ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ପକ୍ଷରୁ ଆସନ୍ତାକାଲି (ମେ’ 3)ରେ ପ୍ରସ୍ତାବିତ ମହାଆଳତୀ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଦଳ ମୁଖ୍ୟ ରାଜ ଠାକରେ ଆଜି କାର୍ଯ୍ୟକ୍ରମ ବାତିଲ ନେଇ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ଦେବା ସହ ଆସନ୍ତାକାଲି ସେ ଆଗାମୀ ନିଷ୍ପତ୍ତି ଘୋଷଣା କରିବେ ବୋଲି ସ୍ପଷ୍ଟ କରିଛନ୍ତି ।
![ମହାଆରତୀ କାର୍ଯ୍ୟକ୍ରମ ବାତିଲ କଲା MNS, ପରବର୍ତ୍ତୀ ନିଷ୍ପତ୍ତି ଆସନ୍ତାକାଲି](https://etvbharatimages.akamaized.net/etvbharat/prod-images/mn-mum-mns-raj-thacheary-patra-7210855_02052022152833_0205f_1651485513_566.jpg)
ରାଜ ଠାକରେ ତାଙ୍କ ବିବୃତ୍ତିରେ କହିଛନ୍ତି, ଲାଉଡସ୍ପିକର ବିବାଦ ଏକ ଧାର୍ମିକ ପ୍ରସଙ୍ଗ ନୁହେଁ ବରଂ ସାଧାରଣ ଜନସ୍ବାର୍ଥ ପ୍ରସଙ୍ଗ । ତେଣୁ ଏ ସମ୍ପର୍କରେ ସେ ଦଳର ପରବର୍ତ୍ତୀ ନିଷ୍ପତ୍ତି ଆସନ୍ତାକାଲି ଘୋଷଣା କରିବା ନେଇ ଦଳୀୟ କାର୍ଯ୍ଯକର୍ତ୍ତା ଓ କର୍ମୀଙ୍କୁ ଅବଗତ କରିଛନ୍ତି । ଆସନ୍ତାକାଲି ଦଳ ପକ୍ଷରୁ ଏହି ମହାଆଳତୀ କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲା । ଗତ କିଛି ଦିନ ଧରି ଲାଉଡସ୍ପିକର ବିବାଦକୁ ନେଇ ମହାରାଷ୍ଟ୍ରର ଉଦ୍ଧବ ସରକାରଙ୍କୁ ଟାର୍ଗେଟ କରିଚାଲିଛନ୍ତି ରାଜ ଠାକରେ ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ