ETV Bharat / bharat

ଆଜି ଔରଙ୍ଗାବାଦରେ ବିଶାଳ ରାଲି କରିବେ ରାଜ ଠାକରେ

author img

By

Published : May 1, 2022, 12:51 PM IST

ମହାରାଷ୍ଟ୍ରରେ ଲାଉଡ ସ୍ପିକର ବିବାଦ ଜାରି ରହିଥିବାବେଳେ ମଏନଏସ ମୁଖ୍ୟ ରାଜ ଠାକରେ ଆଜି (ରବିବାର) ଔରଙ୍ଗାବାଦରେ ଆୟୋଜିତ ରାଲିରେ ଯୋଗଦେବେ । ଶତାଧିକ ସମର୍ଥକଙ୍କ ସହ ରାଜ ଠାକରେ ଔରଙ୍ଗାବାଦରେ ପହଞ୍ଚିଛନ୍ତି। ଅଧିକ ପଢ଼ନ୍ତୁ

mns chief raj thackeray mega rally in aurangabad
ଆଜି ଔରଙ୍ଗାବାଦରେ ବିଶାଳ ରାଲି କରିବେ ରାଜ ଠାକରେ

ମୁମ୍ବାଇ: ମହାରାଷ୍ଟ୍ରରେ ଲାଉଡ ସ୍ପିକର ବିବାଦ ଜାରି ରହିଥିବାବେଳେ ମଏନଏସ ମୁଖ୍ୟ ରାଜ ଠାକରେ ଆଜି (ରବିବାର) ଔରଙ୍ଗାବାଦରେ ଆୟୋଜିତ ରାଲିରେ ଯୋଗଦେବେ । ଶତାଧିକ ସମର୍ଥକଙ୍କ ସହ ରାଜ ଠାକରେ ଔରଙ୍ଗାବାଦରେ ପହଞ୍ଚିଛନ୍ତି । ସେଠାରେ ତାଙ୍କର ଭବ୍ୟ ସ୍ବାଗତ ହୋଇଛି । ରାଲି ସମୟରେ କୌଣସି ପ୍ରକାର ବିଶୃଙ୍ଖଳାକୁ ନେଇ ପୋଲିସ ପକ୍ଷରୁ ସତର୍କ କରାଯାଇଛି ।

ରାଲି ସମୟରେ ଆପତ୍ତି ଜନକ ବାର୍ତ୍ତା, ଜାତିବାଦୀ ତଥା ଧର୍ମ ବିରୋଧ ବୟାନ ନ ଦେବକୁ ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି । ରାଲିରେ 15,000 ଲୋକଙ୍କୁ ସାମିଲ ହେବାପାଇଁ ଅନୁମତି ମିଳିଛି । ଅନ୍ୟପଟେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ମଧ୍ୟ ଔରଙ୍ଗାବାଦରେ ଅଛନ୍ତି। ଗତକାଲି ( ଶନିବାର) ଏଆଇଏମଆଇଏମ ଦଳର ସାଂସଦ ଇମପ୍ତିଆଜ ଜଲିଲଙ୍କ ଘରେ ଆୟୋଜିତ ଇଫତାର ପାର୍ଟିରେ ଯୋଗ ଦେଇଥିଲେ । ସେ ଇଫତାର ପାଇଁ ରାଜ ଠାକରେଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି । ସେପଟେ ମହାରାଷ୍ଟ୍ର ଉପ- ମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି, ଲୋକେ କୌଣସି ଠାରେ ରାଲି କରିପାରିବେ । କିନ୍ତୁ ଆଇନ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.