୦୦ କୋଟିର ମାନହାନୀ ମକଦ୍ଦମା କଲେ ପୂର୍ବତନ ବିଜେପି ଯୁବମୋର୍ଚ୍ଚା ଅଧ୍ୟକ୍ଷ ମୋହିତ କମ୍ବୋଜ । ଲଗାତର ଭାବେ ତାଙ୍କ ନାଁରେ ଅଭିଯୋଗ ଆଣିବା ପରେ କମ୍ବୋଜ, ମଲିକଙ୍କ ନାମରେ ମାନହାନୀ ମକଦ୍ଦମା କରିଛନ୍ତି ।

ସୂଚନା ଅନୁଯାୟୀ ଗତ କିଛିଦିନ ହେବ ନବାବ ମଲିକ ବିଜେପି ନେତା ମୋହିତ କାମ୍ବୋଜ ଏବଂ ତାଙ୍କ ପରିବାର ବିରୋଧରେ କ୍ରମାଗତ ଭାବେ ଅଭିଯୋଗ ଆଣିଥିଲେ । ମୁମ୍ବାଇ ଡ୍ରଗ୍ସ ମାମଲାରେ ମଧ୍ୟ ତାଙ୍କ ପରିବାର ସହ ଲିଙ୍କ ଥିବା ସେ ଅଭିଯୋଗ କରିଥିଲେ । ଏହି କାରଣରୁ ଅକ୍ଟୋବର ୯ରେ ମଲିକଙ୍କୁ ଏକ ନୋଟିସ ପଠାଇଥିଲେ ମୋହିତ ।

ବିନା ପ୍ରମାଣରେ ବଦନାମ କରିବା ଭୁଲ ଅଟେ ବୋଲି ମୋହିତ ଏହି ନୋଟିସରେ ଉଲ୍ଲେଖ କରିଥିଲେ । କିନ୍ତୁ ନବାବ ମଲିକ ନୋଟିସ ସତ୍ତ୍ୱେ ତାଙ୍କ ଉପରେ ଟାର୍ଗେଟ କରିବା ଜାରି ରଖିଥିଲେ । ଅକ୍ଟୋବର ୧୧ରେ ପୁଣି ଥରେ ମୋହିତଙ୍କ ପରିବାରକୁ ଟାର୍ଗେଟ କରିଥିଲେ ନବାବ । ଏଥିରେ ରାଗିଯାଇ ବିଜେପି ନେତା ମୋହିତ ଏବେ ମଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହୋଇଛନ୍ତି ।

ନବାବ ମଲିକଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ୧୦୦ କୋଟି ଟଙ୍କାର ମାନହାନୀ ମକଦ୍ଦମା କରିଛନ୍ତି । ବମ୍ବେ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ମୋହିତ କହିଛନ୍ତି ଯେ, ସେ ବିଜେପିର ସଦସ୍ୟ ଏବଂ ତାଙ୍କର ମଧ୍ୟ ବ୍ୟବସାୟ ଅଛି । କିନ୍ତୁ ନୱାବ ମଲିକଙ୍କ ଭିତ୍ତିହୀନ ଅଭିଯୋଗ ତାଙ୍କ ଭାବମୂର୍ତ୍ତି ଉପରେ ପ୍ରଭାବ ପକାଉଛି । ତେଣୁ କୌଣସି ପ୍ରମାଣ ନଥାଇ ନବାବଙ୍କ ଏଭଳି ବୟାନବାଜି କରିବା ଉପରେ ରୋକ ଲଗାଯାଉ ।

ତେବେ ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ଚଢାଉ କରି ୧୧ ଜଣଙ୍କୁ ଗିରଫ କରିଥିଲା । ପରେ ବିଜେପିର ଏହି ପୂର୍ବତନ ନେତାଙ୍କ କଲ୍ ଆସିବା ପରେ ୩ ଜଣଙ୍କୁ ଛାଡି ଦେଇଥିଲା ଏନସିବି । ଏମାନଙ୍କ ମଧ୍ୟରେ ମୋହିତଙ୍କ ଶଳା ଥିଲେ ବୋଲି ଦାବି କରିଥିଲେ ମଲିକ । ଏହାକୁ ନେଇ ମାନହାନୀ କରାଯାଇଥିବା ମୋହିତ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.