ETV Bharat / bharat

କୃଷି-କୃଷକଙ୍କ ସମୃଦ୍ଧି ପାଇଁ ମୋଦି ସରକାର ପ୍ରତିଶୃତିବଦ୍ଧ: ଅମିତ ଶାହ - ଅମିତ ଶାହା

କୃଷି ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ମୋଦିଙ୍କ ପ୍ରୟାସ । ପ୍ରଧାନମନ୍ତ୍ରୀଙ୍କ କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ଥିବା ଆର୍ଥିକ ସୁବିଧା ଯୋଜନାରେ ପରିବର୍ତ୍ତନକୁ ଅନୁମୋଦନ ନିଷ୍ପତ୍ତିକୁ ସ୍ବାଗତ କଲେ ଶାହ । ଅଧିକ ପଢନ୍ତୁ...

Modi govt committed to agriculture, farmers' prosperity: Amit Shah
କୃଷି, କୃଷକଙ୍କ ସମୃଦ୍ଧତା ପାଇଁ ମୋଦୀ ସରକାର ପ୍ରତିବଦ୍ଧ: ଅମିତ ଶାହା
author img

By

Published : Jul 9, 2021, 9:36 AM IST

Updated : Jul 9, 2021, 9:42 AM IST

ନୂଆଦିଲ୍ଲୀ: କୃଷି ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ମୋଦିଙ୍କ ପ୍ରୟାସ । ପ୍ରଧାନମନ୍ତ୍ରୀ କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ଥିବା ଆର୍ଥିକ ସୁବିଧା ଯୋଜନାରେ ପରିବର୍ତ୍ତନକୁ ଅନୁମୋଦନ କରିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଅମିତ ଶାହା । ସେ କହିଛନ୍ତି ଯେ, କେନ୍ଦ୍ର ସରକାର କୃଷି ଏବଂ କୃଷକଙ୍କ ସମୃଦ୍ଧତା ପାଇଁ ପ୍ରତିଶ୍ରୁତିବଦ୍ଧ । କ୍ୟାବିନେଟର ସମ୍ପ୍ରସାରଣ ପରେ ଗୁରୁବାର ଦିନ କ୍ୟାବିନେଟ ବୈଠକ ପରେ ଏପରି ନିଷ୍ପତ୍ତି ନିଆଯାଇଛି ।

Agriculture Infrastructure Fund କୃଷି ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ସମବାୟ ବଜାରକୁ ଏହା ବହୁତ ସହାୟକ ହେବ । କୃଷି ଏବଂ ସମବାୟ କ୍ଷେତ୍ର ସହିତ ଜଡିତ ସମସ୍ତ ଲୋକଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି । ମୋଦି ସରକାର କୃଷି ପ୍ରତି ପ୍ରତିବଦ୍ଧ । ଏହି ନିଷ୍ପତ୍ତି ଏପିଏମସି ବ୍ୟବସ୍ଥାକୁ ଆହୁରି ମଜବୁତ କରିବ । ଏପିଏମସି ଗୁଡ଼ିକୁ ସଶକ୍ତ କରିବା ସହ ନିଯୁକ୍ତି ସୁଯୋଗ ବଢାଇବ । ଯାହା ଦ୍ବାରା ଅଧିକରୁ ଅଧିକ ଲୋକଙ୍କୁ ଉପକୃତ କରିବ |

Agriculture Infrastructure Fundରେ ଏପିଏମ୍ସି, ନ୍ୟାସନାଲ ଏବଂ ଷ୍ଟେଟ୍ ଫେଡେରେସନ୍ ଅଫ୍ କୋଅପରେଟିଭ୍, ଏସଏଚଜି ଗ୍ରୃପ ଏବଂ କୃଷକ ଉତ୍ପାଦକ ସଂଗଠନକୁ ଅନ୍ତର୍ଭୁକ୍ତ କରାଯାଇଛି । ଛୋଟ ବଡ ବ୍ୟବସାୟୀAgriculture Infrastructure Fundରୁ ଋଣ ନେଇ ପାରିବେ । ପ୍ରତ୍ୟେକ ପ୍ରକଳ୍ପ ପାଇଁ 2କୋଟି ଟଙ୍କା ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏହାସହ ବିଭିନ୍ନ ସଂଗଠନକୁ ଶୀତଳ ଭଣ୍ଡାର, କୃଷି ଉତ୍ପାଦନ ପାଇଁ ମଧ୍ୟ ଋଣ ଯୋଗାଯିବ ।

ଏହି ଯୋଜନାରେ ଏପିଏମସି, ନ୍ୟାସନାଲ ଏବଂ ଷ୍ଟେଟ ଫେଡେରେସନ୍ ଅଫ୍ କୋଅପରେଟିଭ୍ ଓ ଏସଏଚଜି ଅନ୍ତର୍ଭୁକ୍ତ ହେବା ଦ୍ବାରା କୃଷି ଭିତ୍ତିଭୂମି କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ ହେବ । ଯାହା ଦ୍ବାରା ନିଯୁକ୍ତି ସୃଷ୍ଟି ହେବ | ଏହି ନିଷ୍ପତ୍ତି କୃଷି କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ମୋଦୀ ସରକାରଙ୍କ ଏକ ସକରାତ୍ମକ ପଦକ୍ଷେପ ।

@ANI

Last Updated : Jul 9, 2021, 9:42 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.