ETV Bharat / bharat

ଉପତ୍ୟକାରେ ଗଣତନ୍ତ୍ରର ପୁନରୁଦ୍ଧାର ଦିଗରେ କାମ କରୁଛି ମୋଦି ସରକାର: ଅମିତ ଶାହା - ମୋଦୀ ସରକାର

କାଶ୍ମୀରରେ ତୃଣମୂଳ ସ୍ତରରେ ଗଣତନ୍ତ୍ରର ପୁନରୁଦ୍ଧାର ପାଇଁ ମୋଦି ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି କହିଲେ ଗୃହମନ୍ତ୍ରୀ ଅମିତ ଶାହ । ନିର୍ବାଚନ ଫଳାଫଳ ପାଇଁ କାଶ୍ମୀରବାସୀଙ୍କୁ ଦେଲେ ଧନ୍ୟବାଦ । ପଢନ୍ତୁ ଅଧିକ....

ଉପତ୍ୟକାରେ ଗଣତନ୍ତ୍ରର ପୁନଃଉଦ୍ଧାର ଦିଗରେ କାମ କରୁଛି ମୋଦୀ ସରକାର : ଅମିତ ଶାହ

author img

By

Published : Dec 24, 2020, 7:36 AM IST

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଜିଲ୍ଲା ବିକାଶ ପରିଷଦ (ଡିଡିସି) ନିର୍ବାଚନର ଫଳାଫଳ ଆସିବା ପରେ କାଶ୍ମୀରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ଅବସରରେ ଶାହ କହିଛନ୍ତି ଯେ କାଶ୍ମୀରରେ ତୃଣମୂଳ ସ୍ତରରେ ଗଣତନ୍ତ୍ରର ପୁନରୁଦ୍ଧାର ପାଇଁ ମୋଦି ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି । ଏହା ସହ ଡିଡିସି ନିର୍ବାଚନରେ ବିଜେପିକୁ ଏକକ ବୃହତ୍ତମ ଦଳ ଭାବରେ ଭୋଟ୍ ଦେଇଥିବାରୁ ଜାମ୍ମୁ କାଶ୍ମୀରବାସୀଙ୍କୁ ଟ୍ବିଟ୍‌ କରି ଧନ୍ୟବାଦ ଜଣାଇଛନ୍ତି ଶାହା ।

ଡିଡିସି ନିର୍ବାଚନରେ ​​ଜାମ୍ମୁ କାଶ୍ମୀରବାସୀଙ୍କୁ ବୃହତ ମତଦାନ ପାଇଁ ଅଭିନନ୍ଦନ ଜଣାଇବା ସହ ଏହି ବହୁ ପର୍ଯ୍ୟାୟ ନିର୍ବାଚନକୁ ସଫଳତାର ସହ ପରିଚାଳନା କରିଥିବା ପାଇଁ ସୁରକ୍ଷା ବାହିନୀ ଏବଂ ସ୍ଥାନୀୟ ପ୍ରଶାସନର ଉଦ୍ୟମକୁ ମଧ୍ୟ ପ୍ରଶଂସା କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ବିଜେପି କାଶ୍ମୀର ଅଞ୍ଚଳରେ ସମୃଦ୍ଧତା ତଥା ବିକାଶ ଦିଗରେ ନିରନ୍ତର କାର୍ଯ୍ୟ ଜାରି ରଖିବ ବୋଲି ସେ ଆଶ୍ବାସନା ମଧ୍ୟ ଦେଇଛନ୍ତି । ଏହି ନିର୍ବାଚନର ଫଳାଫଳ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ଉପରେ କାଶ୍ମିରବାସୀଙ୍କର ସୃଷ୍ଚି ହୋଇଥିବା ଭରସାର ପ୍ରତିଫଳନ ବୋଲି ମଧ୍ୟ କହିଛନ୍ତି ।

ପିପୁଲ୍ସ ଆଲାଏନ୍ସ ଫର ଗୁପ୍ତକର ଘୋଷଣାନାମା ମେଣ୍ଟ ମିଳିତ ଭାବେ 110 ଟି ଆସନ ଜିତିଥିବା ବେଳେ ବିଜେପି ଏକାକୀ 74 ଟି ଆସନ ଜିତି ଏକକ ବୃହତ୍ତମ ଦଳ ଭାବେ ଉଭା ହୋଇଛି । ସେହିପରି ଭୋଟ ସେୟାରରେ ମଧ୍ୟ ବିଜେପି ଗୁପ୍ତକାର ଗ୍ୟାଙ୍ଗ ତୁଳନାରେ ଆଗରେ ଅଛି । ଏହାକୁ ନେଇ ବିଜେପି ଶିବିର ଉତ୍ସାହିତ ଥିବା ଦେଖାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.