ETV Bharat / bharat

Mobile Tower Stolen: ବିହାରରେ ଚୋରି କରିନେଲେ ମୋବାଇଲ ଟାଓ୍ବାର

author img

By

Published : Nov 27, 2022, 5:13 PM IST

ବିହାରରେ ଦିନକୁ ଦିନ ସାମ୍ନାକୁ ଆସୁଛି ଅସମ୍ଭବ ଚୋରି ଘଟଣା (Mobile Tower Stolen From Gardanibagh)। କମ୍ପାନୀ ଅଧିକାରୀ ସାଜି ଆସି ମାବାଇଲ ଟାଓ୍ବର କାଟି ନେଲେ ଚୋର । ଅଧିକ ପଢନ୍ତୁ

Mobile Tower Stolen: ବିହାରରେ ମୋବାଇଲ ଟାଓ୍ବାର କାଟି ନେଲେ ଚୋର

ପାଟନା: ବିହାରରେ ସବୁ ପ୍ରକାର ଚୋରି ସମ୍ଭବ (Mobile Tower Stolen From Gardanibagh)। ନିକଟରେ ଏପରି କିଛି ବିରଳ ଚୋରି ଘଟଣା ଏହାକୁ ସତ୍ୟ ପ୍ରମାଣିତ କରିବା ପରି ଦୃଶ୍ୟମାନ ହେବାରେ ଲାଗିଛି । ବେଗୁସରାଇ ଷ୍ଟେସନରୁ ରେଳ ଇଞ୍ଜିନ ଚୋରି ଚର୍ଚ୍ଚା ସାରା ଦେଶରେ ଆଲୋଚନାର ବିଷୟ ପାଲଟିଥିବାବେଳେ, ଏବେ ଦୁର୍ବୃତ୍ତମାନେ ମୋବାଇଲ ଟାଓ୍ବର ଚୋରି କରି ନେଇଥିବା ପରି ଘଟଣା ସାମ୍ନାକୁ ଆସିଛି । ରାଜଧାନୀ ପାଟନା ସହର ଉପକଣ୍ଠ ଗର୍ଦ୍ଦନିବାଗ ଥାନା ଅଞ୍ଚଳରେ ଏପରି ଘଟଣା ସମ୍ନାକୁ ଆସିବା ପରେ ପାଟନା ପୋଲିସ ଆକ୍ସନ ମୋଡକୁ ଆସିଛି ।

ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳରେ ଏକ ଏୟାରସେଲ ମୋବାଇଲ ଟାଓ୍ବର ବସାଯାଇଥିଲା । ତେବେ ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷ ଜମି ମାଲିକଙ୍କୁ ଗତ କିଛି ମାସ ଧରି ଟାଓ୍ବର ବାବଦ ଲିଜ ରାଶି ପ୍ରଦାନ କରି ନଥିଲେ । ହେଲେ ଗତରାତିରେ ପ୍ରାୟ 10 ରୁ 15 ଯୁବକ ଆସି ସମ୍ପୃକ୍ତ ଜମିର ମାଲିକଙ୍କୁ ଭେଟିଥିଲେ । ସେମାନେ ଟାଓ୍ବର କମ୍ପାନୀର ଅଧିକାରୀ ଓ କର୍ମଚାରୀ ବୋଲି ପରିଚୟ ଦେଇଥିଲେ । ବାକି ଥିବା ଭଡା ରାଶି କମ୍ପାନୀ ଦେଇ ପାରିବ ନାହିଁ । ତେଣୁ ସେମାନେ ଟାଓ୍ବର ଖୋଲି ନେବାକୁ ଆସିଥିବା କହିଥିଲେ । ପରେ ସେମାନେ ଟାଓ୍ବର ଖୋଲିବା ସହ ଯନ୍ତ୍ରାଂସ ସବୁ ନେଇ ଚାଲି ଯାଇଥିଲେ ।

ପରଦିନ ସକାଳେ ସେମାନେ କମ୍ପାନୀର କର୍ମଚାରୀ ନୁହନ୍ତି ବରଂ ଏହା ଏକ ଚୋରି ଘଟଣା ବୋଲି ଜଣାପଡିବା ପରେ ସମ୍ପୃକ୍ତ ଜମି ମାଲିକ ଥାନାରେ ଏତଲା ଦେଇଛନ୍ତି । ପୋଲିସ କମ୍ପାନୀ ସହ ଯୋଗୋଯୋଗ କରିବା ପରେ ସେମାନେ ଅଧିକାରୀ ପଠାଇନଥିବା ସ୍ପଷ୍ଟ କରିଥିଲେ । ପୋଲିସ ଏନେଇ ଏକ ମାମଲା ଦାଏର କରି ତଦନ୍ତ ଆରମ୍ଭ କରିଛି ।

ନିକଟରେ ବିହାରର ବେଗୁସରାଇ ଷ୍ଟେସନରେ ରେଳ ଇଞ୍ଜିନ ଚୋରି ହେବା ଘଟଣା ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା । ସୁଡଙ୍ଗ ଦେଇ ରେଳ ଇଞ୍ଜିନ ଚୋରି କରାଯାଇଥିବା ନେଇ ଅଭିଯୋଗ ହେବା ସହ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶିତ ହୋଇଥିଲା । ତେବେ ରେଳବାଇ କର୍ତ୍ତୃପକ୍ଷ ଏପରି ଅଭିଯୋଗକୁ ଖଣ୍ଡନ କରିଥିଲେ । ଏହା ପୂର୍ବରୁ ମଧ୍ୟ ଲୁହାର ଏକ ପୋଲ ଚୋରି କରି ନେଇଥିଲେ ଦୁର୍ବୃତ୍ତ । ମରାମତି ଆଳରେ ପୋଲର ଯନ୍ତ୍ରାଂସ ଖୋଲି ନେବାରେ ସଫଳ ହୋଇଥିଲେ ଦୁର୍ବୃତ୍ତ । ସେତେବେଳେ ବିହାରରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ଉଦବେଗ ପ୍ରକାଶ ପାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.