ETV Bharat / bharat

କଲ୍ୟାଣ ସିଂହଙ୍କୁ ମୋଦିଙ୍କ ଶ୍ରଦ୍ଧାଞ୍ଜଳି, କହିଲେ ଜନକଲ୍ୟାଣ ପାଇଁ ଜୀବନ କରିଥିଲେ ସମର୍ପିତ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ । ସୋମବାର ହେବ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଅନ୍ତିମ ସଂସ୍କାର । ଅଧିକ ପଢନ୍ତୁ...

ସୋମବାର କଲ୍ୟାଣଙ୍କ ହେବ ଶେଷକୃତ, ଆଜି ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

author img

By

Published : Aug 22, 2021, 9:46 AM IST

Updated : Aug 22, 2021, 12:18 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏନେଇ ମୋଦି ଟ୍ୱିଟ୍ କରି କହିଛନ୍ତି, ଜନ କଲ୍ୟାଣକୁ ଜୀବନର ମନ୍ତ୍ର କରିଥିଲେ କଲ୍ୟାଣ ସିଂହ । ସେ ୟୁପି ତଥା ଦେଶର ବିକାଶ ପାଇଁ କାର୍ଯ୍ୟ କରିଥିଲେ। ସେ ସାଧୁତା ଏବଂ ଉତ୍ତମ ପ୍ରଶାସନ ସହ ସମକକ୍ଷ ହୋଇଥିଲେ । ଆସନ୍ତାକାଲି(ସୋମବାର) ତାଙ୍କର ଶେଷକୃତ ସମ୍ପନ୍ନ କରାଯିବ । ମୋଦି ମଧ୍ୟ କଲ୍ୟାଣ ସିଂଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ।

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଶନିବାର ଲକ୍ଷ୍ନୌର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ 89 ବର୍ଷ ବୟସ ହୋଇଥିଲା । ଗତ କିଛି ଦିନର ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ସେ ହସ୍ପିଟାଲରେ ଚିକିତ୍ସଧୀନ ଥିଲେ ।

ସେ 2 ଥର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । 1991 ରୁ 97 ପର୍ଯ୍ୟନ୍ତ ସେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ପରବର୍ତ୍ତୀ ସମୟରେ ସେ ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ରାଜସ୍ଥାନ ରାଜ୍ୟପାଳ ଭାବରେ କାର୍ଯ୍ୟ କରୁଥିବା ସମୟରେ ସେ ଅସୁସ୍ଥ ହୋଇପଡିଥିଲେ । ଜୁଲାଇ 4 ରେ ଗୁରୁତର ଅବସ୍ଥାରେ SGPGI ର ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ଭର୍ତ୍ତି କରାଯାଇଥିଲା । ସେପସିସ୍ (sepsis) ଏବଂ ବହୁ ଅଙ୍ଗପ୍ରତ୍ୟଙ୍ଗ ଅଚଳ କାରଣରୁ କଲ୍ୟାଣ ସିଂ ଲକ୍ଷ୍ନୌ ଠାରେ ଅବସ୍ଥିତ Sanjay Gandhi Postgraduate Institute of Medical Sciences (SGPGI)ରେ ମୃତ୍ୟୁ ବରଣ କରିଛନ୍ତି । ତେବେ ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଏନେଇ ଉତ୍ତରପ୍ରଦେଶରେ ତିନି ଦିନିଆ ଶୋକ ଏବଂ ଛୁଟି ଘୋଷଣା କରିଛନ୍ତି ସରକାର ।

1990 ମସିହାରେ ଉତ୍ତରପ୍ରଦେଶରେ କ୍ଷମତାକୁ ଆସିବା ପାଇଁ ଭାରତୀୟ ଜନତା ପାର୍ଟିରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସେ ତାଙ୍କ ପତ୍ନୀ ରାମବତୀ ଦେବୀଙ୍କ ସହ ରହୁଥିଲେ । ଏଟାହରୁ ପୁଅ ରାଜଭୀର ସିଂ ଲୋକସଭା ସାଂସଦ ରହିଥିବା ବେଳେ ନାତି ସନ୍ଦୀପ ସିଂ ଉତ୍ତରପ୍ରଦେଶର ଅର୍ଥ, ବୈଷୟିକ ଶିକ୍ଷା ଓ ଡାକ୍ତରୀ ଶିକ୍ଷା ମନ୍ତ୍ରୀ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 22, 2021, 12:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.