ETV Bharat / bharat

PM Modi Surprise Visit: ବାରଣାସୀ ରେଲୱେ ଷ୍ଟେସନକୁ ପ୍ରଧାନମନ୍ତ୍ରୀଙ୍କ ଅଚାନକ ଗସ୍ତ

author img

By

Published : Dec 14, 2021, 11:14 AM IST

ଉତ୍ତରପ୍ରଦେଶ ବାରଣାସୀ ରେଲୱେ ଷ୍ଟେସନ ଅଚାନକ ଗସ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Narendra Modi Varanasi Railway Station Visit) । ଦୀର୍ଘ ୬ ଘଣ୍ଟା ଧରି ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଆଲୋଚନା । ଅଧିକ ପଢନ୍ତୁ

PM Modi Surprise Visit: ବାରଣାସୀ ରେଲୱେ ଷ୍ଟେସନକୁ ପ୍ରଧାନମନ୍ତ୍ରୀଙ୍କ ଅଚାନକ ଗସ୍ତ
PM Modi Surprise Visit: ବାରଣାସୀ ରେଲୱେ ଷ୍ଟେସନକୁ ପ୍ରଧାନମନ୍ତ୍ରୀଙ୍କ ଅଚାନକ ଗସ୍ତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବାରଣାସୀ ରେଲୱେ ଷ୍ଟେସନ ଅଚାନକ ଗସ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Narendra Modi Varanasi Railway Station Visit) । କାଶୀ ଗୋପୀନାଥ କରିଡର(Kashi Vishwanath Dham Corridor) ଲୋକାର୍ପଣ କରିବା ପରେ ବାରଣାସୀ ରେଲୱେ ଷ୍ଟେସନକୁ ଅଚାନକ ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କ ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିବା ସୂଚନା ।

  • Next stop…Banaras station. We are working to enhance rail connectivity as well as ensure clean, modern and passenger friendly railway stations. pic.twitter.com/tE5I6UPdhQ

    — Narendra Modi (@narendramodi) December 13, 2021 " class="align-text-top noRightClick twitterSection" data=" ">

ଏନେଇ ଟ୍ବିଟ ଯୋଗେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, 'ପରବର୍ତ୍ତୀ ଷ୍ଟପ୍... ବନାରସ୍ ଷ୍ଟେସନ୍ । ରେଳ ସଂଯୋଗକୁ ବୃଦ୍ଧି କରିବା ସହିତ ସ୍ବଚ୍ଛତା, ଆଧୁନିକ ଏବଂ ଯାତ୍ରୀ-ଅନୁକୂଳ ରେଳ ଷ୍ଟେସନକୁ ସୁନିଶ୍ଚିତ କରିବା ପାଇଁ ଆମେ କାର୍ଯ୍ୟ କରୁଛୁ । କାଶୀରେ ପ୍ରମୁଖ ବିକାଶ କାର୍ଯ୍ୟ ଯାଞ୍ଚ କରାଯାଉଛି । ଏହି ପବିତ୍ର ସହର ପାଇଁ ସର୍ବୋତ୍ତମ ସମ୍ଭାବ୍ୟ ଭିତ୍ତିଭୂମି ସୃଷ୍ଟି କରିବା ଆମର ପ୍ରୟାସ।' ଅନ୍ୟପଟେ ପ୍ରଧାନମନ୍ତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଏକ ବୈଠକ କରିଛନ୍ତି, ଯାହା ଗତକାଲି(ସୋମବାର) ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ।

ଏହି ବୈଠକରେ ଯୋଗ ଦେଇଥିବା ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି ଯେ, 'ଦୀର୍ଘ ୬ ଘଣ୍ଟା ଧରି ବୈଠକରେ ଆଲୋଚନା ଚାଲିଥିଲା । 6 ଘଣ୍ଟାର ଲମ୍ବା ଏବଂ ତୀବ୍ର ବିଚାର ବିମର୍ଶରେ ପ୍ରଧାନମନ୍ତ୍ରୀ ନ୍ୟୁ ଇଣ୍ଡିଆ ନିର୍ମାଣରେ ବହୁ ପରାମର୍ଶ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ।'

ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ମଧ୍ୟ ଟୁଇଟ୍ କରି କହିଛନ୍ତି ଯେ, 'ଏକ ମିଳିତ ଶକ୍ତିଶାଳୀ ଭାରତ ପାଇଁ ମୂଲ୍ୟବାନ ମାର୍ଗଦର୍ଶନ ଏବଂ ପରାମର୍ଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ଧନ୍ୟବାଦ । ଦେଶକୁ ଉନ୍ନତି କ୍ଷେତ୍ରରେ ଆଗକୁ ନେବା ପାଇଁ ଆପଣଙ୍କର ଶକ୍ତି ଏବଂ ଉତ୍ସାହକୁ ଆମେ ପ୍ରଶଂସା କରୁଛୁ । ୬ ଘଣ୍ଟାର ବୈଠକ ଏବଂ ଅନେକ ବ୍ୟସ୍ତତା ପରେ ମଧ୍ୟ ଆପଣ ବିଶ୍ରାମ ନେଉନାହାଁନ୍ତି ।'

ଏହା ମଧ୍ୟ ପଢନ୍ତୁ:- ଆଜି ବନାରସରେ ବିଜେପି ଶିବିରରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆଜି(ମଙ୍ଗଳବାର) ଆସାମ, ଅରୁଣାଚଳ ପ୍ରଦେଶ, ଗୋଆ, ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମଣିପୁର, ତ୍ରିପୁରା, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ଅଂଶଗ୍ରହଣ କରିବେ । ବିହାର ଏବଂ ନାଗାଲାଣ୍ଡର ଉପ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏଥିରେ ଯୋଗଦେବେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.