ETV Bharat / bharat

ରାଜ ଠାକେରଙ୍କ ପୁଅକୁ ରୋକିଲେ ଟୋଲ୍‌ଗେଟ କର୍ମଚାରୀ, ଟୋଲ ପ୍ଲାଜାରେ MNS କର୍ମୀଙ୍କ ଭଙ୍ଗାରୁଜା ! - ମହାରାଷ୍ଟ୍ର ରାଜନୀତି ଖବର

ରାଜ ଠାକେରଙ୍କ ପୁଅକୁ ରୋକାଯିବାରୁ ଟୋଲ ପ୍ଲାଜାରେ MNS କର୍ମୀଙ୍କ ଭଙ୍ଗାରୁଜା ଅଭିଯୋଗ । ଗାଡିରେ ଫାସଟ୍ୟାଗ ତ୍ରୁଟି କାରଣରୁ ଗତକାଲି ରାତିରେ ରୋକାଯାଇଥିବା ସୂଚନା । ଅଧିକ ପଢନ୍ତୁ

ରାଜ ଠାକେରଙ୍କ ପୁଅକୁ ରୋକାଯିବା ପରେ ଟୋଲ ପ୍ଲାଜାରେ MNS କର୍ମୀଙ୍କ ଭଙ୍ଗାରୁଜା

author img

By

Published : Jul 23, 2023, 5:12 PM IST

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା (MNS)ର ମୁଖ୍ୟ ରାଜ ଠାକରେଙ୍କ ପୁଅଙ୍କୁ କୌଣସି କାରଣ ପାଇଁ ଟୋଲ ଗେଟରେ ରୋକାଯିବା ପରେ ଦଳର କର୍ମୀମାନେ ଉକ୍ତ ଟୋଲ ପ୍ଲାଜାରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଗତକାଲି(ଶନିବାର) ରାତିରେ ରାଜଙ୍କ ପୁଅ ଅମିତ ଠାକରେ ନାସିକରୁ ମୁମ୍ବାଇ ଯାତ୍ରା କରୁଥିବା ବେଳେ ତାଙ୍କ ଗାଡ଼ିରେ ଫାସ୍‌ଟ୍ୟାଗ ସମ୍ପର୍କିତ କିଛି ତ୍ରୁଟି ପାଇଁ ତାଙ୍କୁ ଟୋଲଗେଟ କର୍ମଚାରୀମାନେ ରୋକିଥିଲେ । କିଛି ସମୟ ଧରି ଉଭୟ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ଖବର ମିଳିବା ପରେ ଆଜି ଅପରାହ୍ନରେ ସମ୍ପୃକ୍ତ ଟୋଲଗେଟରେ ମହାରାଷ୍ଟ୍ର ନବନିର୍ମାଣ ସେନାର କର୍ମୀମାନେ ପହଞ୍ଚି ଭଙ୍ଗାରୁଜା ଓ କର୍ମଚାରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ମହାରାଷ୍ଟ୍ର ନବନିର୍ମାଣ ସନା (ଏମଏନଏସ) ପ୍ରତିଷ୍ଠାତା ରାଜ ଠାକରେଙ୍କ ପୁଅ ଅମିତ ଠାକରେ ଗତକାଲି (ଶନିବାର) ରାତି 9 ଟା ସମୟରେ ନାସିକରୁ ମୁମ୍ବାଇ ଅଭିମୁଖେ ଯାଉଥିବା ସିନ୍ନରର ଗୋଣ୍ଡେ ଟୋଲ ପ୍ଲାଜାରେ ତାଙ୍କୁ ଅଟକାଇ ଦିଆଯାଇଥିଲା । ତାଙ୍କ ଗାଡ଼ିରେ ଫ୍ୟାସଟ୍ଯାଗ ମ୍ଯାଚ ନକରିବାକୁ ତାଙ୍କୁ ପ୍ଲାଜା କର୍ମଚାରୀ ରୋକିଥିଲେ । ହେଲେ ସେ ଏଥିରେ ଉତକ୍ଷିପ୍ତ ହୋଇପଡିଥିଲେ । ସେ ସେହି ସମୟରେ ସେଠାରୁ ଚାଲିଯାଇଥିବା ବେଳେ ଆଜି(ରବିବାର) ତାଙ୍କ ଦଳର କର୍ମୀ ଏପରି ଭଙ୍ଗାରୁଜା କରିଥିବା ଅଭିଯୋଗ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ଏକାଠି ହେବେ ଉଦ୍ଧବ ଓ ରାଜ ! ସଞ୍ଜୟ ରାଉତଙ୍କୁ ଭେଟିଲେ MNS ନେତା

ଆଜି ଅପରାହ୍ନ ପ୍ରାୟ 2ଟା ବେଳେ କିଛି ଲୋକେ ପ୍ଲାଜା କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଭଙ୍ଗାରୁଜା କରିଥିଲେ । ସେମାନେ ମହାରାଷ୍ଟ୍ର ନବନିର୍ମାଣ ସେନାର କର୍ମୀ ହୋଇଥିବା ନେଇ ଅଭିଯୋଗ ହୋଇଛି । ତେବେ ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ସେମାନେ ନିଜକୁ ଏମଏନଏସର କର୍ମୀ କହୁଥିବା ବେଳେ ଗତକାଲିର ଘଟଣା ପାଇଁ ପ୍ଲାଜା କର୍ମଚାରୀଙ୍କୁ ମାଡ଼ ମାରିଥିଲେ ।

ଏନେଇ ପୋଲିସ କହିଛି, ଟୋଲ ପ୍ଲାଜା କର୍ମଚାରୀଙ୍କଠାରୁ କୌଣସି ଅଭିଯୋଗ ଏପର୍ଯ୍ୟନ୍ତ ଗ୍ରହଣ କରାଯାଇନାହିଁ । ହେଲେ ଭଙ୍ଗାରୁଜା ଓ କର୍ମଚାରୀଙ୍କୁ ଆକ୍ରମଣ କରିବା ମାମଲାକୁ ଗମ୍ଭୀରତାର ନିଆଯାଇଛି । ପୋଲିସ ଏକ ମାମଲା ରୁଜୁ କରିଛି । ଟୋଲ ଗେଟରେ ଲାଗିଥିବା ସିସିଟିଭିରୁ ଫୁଟେଜ ସଂଗ୍ରହ କରାଯାଇ ଯାଞ୍ଚ କରାଯାଉଛି । ଖୁବଶିଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ । ହେଲେ ଆକ୍ରମଣକାରୀମାନେ ମହାରାଷ୍ଟ୍ର ନବନିର୍ମାଣ ସେନାର କର୍ମୀ କି ନୁହନ୍ତି ତାହା ତଦନ୍ତ ପରେ ଜଣାପଡିବା ନେଇ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.