ETV Bharat / bharat

Ayodhya Visit: ରାଜ ଠାକରେଙ୍କ ଅଯୋଧ୍ୟା ଗସ୍ତ ବାତିଲ

author img

By

Published : May 20, 2022, 5:00 PM IST

ଏମଏନଏସ(ମହାରାଷ୍ଟ୍ର ନବନିର୍ମାଣ ସେନା) ସଭାପତି ରାଜ ଠାକରେଙ୍କ ଅଯୋଧ୍ୟା ଗସ୍ତ ବାତିଲ ହୋଇଛି । ଏ ନେଇ ରାଜ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

Ayodhya Visit: ରାଜ ଠାକରେଙ୍କ ଅଯୋଧ୍ୟା ଗସ୍ତ ବାତିଲ, ଟ୍ବିଟ କରି ଦେଲେ ସୂଚନା

ମୁମ୍ବାଇ: ଏମଏନଏସ (ମହାରାଷ୍ଟ୍ର ନବନିର୍ମାଣ ସେନା) ସଭାପତି ରାଜ ଠାକରେଙ୍କ ଅଯୋଧ୍ୟା ଗସ୍ତ ବାତିଲ ହୋଇଛି । ଏ ନେଇ ରାଜ ଟ୍ବିଟ କରି ସୂଚନା ଦେଇଛନ୍ତି । ବିଶେଷ ସୂତ୍ର ଅନୁସାରେ ରାଜ ଅସୁସ୍ଥ ଯୋଗୁଁ ଏହି ଗସ୍ତକୁ ବାତିଲ କରିଛନ୍ତି । ହେଲେ ଏହି ଗସ୍ତ ବାତିଲର କାରଣ ସମ୍ପର୍କରେ ରାଜଙ୍କ ଦ୍ବାରା ସ୍ପଷ୍ଟ ହୋଇନାହିଁ । ତେବେ ରାଜ ନିଜେ ଏହାର କାରଣ ପୁଣେ ବୈଠକରେ ଯୋଗ ଦେଇ ସେ କହିବେ ବୋଲି ଜଣାପଡ଼ିଛି ।

ଆସନ୍ତା ମେ ୨୨ ତାରିଖରେ ପୁଣେରେ ଏହି ବୈଠକ ଅନୁଷ୍ଠିତ ହେବ । ବୈଠକ ପରେ ସେ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଡାକ୍ତରଙ୍କ ସହିତ କଥାବାର୍ତ୍ତା କରିବେ । ଡାକ୍ତରଙ୍କଠାରୁ ପରାମର୍ଶ ନେବା ପରେ ଅଯୋଧ୍ୟା ଗସ୍ତ ସମ୍ପର୍କରେ ସେ ଜଣାଇବେ ବୋଲି ରିପୋର୍ଟରୁ ଜଣାପଡ଼ିଛି । ଯଦି ଡାକ୍ତର ପରାମର୍ଶ ଦିଅନ୍ତି ତେବେ ଯାଇ ସେ ଅଯୋଧ୍ୟ ଗସ୍ତ କରିବେ । ରାଜ କିଛି ଦିନ ପୂର୍ବରୁ ପୁଣେ ଗସ୍ତ ସାରି ମୁମ୍ବାଇ ଫେରିଛନ୍ତି । ବର୍ତ୍ତମାନ ତାଙ୍କ ଅଯୋଧ୍ୟା ଗସ୍ତକୁ ନେଇ ରାଜନୈତିକ ସ୍ତରରେ ପ୍ରଶ୍ନ ଉଠିଛି ।

ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାର ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂ ମଧ୍ୟ ରାଜଙ୍କ ଅଯୋଧ୍ୟା ଗସ୍ତକୁ ବିରୋଧ କରିଛନ୍ତି । ସେ ଏହା ସ୍ପଷ୍ଟ କରିଛନ୍ତି ଯେ ଯେଉଁମାନେ ରାମଙ୍କ ବଂଶଧର(Rama's descendant)ଙ୍କୁ ମାଡ ଦିଅନ୍ତି ସେମାନଙ୍କୁ ଅଯୋଧ୍ୟାକୁ ଆସି ରାମଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ ନାହିଁ । ଏଥି ସହିତ ରାଜଙ୍କୁ ଅଯୋଧ୍ୟାକୁ ରୋକିବା ପାଇଁ ସେ ତାଙ୍କର ବଡ କାର୍ଯ୍ୟକ୍ରମ ଯୋଜନା କରିବାରେ ବ୍ୟସ୍ତ ଅଛନ୍ତି ବୋଲି କହିଛନ୍ତି ।

ବିଜେପି ସାଂସଦ ବ୍ରିଜଭୂଷଣ ଆହୁରି କହିଛନ୍ତି ଯେ, ଯଦି ବିଶ୍ବାସ ଏବଂ ଭକ୍ତିଭାବ ଯୋଗୁଁ ରାଜ ଅଯୋଧ୍ୟାକୁ ଆସିବାକୁ ଚାହାଁନ୍ତି, ତେବେ ତାଙ୍କୁ ସ୍ବାଗତ କରାଯିବ । କିନ୍ତୁ ଯଦି ସେ ରାଜନୀତି ଉଦ୍ଦେଶ୍ୟ ରଖି ଏଠାକୁ ଆସୁଛନ୍ତି, ତେବେ ତାଙ୍କୁ ଅଯୋଧ୍ୟାକୁ ଆସିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ସାଂସଦ ମନୋଜ ତିୱାରୀ, ସାଂସଦ ତଥା ଅଭିନେତା ରବି କିଶନ, ବିଜେପି ନେତା ତଥା ଅଭିନେତା ଦୀନେଶ ଲାଲ ଯାଦବ ମୁମ୍ବାଇର ଜୁହୁ ମିଲେନିୟମ କ୍ଲବ ପରିଦର୍ଶନ କରିଛନ୍ତି। ଏହି ଅବସରରେ ମନୋଜ ଏମଏନଏସ ସଭାପତି ରାଜଙ୍କ ଅଯୋଧ୍ୟା ଗସ୍ତ ଉପରେ ମନ୍ତବ୍ୟ ଦେଇଛନ୍ତି । ଅଯୋଧ୍ୟାରେ ରାଜଙ୍କୁ ସ୍ବାଗତ କରାଯିବା ଉଚିତ ବୋଲି ସେ କହିଛନ୍ତି । ସେମାନଙ୍କୁ ବିରୋଧ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.