ETV Bharat / bharat

କୋରୋନା ଯୁଦ୍ଧରେ 3 ସେନାର ଯୋଗଦାନ, ପ୍ରଧାନମନ୍ତ୍ରୀ କଲେ ପ୍ରଶଂସା - ସେନାର ଯୋଗଦାନ

ଭାରତୀୟ ସ୍ଥଳସେନା ସେନା, ବାୟୁସେନା, ନୌସେନା ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନ୍ୟାନ୍ୟ ସଂଗଠନ କୋରୋନା ସଙ୍କଟରୁ ଦେଶକୁ ଉଦ୍ଧାର କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି । ଅଧକ ପଢନ୍ତୁ...

କୋରୋନା ଯୁଦ୍ଧରେ ଭାରତୀୟ ସେନାର ଯୋଗଦାନ, ପ୍ରଧାନମନ୍ତ୍ରୀ କଲେ ପ୍ରଶଂସା

author img

By

Published : May 6, 2021, 8:44 PM IST

ନୂଆଦିଲ୍ଲୀ: ଗତ 2-3 ସପ୍ତାହ ମଧ୍ୟରେ ଭାରତରେ କୋରୋନାର ଭୟାବହ ସ୍ଥିତି ଶତାବ୍ଦୀର ସବୁଠୁ ବଡ ସଙ୍କଟ । ସମ୍ଭାବ୍ୟ ଜରୁରୀକାଳୀନ ପରିସ୍ଥିତିକୁ ଅନୁଭବ କରି ସମଗ୍ର ସରକାରୀ କଳ ତୁରନ୍ତ ସମ୍ବଳ ଯୋଗାଡ କରି ଆରମ୍ଭ କରିଦେଇଥିଲେ ଲଢେଇ । ବୈଜ୍ଞାନିକ, ସ୍ୱାସ୍ଥ୍ୟକର୍ମୀ, କୋଭିଡ ଯୋଦ୍ଧା ଓ ଜନସାଧାରଣଙ୍କ ମିଳିତ ପ୍ରୟାସ ସହ ଦେଶର ସଶସ୍ତ୍ର ବାହିନୀ ମଧ୍ୟ ଅଦୃଶ୍ୟ ତଥା ଘାତକ ଶତ୍ରୁ ବିରୁଦ୍ଧରେ ଲଢେଇ ଜାରି ରଖିଛନ୍ତି ।

  • 'Jal', 'Thal' and 'Nabh'...our armed forces have left no stone unturned in strengthening the fight against COVID-19. https://t.co/JOcRRrhJgR

    — Narendra Modi (@narendramodi) May 6, 2021 " class="align-text-top noRightClick twitterSection" data=" ">

ଭାରତୀୟ ସ୍ଥଳସେନା ସେନା, ବାୟୁସେନା, ନୌସେନା ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନ୍ୟାନ୍ୟ ସଂଗଠନ ଏଭଳି ସଙ୍କଟରୁ ଦେଶକୁ ଉଦ୍ଧାର କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି । ସ୍ଥଳସେନା ପକ୍ଷରୁ ଅତିରିକ୍ତ ସ୍ବାସ୍ଥ୍ୟକର୍ମୀଙ୍କ ନିୟୋଜନ, ସ୍ବାସ୍ଥ୍ୟସେବାରେ ନୂତନ ଭିତ୍ତିଭୂମି ସ୍ଥାପନ, ​​ବାୟୁସେନା ସାହାଯ୍ୟରେ ପରିବହନ ବିମାନ ଏବଂ ଯୁଦ୍ଧ ଜାହାଜରେ ବନ୍ଧୁତ୍ୱପୂର୍ଣ୍ଣ ବିଦେଶରୁ ଅମ୍ଳଜାନ ଆମଦାନୀ ତଥା ନୂତନ ଅମ୍ଳଜାନ ପ୍ଲାଣ୍ଟ ସ୍ଥାପନ ପାଇଁ ଆବଶ୍ୟକ ସହାୟତା ଯୋଗାଇବା ନେଇ ପ୍ରୟାସ ଜାରି ରଖିଛି ପ୍ରତିରକ୍ଷା ମନ୍ତ୍ରଣାଳୟ ।

କୋଭିଡ ମୁକାବିଲାରେ ପ୍ରତିରକ୍ଷାମନ୍ତ୍ରଣାଳୟର ପ୍ରୟାସ ଏହି ଯୁଦ୍ଧରେ ଏକ ଶକ୍ତିପୁଞ୍ଜ କହିଲେ ଅତ୍ୟୁକ୍ତ ହେବ ନାହିଁ । ଡିଆରଡିଓ ପକ୍ଷରୁ 1000ରୁ ଉର୍ଦ୍ଧ୍ବ ସଂଖ୍ୟକ ଶଯ୍ୟା ବିଶିଷ୍ଟ ବିଭିନ୍ନ ମେଡିକାଲ ସ୍ଥାପନ ସ୍ବାସ୍ଥ୍ୟସେବାର ଭତ୍ତି ଭୂମିକୁ ବଳ ଦେଇଛି । ଏପଟେ ସ୍ଥଳସେନା ଅତିରିକ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ କୋଭିଡ ଡ୍ୟୁଟିରେ ନିୟୋଜନ, ଜନସାଧାରଣଙ୍କୁ ଆର୍ମି ହସ୍ପିଟାଲ ଉତ୍ସର୍ଗ କରିଛି ।

ଆକାଶ ମାର୍ଗରୁ ଶତ୍ରୁଙ୍କ ଉପରେ କାଳ ହୋଇ ବର୍ଷୁଥିବା ବାୟୁସେନା ମଧ୍ୟ କୋଭିଡ ଯୁଦ୍ଧରେ ଦେଖାଇଛି ନିଜର ପରାକାଷ୍ଠା । ଦେଶରେ ଯେତେବେଳେ ଅକ୍ସିଜେନର ଅଭାବ ଥିଲା ସେବେ ବିଦେଶରୁ ଅକ୍ସିଜେନ ପ୍ଲାଣ୍ଟ ଏୟାରଲିଫ୍ଟ କରି ବାୟୁସେନା ବଞ୍ଚାଇଛି ଅନେକ ଜୀବନ । ନୌସେନା ମଧ୍ୟ ବିଦେଶରୁ ଜଳମାର୍ଗରେ ଅକ୍ସିଜେନ କନସେନଟ୍ରେଟର ଓ ମେଡିକାଲ ଉପକରଣ ପହଞ୍ଚାଇଛି । କେବଳ ଏତିକି ନୁହେଁ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନରେ ଡିଆରଡିଓର ଭୂମିକା ମଧ୍ୟ ସର୍ବୋପରି ରହିଛି ।

ଭାରତୀୟ ପ୍ରତିରକ୍ଷା ବିଭାଗର ଏହି ପ୍ରୟାସକୁ ଚାରିଆଡେ କରାଯାଉଛି ପ୍ରଶଂସା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଆମର ସଶସ୍ତ୍ର ବାହିନୀ କୋରୋନା ବିରୋଧରେ ଲଢେକୁ ମଜବୁତ କରିବାରେ କୌଣସି ପ୍ରୟାସ କମ କରୁନଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.