ETV Bharat / bharat

ଟୀକାକରଣ ଡ୍ରାଇଭର ଅଗ୍ରଗତି ନେଇ ସମୀକ୍ଷା ବୈଠକ କଲେ ପ୍ରଧାନମନ୍ତ୍ରୀ - ସମୀକ୍ଷା ବୈଠକ କଲେ ମୋଦି

ଟୀକାକରଣ ଡ୍ରାଇଭରେ ଅଗ୍ରଗତି ନେଇ ଏକ ଉଚ୍ଚସ୍ଥରୀୟ ବୈଠକରେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ...

ଟୀକାକରଣ ଡ୍ରାଇଭରେ ଅଗ୍ରଗତି ନେଇ ସମୀକ୍ଷା ବୈଠକ କଲେ ମୋଦି

author img

By

Published : Jun 5, 2021, 7:10 AM IST

ନୂଆଦିଲ୍ଲୀ: ଭାରତରେ ଟୀକାକରଣ ଡ୍ରାଇଭରେ ଅଗ୍ରଗତି ନେଇ ଶୁକ୍ରବାର ଏକ ଉଚ୍ଚସ୍ଥରୀୟ ବୈଠକରେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ବୈଠକରେ ଟିକା ଉପଲବ୍ଧତା ଏବଂ ଏହାକୁ ବୃଦ୍ଧି କରିବା ବିଷୟରେ ସୂଚନା ଦିଆଯାଇଛି । ବିଭିନ୍ନ ଟିକା ଉତ୍ପାଦନକାରୀଙ୍କୁ ଟିକା ଉତ୍ପାଦନକୁ ବୃଦ୍ଧି କରିବାରେ ସାହାଯ୍ୟ କରିବାକୁ ନିଆଯାଇଥିବା ପ୍ରୟାସ ବିଷୟରେ ମଧ୍ୟ ଅବଗତ କରାଯାଇଥିଲା ।

ତେବେ ଟିକା ଉତ୍ପାଦନକାରୀଙ୍କ ସହ ଭାରତ ସରକାର ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି । ଏବଂ ଅଧିକ ଉତ୍ପାଦନ ୟୁନିଟ, ଆର୍ଥିକ ସହାୟତା ଏବଂ କଞ୍ଚାମାଲ ଯୋଗାଣରେ ସେମାନଙ୍କୁ ସାହାଯ୍ୟ କରାଯାଉଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ।

ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କ ସହିତ ଟୀକାକରଣ କଭରେଜର ସ୍ଥିତିକୁ ମଧ୍ୟ ସମୀକ୍ଷା କରିଛନ୍ତି । ଏଥିସହ 45 ଓ 18-44 ବର୍ଷ ବୟସ୍କ ଟୀକାକରଣ ଉପରେ ଗୁରୁତ୍ବ ଆରୋପ କରିଥିଲେ । ବିଭିନ୍ନ ରାଜ୍ୟରେ ଟିକାର ଅପଚୟ ସ୍ଥିତିର ସମୀକ୍ଷା କରିବା ପରେ ରାଜ୍ୟରେ ଟିକା ଅପଚୟକୁ କମ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ, ଗୃହମନ୍ତ୍ରୀ, ଅର୍ଥମନ୍ତ୍ରୀ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଶାସନ ସଚିବ, କ୍ୟାବିନେଟ ସଚିବ, ସ୍ବାସ୍ଥ୍ୟ ସଚିବ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଅଧିକାରୀ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.