ETV Bharat / bharat

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ, ସମାରୋହରେ ପ୍ରଧାନମନ୍ତ୍ରୀ ସାମିଲ

author img

By ETV Bharat Odisha Team

Published : Dec 13, 2023, 11:10 AM IST

Updated : Dec 13, 2023, 11:49 AM IST

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଯାଦବ। ଅପରାହ୍ନରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଷ୍ଣୁଦେବ ସାଏ । । ଅଧିକ ପଢନ୍ତୁ

ଆଜି ମଧ୍ୟପ୍ରଦେଶ-ଛତିଶଗଡରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ

ହାଇଦ୍ରାବାଦ: ଆଜିଠୁ ମଧ୍ୟପ୍ରଦେଶରେ ଆରମ୍ଭ ହୋଇଛି ନୂଆ ସରକାର। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଯାଦବ। ଭୋପାଳର ମୋତିଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ଶପଥ ସମାରୋହରେ ରାଜ୍ୟପାଳ ମଙ୍ଗୁଭାଇ ଛଗନଭାଇ ପଟେଲ ମୋହନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ସାମିଲ ହୋଇଛନ୍ତି। ଅପରାହ୍ନରେ ଛତିଶଗଡ଼ରେ ଗଠନ ହେବ ନୂଆ ସରକାର। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଷ୍ଣୁଦେବ ସାଏ।

ମଧ୍ୟପ୍ରଦେଶରେ ମୋହନ ଯୁଗ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ମଧ୍ୟପ୍ରଦେଶର ବାଚସ୍ପତି ଦାୟିତ୍ବ ମିଳିଛି । ଆଜିର ଶପଥ ଗ୍ରହଣ ଉତ୍ସବକୁ ନେଇ ରାଜ୍ୟ ବିଜେପି ସଭାପତି ଭିଡି ଶର୍ମା କହିଛନ୍ତି, ଆମର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ ତାଙ୍କର କ୍ୟାବିନେଟ ଆଜି ଶପଥ ପାଠ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଗୃହମନ୍ତ୍ରୀ ଶାହା, ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହିଥିଲେ।

ଛତିଶଗଡରେ ବିଜେପି ସରକାର: ସେପଟେ ଛତିଶଗଡରେ ମଧ୍ୟ ବିଷ୍ଣୁଦେଓ ସାଏ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ପାଠ କରିବେ । ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ରାୟପୁର ସାଇନ୍ସ କଲେଜ ମୈଦାନରେ ଅପରାହ୍ନ ୪ଟା ବେଳେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏହା ୪ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଚାଲିବ । ଏଥିରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ତୁଙ୍ଗ ନେତା ସାମିଲ ହେବେ । ଅନ୍ୟ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏହି ଶପଥ ଗ୍ରହଣ ଉତ୍ସବକୁ ଆମନ୍ତ୍ରିତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋହନ ଯାଦବଙ୍କ ଶପଥ ଗ୍ରହଣରେ ସାମିଲ ହୋଇ ଦିନ ୨ଟା ୧୫ରେ ଭୋପାଳରୁ ରାୟପୁର ଅଭିମୁଖେ ବାହାରିବେ । ଅପରାହ୍ନ ୩ଟା ୨୦ରେ ରାୟପୁରର ସ୍ବାମୀ ବିବେକାନନ୍ଦ ଏୟାରପୋର୍ଟରେ ପହଞ୍ଚି ହେଲିକପ୍ଟର ଦ୍ବାରା ଉତ୍ସବ ସ୍ଥଳକୁ ଆସିବେ ।

ଶପଥ ସମାରୋହ ପାଇଁ ରାୟପୁର ସାଇନ୍ସ କଲେଜ ମୈଦାନରେ ବିଶାଳ ଆୟୋଜନ ହୋଇଛି । ମୈଦାନରେ ୩ଟି ମଞ୍ଚ କରାଯାଇଛି । ପ୍ରଥମ ମଞ୍ଚରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ । ଦ୍ବିତୀୟ ମଞ୍ଚରେ ଅତିଥିମାନଙ୍କ ବସିବା ବ୍ୟବସ୍ଥା କରାଯିବ । ତୃତୀୟ ମଞ୍ଚରେ ନବନିର୍ବାଚିତ ବିଧାୟକମାନେ ଆସନ ଗ୍ରହଣ କରିବେ । ୫୦ ହଜାରରୁ ଅଧିକ ଜନସାଧାରଣ ଏହି ଉତ୍ସବରେ ସାମିଲ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 13, 2023, 11:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.