ETV Bharat / bharat

OBC ବର୍ଗଙ୍କ ପାଇଁ ଆଜି ବଡ ନିଷ୍ପତି; କେନ୍ଦ୍ର କ୍ୟାବିନେଟର ମଞ୍ଜୁର ପାଇବ ଏହି ପ୍ରସ୍ତାବ

ଦେଶର ପଛୁଆ ବର୍ଗ (ଓବିସି) ବର୍ଗର ଲୋକଙ୍କ ପାଇଁ ଆଜି କେନ୍ଦ୍ର ସରକାର ନେବାକୁ ଯାଉଛନ୍ତି ଆଉ ଏକ ବଡ ପଦକ୍ଷେପ । ଆଜି ବସିବାକୁ ଥିବା କ୍ୟାବିନଟେ ବୈଠକରେ ସମ୍ବିଧାନ ସଂଶୋଧନ ବିଲକୁ ମିଳିପାରେ ମଞ୍ଜୁରୀ । ଅଧିକ ପଢନ୍ତୁ...

author img

By

Published : Aug 4, 2021, 2:20 PM IST

ପଛୁଆ ବର୍ଗ (ଓବିସି)
ପଛୁଆ ବର୍ଗ (ଓବିସି)

ନୂଆଦିଲ୍ଲୀ: ଦେଶର ପଛୁଆ ବର୍ଗ (ଓବିସି) ବର୍ଗର ଲୋକଙ୍କ ପାଇଁ ଆଜି କେନ୍ଦ୍ର ସରକାର ନେବାକୁ ଯାଉଛନ୍ତି ଆଉ ଏକ ବଡ ପଦକ୍ଷେପ । ଆଜି ବସିବାକୁ ଥିବା କ୍ୟାବିନଟେ ବୈଠକରେ ସମ୍ବିଧାନ ସଂଶୋଧନ ବିଲକୁ ମିଳିପାରେ ମଞ୍ଜୁରୀ । ବିଲ କ୍ୟାବିନେଟର ମଞ୍ଜୁର ପରେ ସରକାର ଏହାକୁ ସଂସଦରେ ଗୃହିତ କରାଇବା ପାଇଁ ଚଳିତ ଅଧିବେଶନରେ ହିଁ ଆଗତ କରିବେ । ବିଲ ସଂସଦରେ ପାରିତ ହୋଇ ଆଇନରେ ପରିଣତ ହେଲେ ରାଜ୍ୟ ସରକାର ମାନେ ନିଜ ନିଜ ଓବିସି ବର୍ଗ ସର୍ଭେ ସହ ଓବିସି ଗଣନା କରିପାରିବେ ।

ସୁପ୍ରିମକୋର୍ଟ ଏହି ପ୍ରସଙ୍ଗକୁ ନେଇ ବିଗତ ମେ’ ୫ ରେ ଦେଇଥିଲେ କଡା ଟିପ୍ପଣୀ । ପୂର୍ବରୁ ଦାୟର ହୋଇଥିବା ମାମଲାର ଶୁଣାଣି କରି କହିଥିଲେ କି କେବଳ କେନ୍ଦ୍ର ସରକାର ହିଁ ଓବିସି ବର୍ଗର ଗଣଣା ଓ ସର୍ଭେ କରିପାରିବେ । ଯାହାକୁ ବିରୋଧ କରିଥିଲେ କେନ୍ଦ୍ର ସରକାର । ଏବେ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଯାଇ ସମ୍ବିଧାନ ସଂଶୋଧନ କରି କେନ୍ଦ୍ର ସରକାର ନିଜ ନିଷ୍ପତିକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ।

ସମ୍ବିଧାନର ଅନୁଛେଦ ୩୪୨-A ଓ ୩୬୬(୨୬) C ଅନୁସାରେ ଏହି ସଂଶୋଧନ ସଂସଦରେ ଗୃହିତ ହେଲେ ରାଜ୍ୟ ମାନେ ନିଜ ନିଜ ଓବିସି ତାଳିକା ପ୍ରସ୍ତୁତ କରିପାରିବେ । ଏହାବାଦ ଓବିସି ବର୍ଗଙ୍କୁ ନେଇ ଯେକୌଣସି ନିଷ୍ପତି ରାଜ୍ୟ ସରକାର ମାନେ ମଧ୍ୟ ନେଇ ପାରିବେ ।

ସୂଚନାଯୋଗ୍ୟଯେ ଓବିସି ଜାତି ଗଣନା ପ୍ରସଙ୍ଗରେ କୋର୍ଟଙ୍କ ରାୟରେ ଅସନ୍ତୁଷ୍ଟ ହୋଇ କେନ୍ଦ୍ର ସରକାର ଗତ ମାସରେ ସମୀକ୍ଷା ଯାଚିକା ସର୍ବୋଚ୍ଚ ଅଦାଲତରେ ଦାଖଲ କରିଥିଲେ । ସରକାରଙ୍କ ଯାଚିକାକୁ କୋର୍ଟ ଖାରଜ କରି ମେ’ ୫ ରେ ଦେଇଥିବା ରାୟକୁ ବଳବତ୍ତର ରଖିଥିଲେ । ଫଳରେ ସରକାର ସମ୍ବିଧାନ ସଂଶୋଧନ କରିବାକୁ ବାଧ୍ୟ ହୋଇଥିଲେ ।

ତେବେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା କ୍ରମେ କେନ୍ଦ୍ର ସରକାର ଗତ ମାସରେ ଓବିସି ବର୍ଗଙ୍କ ପାଇଁ ହାତ ଖୋଲି ନିଷ୍ପତି ନେଇଥିଲେ । ସର୍ବଭାରତୀୟ ସ୍ତରରେ ଥିବା ମେଡିକାଲ କଲେଜରେ ନାମ ଲେଖା ପାଇଁ ଓବିସି ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ରଖିଛନ୍ତି । ଏହାବାଦ ଆର୍ଥିକ ଅନଗ୍ରସର କ୍ଷେତ୍ରର ଛାତ୍ରଛାତ୍ରୀଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.