ETV Bharat / bharat

କୃଷି ଗବେଷଣା, ବିକାଶ ପାଇଁ ଘରୋଇ କ୍ଷେତ୍ରକୁ ମୋଦିଙ୍କ ଆହ୍ବାନ - କୃଷିର ଗବେଷଣା

ଦେଶର କୃଷି କ୍ଷେତ୍ରରେ ଗବେଷଣା ଓ ବିକାଶ ବୃଦ୍ଧି କରିବା ପାଇଁ ଘରୋଇ କ୍ଷେତ୍ରକୁ ଅଧିକ ଅଂଶଗ୍ରହଣ କରିବା ପାଇଁ ମୋଦି ଆହ୍ବାନ ଦେଇଛନ୍ତି । ଅଧିକ ପଢନ୍ତୁ...

କୃଷି ଗବେଷଣା, ବିକାଶ ପାଇଁ ଘରୋଇ କ୍ଷେତ୍ରକୁ ମୋଦିଙ୍କ ଆହ୍ବାନ

author img

By

Published : Mar 1, 2021, 4:32 PM IST

ନୂଆଦିଲ୍ଲୀ: ଦେଶରେ କୃଷିର ଗବେଷଣା ଓ ବିକାଶ ପାଇଁ ଘରୋଇ କ୍ଷେତ୍ର ଅଧିକରୁ ଅଧିକ ଅଂଶଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆହ୍ବାନ ଦେଇଛନ୍ତି । କୃଷି କ୍ଷେତ୍ରରେ ଚଳିତ ବର୍ଷ ବଜେଟର ବିନିଯୋଗ ସମ୍ପର୍କରେ ଏକ ୱେବିନାର କାର୍ଯ୍ୟକ୍ରମରେ ଆଲୋଚନା କରିବା ସମୟରେ ମୋଦି ଏ ସମ୍ପର୍କରେ କହିଛନ୍ତି ।

ଦେଶର କୃଷିର ଗବେଷଣା ଓ ବିକାଶ କ୍ଷେତ୍ରରେ ଘରୋଇ ସଂସ୍ଥାଗୁଡିକର ଅବଦାନ ରହିଛି । କିନ୍ତୁ ବର୍ତ୍ତମାନ ଏହି କ୍ଷେତ୍ର କୃଷିର ବିକାଶ କ୍ଷେତ୍ରରେ ଅଧିକରୁ ଅଧିକ ଅଂଶଗ୍ରହଣ କରିବାର ସମୟ ଆସିଛି ବୋଲି ମୋଦି କହିଛନ୍ତି । ତେବେ କେବଳ ଏହା ମଞ୍ଜି ପର୍ଯ୍ୟନ୍ତ ସୀମିତ ନ ରହି ପରିବେଶ ବିଜ୍ଞାନକୁ ଆଗକୁ ବଢାଇବା ପାଇଁ ମୋଦି ଘରୋଇ କୃଷି ଗବେଷଣା ସଂସ୍ଥାଗୁଡିକୁ ଆହ୍ବାନ ଦେଇଛନ୍ତି ।

କୃଷି ସଂସ୍ଥାଗୁଡିକ ଚୁକ୍ତିନାମା ଚାଷ ବହୁତ ସମୟ ଧରି ହୋଇଆସୁଛି । ତେବେ ଆମ ଉଦ୍ୟମ ଚୁକ୍ତିନାମା ଚାଷ ପର୍ଯ୍ୟନ୍ତ ସୀମିତ ନ ରହି କୃଷି କ୍ଷେତ୍ରରେ ଆମ ଦାୟିତ୍ବକୁ ପୂରଣ କରିବା ଉଚିତ । ଏହାକୁ ବ୍ୟବସାୟ ଭାବେ ଗ୍ରହଣ ନ କରି ଏହି ଦିଗରେ ଅଧିକ ଗବେଷଣା କରିବା ଆବଶ୍ୟକ ବୋଲି ମୋଦି କହିଛନ୍ତି । ତେବେ ଖାଦ୍ୟ ଉତ୍ପାଦନ କରୁଥିବା କ୍ଷୁଦ୍ର ଚାଷୀଙ୍କୁ ଅତ୍ୟାଧୁନିକ ଉପାୟରେ ଶସ୍ୟ ଉତ୍ପାଦନ କରିବାର ପ୍ରଣାଳୀ ଶିଖାଇବା ପାଇଁ ମୋଦି କହିଛନ୍ତି । ଏହି ସମ୍ପର୍କରେ ଉଦାହରଣ ଦେଇ ମୋଦି କହିଛନ୍ତି, " ରକ୍ତ ପରୀକ୍ଷା ପାଇଁ ଆମର ଯେପରି ନେଟୱର୍କ ରହିଛି ସେହିପରି ଭାବରେ ମାଟିର ପରୀକ୍ଷା କରିବା ପାଇଁ ନେଟୱର୍କ ସୃଷ୍ଟି କରିବା ଆବଶ୍ୟକ ହୋଇପଡିଛି ।"

ସବୁଜ ଯୋଜନା ଅଧୀନରେ କିଷାନ ରେଲରେ ଫଳ ଓ ପନିପରିବାର 50 ପ୍ରତିଶତ ସବସିଡି ପଠାଯାଉଛି । ଭାରତର ବିଭିନ୍ନ ପ୍ରାନ୍ତରେ ଥିବା ଶୀତଳ ଭଣ୍ଡାରକୁ ଫଳ ଓ ପନିପରିବା ପଠାଇବାରେ କିଷାନ ରେଳ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । କୃଷି କ୍ଷେତ୍ରରେ ଉତ୍ପାଦନକୁ ବଢାଇବା ପାଇଁ ଚଳିତ ବର୍ଷ ବଜେଟରେ ପ୍ରଡକ୍ସନ-ଲିଙ୍କଡ ପ୍ରୋତ୍ସାହନ(PLI) ଯୋଜନା ମାଧ୍ୟମରେ 11 ହଜାର କୋଟି ଟଙ୍କା ବିନିଯୋଗ କରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.