ETV Bharat / bharat

PM Modi Jharkhand Visit: ଆଜି ରାଞ୍ଚିରେ ରୋଡ ଶୋ' କରିବେ ପ୍ରଧାନମନ୍ତ୍ରୀ

ଆଜି ଝାଡଖଣ୍ଡ ଗସ୍ତ କରି ରାଞ୍ଚିରେ ରୋଡ ଶୋ' କରିବେ ମୋଦି । ଆସନ୍ତାକାଲି ଜନଜାତୀୟ ଗୌରବ ଦିବସରେ ହେବେ ସାମିଲ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 14, 2023, 7:50 AM IST

Modi to hold roadshow in Ranchi
Modi to hold roadshow in Ranchi

ରାଞ୍ଚି: ଆଜି ଝାଡଖଣ୍ଡରେ ରୋଡ ଶୋ' କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସନ୍ଧ୍ୟା ସମୟରେ ସେ ରାଞ୍ଚିରେ ପହଞ୍ଚିବା ପରେ ରାତି 8ଟାରୁ ବିର୍ସାମୁଣ୍ଡା ବିମାନ ବନ୍ଦରରୁ ରୋଡ ଶୋ' ଆରମ୍ଭ ହେବ । 10 କିଲୋମିଟର ଯାତ୍ରା ପରେ ରାତି 9ଟା 30 ମିନିଟରେ ରାଜଭବନରେ ରୋଡ ଶୋ' ଶେଷ ହେବ । ରାଜଭବନରେ ପ୍ରଧାନମନ୍ତ୍ରୀ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଝାଡଖଣ୍ଡ ଗସ୍ତ ପୂର୍ବରୁ ଆଜି(ମଙ୍ଗଳବାର) ମଧ୍ୟପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା 17ରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଥିବାରୁ ମୋଦି ସେଠାରେ ଆଜି ପ୍ରଚାର ମଇଦାନକୁ ଓହ୍ଳାଇ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ଦିନିଆ ଗସ୍ତକୁ ଦୃଷ୍ଟିରେ ରଖି ରାଞ୍ଚିରେ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଛି । ରାଞ୍ଚି ଟ୍ରାଫିକ ପୋଲିସ ଏକ ଆଡଭାଇଜରି ଜାରି କରି କହିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ ଶୋକୁ ଦୃଷ୍ଟିରେ ରଖି ବିର୍ସା ମୁଣ୍ଡା ବିମାନ ବନ୍ଦରରୁ ରାଜଭବନ ମଧ୍ୟରେ ଆସୁଥିବା ହିନୋ ଛକ, ବିର୍ସା ଛକ, ସାଟେଲାଇଟ୍ ଛକ, ଆର୍ଗୋରା ଛକ ଏବଂ ନିୟୁ ମାର୍କେଟ ଛକରେ ଗାଡି ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଏହାମଧ୍ୟ ପଢନ୍ତୁ: PM Modi attacks Chhattisgarh CM: ‘ମହାଦେବଙ୍କ ନାମକୁ ବି ଛାଡିଲାନି କଂଗ୍ରେସ’

ନଭେମ୍ବର 15 ତାରିଖରେ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ଜନ୍ମମାଟି ଉଲିହାଟୁକୁ ଗସ୍ତ କରିବେ ମୋଦି । ଏହି ଦିନକୁ ଝାଡ଼ଖଣ୍ଡର ରାଜ୍ୟସ୍ତରୀୟ ଦିବସ ଏବଂ ଜନଜାତୀୟ ଗୌରବ ଦିବସ ଭାବରେ ପାଳନ କରାଯାଏ । ସେଠାରୁ ପ୍ରାୟ 65 କିଲୋମିଟର ଦୂରରେ ଥିବା ଉଲିହାଟୁ ଯାତ୍ରା ପୂର୍ବରୁ ପ୍ରଧାନମନ୍ତ୍ରୀ ସକାଳ 8ଟା 15ରେ ଜେଲ ଛକରେ ଥିବା ବିର୍ସା ମୁଣ୍ଡା ସଂଗ୍ରହାଳୟ ପରିଦର୍ଶନ କରିବେ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଉଲିହାଟୁ ପରେ ମୋଦି ଖୁଣ୍ଟିରେ ଥିବା ବିର୍ସା କଲେଜ ଫୁଟବଲ ଷ୍ଟାଡିୟମ ପରିଦର୍ଶନ କରିବେ । ଯେଉଁଠାରେ ସେ ଏକ ଜନସଭାକୁ ସମ୍ବୋଧିତ କରିବା ସହ PM PVTG ବିକାଶ ମିଶନ ଆରମ୍ଭ କରିବେ । ପିଭିଟିଜିଙ୍କ ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ପାଇଁ 24,000 କୋଟି ଟଙ୍କାର ଏହି ଯୋଜନା ବି ଆରମ୍ଭ ହେବାକୁ ଯାଉଛି । ପିଭିଟିଜିଙ୍କ ସାମାଜିତ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଲାଗି ପ୍ରଧାନମନ୍ତ୍ରୀ 2023-24 ବଜେଟରେ ପିଭିଟିଜି ବିକାଶ ମିଶନର ଘୋଷଣା କରିଥିଲେ ।

2021 ମସିହାରେ ବିର୍ସା ମୁଣ୍ଡାଙ୍କ ଜନ୍ମ ବାର୍ଷିକୀକୁ ଜନଜାତୀୟ ଗୌରବ ଦିବସ ଭାବରେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ମହାନ ଜନଜାତି ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ନଭେମ୍ବର 15ରୁ 22 ପର୍ଯ୍ୟନ୍ତ ଏକ ସପ୍ତାହ ଧରି ଏହାକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ଦେଶବ୍ୟାପୀ ପାଳନ ହେବ । ଏଥିରେ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବାର ଯୋଜନା ମଧ୍ୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.