ETV Bharat / bharat

ମୋଦି ସରକାର ୨.୦; ଆଜିର ଦିନ ସ୍ବତନ୍ତ୍ର ସ୍ମରଣୀୟ...

author img

By

Published : Aug 5, 2021, 9:13 AM IST

Updated : Aug 5, 2021, 9:41 AM IST

ଆଜି ୫ ଅଗଷ୍ଟ 2021 । ଗତ ୨ବର୍ଷ ଧରି ଭାରତୀୟ ରାଜନୀତିରେ ଏହି ଦିନ ଏକ ଚର୍ଚ୍ଚିତ ଦିନ । କୁହାଯାଏ ଅଗଷ୍ଟ ୫ ମୋଦି ସରକାରଙ୍କ ପାଇଁ ମାହେନ୍ଦ୍ର ବେଳା । ସରକାର ବଡ ଓ ଐତିହାସିକ ନିଷ୍ପତ୍ତି ନେବାକୁ ଏହି ଦିନକୁ ଚୟନ କରିଥାନ୍ତି । ଅଧିକ ପଢନ୍ତୁ...

ମୋଦି ସରକାର ୨.୦
ମୋଦି ସରକାର ୨.୦

ନୂଆଦିଲ୍ଲୀ: କେନ୍ଦ୍ରରେ ବିଜେପି ନେତୃତ୍ବାଧିନ ବିଜେପି ସରକାର ୭ ବର୍ଷ ହେଲା ଶାସନ କରୁଛି । ଆଉ ଏହି ୭ ବର୍ଷରେ କିଛି ଚର୍ଚ୍ଚିତ ନିଷ୍ପତ୍ତି ହିଁ ମୋଦି ସରକାରଙ୍କୁ ଲୋକପ୍ରିୟତାର ଶୀର୍ଷକୁ ନେଇଛି । ଯଦିଓ ସରକାର ନିଜର ପ୍ରଦର୍ଶନ ବଜାୟ ରଖିବାରେ ସଫଳ ହୋଇନାହାଁନ୍ତି ମହାମାରୀ ପାଇଁ, କିନ୍ତୁ ସେହି ଚର୍ଚ୍ଚିତ ନିଷ୍ପତ୍ତି ହିଁ ସରକାରଙ୍କୁ ନୂଆ ପଦକ୍ଷେପ ନେବାକୁ ସାହାସ ଦେଉଛି ।

ଆଜି ୫ ଅଗଷ୍ଟ ୨୦୨୧ । ଗତ ୨ବର୍ଷ ଧରି ଭାରତୀୟ ରାଜନୀତିରେ ଏହି ଦିନ ଏକ ଚର୍ଚ୍ଚିତ ଦିନ । କୁହାଯାଏ ଅଗଷ୍ଟ ୫ ମୋଦି ସରକାରଙ୍କ ପାଇଁ ମାହେନ୍ଦ୍ର ବେଳା । ସରକାର ବଡ ଓ ଐତିହାସିକ ନିଷ୍ପତ୍ତି ନେବାକୁ ଏହି ଦିନକୁ ଚୟନ କରିଥାନ୍ତି । ବର୍ଷ ୨୦୧୯ ଅଗଷ୍ଟ ୫ ରେ ଜାମ୍ମୁ କାଶ୍ମୀରକୁ ବିଶେଷ ମାନ୍ୟତା ଦେଉଥିବା ଧାରା ୩୭୦ ଓ ୩୫(କ)କୁ ଉଚ୍ଛେଦ କରି ନେଇଥିଲେ ସାହସିକ ଓ ଐତିହାସିକ ନିଷ୍ପତ୍ତି । ସେହିପରି ଗତ ବର୍ଷ ଅର୍ଥାତ ୨୦୨୦ ଅଗଷ୍ଟ ୫ରେ ଅଯୋଧ୍ୟାରେ ଭବ୍ୟ ଦିବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ହୋଇଥିଲା ଶିଳାନ୍ୟାସ । ଆଉ ଏବେ ସଂସଦ ଚାଲୁଥିବାରୁ ଏହି ବର୍ଷ ତଥା ଆଜି (୫ ଅଗଷ୍ଟ ୨୦୨୧) ରେ ସରକାର କଣ ନିଷ୍ପତ୍ତି ନେବେ ? ନା ସରକାରଙ୍କ ଧମାକାଦାର ନିଷ୍ପତ୍ତିରେ ଲାଗିବ ବିରାମ । ତାହା ଉପରେ ଏବେ ଦେଶବାସୀଙ୍କ ନଜର ।

ମୋଦି ସରକାରଙ୍କ ସ୍ବତନ୍ତ୍ର ଦିନ...

ଅଗଷ୍ଟ ୫ ହେଉଛି ଭାରତ ରାଜନୀତି ପାଇଁ ସ୍ବତନ୍ତ୍ର ଦିନ । ଆଜିର ଦିନରେ ବିଜେପିର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଅଖଣ୍ଡ ଭାରତ ସ୍ବପ୍ନକୁ ଆଶିଂକ ସାକାର କରିଥିଲା ବିଜେପି ସରକାର । ମୋଦି ସରକାରଙ୍କ ଦ୍ବିତୀୟ ପାଳିର ୨୦୧୯ ଅଗଷ୍ଟ ୫ ରେ ଜାମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ ଓ ୩୫(କ) କୁ ଉଚ୍ଛେଦ କରି ବଦଳାଇ ଦେଇଥିଲେ ହିନ୍ଦୁସ୍ତାନର ସ୍ବର୍ଗ କୁହାଯାଉଥିବା ଜମ୍ମୁ କାଶ୍ମୀର ଇତିହାସ ଭୂଗୋଳ । ସେହି ବର୍ଷ ୮ ଅଗଷ୍ଟରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଶ୍ୟାମା ପ୍ରସାଦ ମୁଖାର୍ଜୀ, ଅଟଳ ବିହାରୀ ବାଜପେୟୀଙ୍କ ସ୍ବପ୍ନ ଦେଶବାସୀଙ୍କ ଆଶା ପୂରଣ ହୋଇଛି । ଜମ୍ମୁ କାଶ୍ମୀର ଓ ଲଦାଖର ନୂଆ ଯୁଗ ଆରମ୍ଭ ହୋଇଛି । ଆଉ ବିଜେପି ନିଜର ଗୋଟିଏ ନିର୍ବାଚନୀ ପ୍ରତିଶୃତି ପୂରଣ କରିଛି ।

5 ଅଗଷ୍ଟ 2020 ...

2020 ଅଗଷ୍ଟ ୫ ପରି ଗତବର୍ଷ ସମାନ ଦିନରେ ଆଉ ଏକ ବଡ ନିଷ୍ପତ୍ତି ନେଇଥିଲେ ମୋଦି ସରକାର । ଶହ ଶହ ବର୍ଷର ବିବାଦକୁ ଆଇନଗତ ଭାବେ ସମାଧାନ କରି ସନାତନ ହିନ୍ଦୁ ଧର୍ମର ପ୍ରତୀକ ଭାବାବେଗ ସହ ଜଡିତ ଅଯୋଧ୍ୟାରେ ଭବ୍ୟ ବିଦ୍ୟ ରାମ ମନ୍ଦିର ନିର୍ମାଣ ପଡିଥିଲା ଭିତ୍ତପ୍ରସ୍ତର । ଯାହା ବିଶ୍ବର କୋଣ ଅଣୁକୋଣରେ ଥିବା କୋଟି କୋଟି ରାମ ଭକ୍ତ ଓ ହିନ୍ଦୁଧର୍ମାବଲମ୍ବୀଙ୍କ ପାଇଁ ଥିଲା ସ୍ବପ୍ନର ଦିନ । ଆଉ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ପଥ ପରିଷ୍କାର କରି ମୋଦି ସରକାର ହୋଇଯାଇଥିଲେ ହିନ୍ଦୁ ସନାତନ ସଂସ୍କୃତିର ରକ୍ଷକ । ଶେଷରେ ପୂରଣ ହୋଇଥିଲା ବିଜେପିର ଆଉ ଏକ ନିର୍ବାଚନୀ ପ୍ରତିଶୃତି ।

ଯୋଗୀଙ୍କ ମତରେ ଅଗଷ୍ଟ ୫ ...

ଗତ ସପ୍ତାହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୟୁପି ଗସ୍ତରେ ଥିବାବେଳେ ଗୃହମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗୀ ଆଦିତ୍ୟନାଥ ୫ ଅଗଷ୍ଟକୁ ନେଇ ଗଦଗଦ ହୋଇପଡିଥିଲେ । । ଯୋଗୀ କହିଥିଲେ ଅଗଷ୍ଟ ୫ ଆମ ପାଇଁ ଏକ ସ୍ବତନ୍ତ୍ର ସ୍ମରଣୀୟ ଓ ଉତ୍ସବର ଦିନ । ଏହି ଦିନ ଭାରତମାତାର ଛାତିରୁ ହଟିଥିଲା କଳଙ୍କର କଳା ଦାଗ । ଆଉ ଏହି ଦିନ ମର୍ଯ୍ୟଦା ପୁରୁଷୋତ୍ତମ ଭଗବାନ ରାମଙ୍କ ଜନ୍ମ ଭୂମିରେ ପ୍ରତିଷ୍ଠା ହୋଇଥିଲା ହିନ୍ଦୁଙ୍କ ଆସ୍ଥା ଓ ଆବେଗ । ଏହି ଦିନ ଉତ୍ସବର ଦିନ ବୋଲି ଯୋଗୀ କହିଥିଲେ ।

ବିଜେପିର ସ୍ବପ୍ନ...

ଭାରତୀୟ ଜନତା ପାର୍ଟି (ବିଜେପି)ର ସ୍ଥାପନା ପର ଠାରୁ ଆଜି ପର୍ଯ୍ୟନ୍ତ ଦଳ ନିଜର ବିଚାରଧାରା ଓ ରାଷ୍ଟ୍ରବାଦକୁ ନେଇ କେବେ ପଛକୁ ହଟିନାହିଁ । ଦଳ କ୍ଷମତାରେ ଥାଉ ବା ନଥାଉ । ଦଳ କଠିନ ସ୍ଥିତିରେ ଥାଉ ବା କ୍ଷମତାରେ ନିଜର ବିଚାରଧାରା ଓ ଏଜେଣ୍ଡା ପ୍ରତି କେବେ ସାଲିସ କରିନାହିଁ । ଦିବଂଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଠାରୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ୩ଟି ଏଜେଣ୍ଡାକୁ ନେଇ ଦଳ ବାରମ୍ବାର ନିର୍ବାଚନକୁ ଯାଇଛି । ଆଉ ଏହି ଦାବି ହାସଲ ପାଇଁ ସଂଘର୍ଷ ସଂଗ୍ରାମ ଦଶନ୍ଧୀ ଦଶନ୍ଧୀ ପର୍ଯ୍ୟନ୍ତ କରିଛି । ଦଳର ୩ ଟି ପ୍ରମୁଖ ଦାବି, ଧାରା ୩୭୦ ଉଚ୍ଛେଦ, ରାମ ମନ୍ଦିର ନିର୍ମାଣ, ସମାନ ନାଗରିକତା ସଂହିତା ମଧ୍ୟରୁ ୨ ଟି ଶେଷ ହୋଇଛି । ଆଉ ଏହି ସବୁ ସ୍ବପ୍ନ ଶାକାର ପାଇଁ ମୋଦି ସରକାର ୫ ଅଗଷ୍ଟକୁ ହିଁ ଚୟନ କରୁଛନ୍ତି । ଏବେ ବାକି ଅଛି ଗୋଟିଏ ଦାବି । ଏବେ ସଂସଦ ଅଧିବେଶନ ଚାଲୁଥିବାରୁ ଅନେକ ବିଶ୍ବାସ କରୁଛନ୍ତି ଆଜି ସରକାର ଏହାକୁ ମଧ୍ୟ ନେଇ ସଂସଦ ଆସିପାରନ୍ତି ।

ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ କଣ କହିଥିଲେ ...

ବିଜେପିର ବିଚାରଧାରା ନୀତି ଓ ନୈତିକତାକୁ ନେଇ ଦିନେ ସଂସଦରେ ଦିବଂଗତ ପ୍ରଧାନମନ୍ତ୍ରୀ ମୋଦି ଆଖି ଛଳ ଛଳ ବାଷ୍ପରୁଦ୍ଧ କଣ୍ଠରେ କହିଥିଲେ ଆମକୁ କିଛି ଲୋକ ଦୋଷୀ ଭାବେ ଗ୍ରହଣ କରୁଛନ୍ତି । କାରଣ ଆମେ ରାମ ମନ୍ଦିର ନିର୍ମାଣ କରିବାକୁ ଚାହୁଁଛୁ, ଆମେ ଧାରା ୩୭୦ ଉଚ୍ଛେଦ କରିବାକୁ ଚାହୁଁଛୁ । ଆମେ ଦେଶର ଏକତା ଅଖଣ୍ଡତାକୁ ବଜାୟ ରଖିବାକୁ ଚାହୁଁଛୁ । ବିବାହରେ ସମାନ ଆଇନ କାର୍ଯ୍ୟକାରୀ ହେଉ ଚାହୁଁଛୁ । କିନ୍ତୁ ସମ୍ବିଧାନ କୋର୍ଟ ଆଳ ଦେଖାଇ ଆମକୁ କେହି ଅଟକାଇ ପାରିବେ ନାହିଁ । ଏବେ ହୁଏତ ଆମ ସଂକଳ୍ପ ସାକାର ହୋଇନପାରେ, ହୁଏତ ଆମ ସ୍ବପ୍ନ ପୂରଣ ହେବାରେ ବିଳମ୍ବ ହୋଇପାରେ । କାରଣ ଆମ ପାଖରେ ବହୁମତ ନାହିଁ। ଆମେ ବହୁମତ ପାଇଁ ସଂଗ୍ରାମ ସଂଘର୍ଷ ଓ ପରିଶ୍ରମ କରିବୁ। ଆଉ ଦିନେ ଆମେ ସଂସଦରେ ବହୁମତ ପାଇବୁ । ସରକାର ଗଢିବୁ । ଉତ୍ତର-ପୂର୍ବାଞ୍ଚଳର ପାର୍ବତ୍ୟ ରାଜ୍ୟର ପାହାଡିଆ ଭୂମିରେ ପଦ୍ମ ଫୁଟିବ । ଆଉ ସେହି ଦିନ ଆମ ସଂକଳ୍ପ ପୂରଣ ହେବ । ଆଉ ଅଟଳ ବିହାରୀ କହିଯାଇଥିବା ବାଣୀ ଆଜି ସତ ହୋଇଛି । ରାମ ମନ୍ଦିର ନିର୍ମାଣ ଜାରି ରହିଛି । ଧାରା ୩୭୦ ଉଚ୍ଛେଦ ହୋଇଛି । ଉତ୍ତର-ପୂର୍ବାଞ୍ଚଳ ପାହାଡିଆ ଭୂମିରେ ପଦ୍ମ ଫୁଟୁଛି । ସଂସଦରେ ବିଜେପି ବହୁମତ ପାଇଁ ଶାସନ କରୁଛି ।

ଆଜି ଶାସନରେ ବିଜେପି...

ବିଜେପିର ସଂକଳ୍ପ ପୂରଣ ପାଇଁ ଅଟଳ ବିହାରୀଙ୍କ ସମ୍ମୁଖରେ ଅନେକ ଆହ୍ବାନ ଥିଲା । ବିଜେପିର ଅଳ୍ପ କିଛି ସାଂସଦ ଥିଲେ । କିନ୍ତୁ ଏବେ ସ୍ଥିତି ବଦଳିଯାଇଛି । ବିଜେପି ପୂର୍ଣ୍ଣ ବହୁମତ ସହ ଶାସନ କରୁଛି । ତେଣୁ ଅନେକ ଲୋକଙ୍କ ବିଶ୍ବାସ ଏବେ ବିଜେପିର ତୃତୀୟ ସଂକଳ୍ପ ଅର୍ଥାତ ୟୁନିଫର୍ମ ସିଭିଲ କୋଡ ସମୟ । କାରଣ ବିଜେପିର ରାଜନୈତିକ ମାର୍ଗଦର୍ଶନ ହେଉଛି ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ । ଆଉ ସଂଘର ଉଦ୍ଦେଶ୍ୟ ଏଜେଣ୍ଡା ସ୍ପଷ୍ଟ । ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଓ ୟୁନିଫର୍ମ ସିଭିଲ କୋଡ ଆଇନ କାର୍ଯ୍ୟକାରୀ କରିବା । ତେଣୁ ଏହା ମଧ୍ୟ ଖୁବ ଶୀଘ୍ର ପୂରଣ ହୋଇପାରେ ।

ଆଉ ଆଜିର ଏହି ଦିନକୁ ନେଇ ରାମ ଜନ୍ମଭୂମି ଅଯୋଧ୍ୟାରେ ସାଧୁ ସନ୍ଥ ହିନ୍ଦୁ ସମ୍ପ୍ରଦାୟ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବେଳେ, କେନ୍ଦ୍ର ସରକାର ନୂଆ କାଶ୍ମୀର ନିର୍ମାଣରେ ଲାଗିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 5, 2021, 9:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.