ETV Bharat / bharat

ଉଡୁମ୍ବାଞ୍ଚୋଲା ଆସନ ହାତେଇଲା CPIM

author img

By

Published : May 2, 2021, 1:16 PM IST

କେରଳର ଉଡୁମ୍ବାଞ୍ଚୋଲା ନିର୍ବାଚନ ମଣ୍ଡଳୀରୁ ସିପିଆଇଏମ୍ ବିଜୟ ହାସଲ କରିଛି । ଅଧିକ ପଢନ୍ତୁ...

ଉଡୁମ୍ବାଞ୍ଚୋଲା ଆସନ ହାତେଇଲା CPI-M
ଉଡୁମ୍ବାଞ୍ଚୋଲା ଆସନ ହାତେଇଲା CPI-M

ଥିରୁଅନନ୍ତପୁରମ: କେରଳରେ 140ଟି ବିଧାନସଭା ଆସନ ପାଇଁ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଥିବା ବେଳେ ଆସିଛି ବିଜୟର ଖବର । ତେବେ ଉଡୁମ୍ବାଞ୍ଚୋଲା ନିର୍ବାଚନ ମଣ୍ଡଳୀରୁ ସିପିଆଇଏମ୍ ନେତା ଏମ.ଏମ ମଣି ବିଜୟ ଲାଭ କରିଥିବା ଜଣାପଡିଛି ।

ଏହି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଏମ ଏମ ମଣି 1109 ଭୋଟରେ ଉଡୁମ୍ବାଞ୍ଚୋଲା ଆସନ ହାତେଇଛନ୍ତି । ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 86 ଆସନରେ ସିପିଆଇ ଆଗୁଆ ରହିଥିବା ବେଳେ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ ମଧ୍ୟ 42 ସିଟରେ ଆଗୁଆ ରହିଛି । ସେପଟେ ବିଜେପି ନେତୃତ୍ବାଧୀନ ଏନଡିଏ 3ଟି ଆସନରେ ଆଗୁଆ ରହିଛି ।

ତେବେ ମଣି ରାଜ୍ୟରେ ବର୍ତ୍ତମାନ ଶକ୍ତିମନ୍ତ୍ରୀ ରହିଥିବା ବେଳେ ପୂର୍ବରୁ ସିପିଆଇର ପୂର୍ବତନ ଜିଲ୍ଲା ସେକ୍ରେଟାରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । ମଣିଙ୍କ ବିରୋଧରେ ୟୁଡିଏଫରୁ ଇ.ଏମ ଅଗସ୍ତି ଓ ଏନଡିଏରୁ ସନ୍ତୋଷ ମାଧବନ ନିର୍ବାଚନ ଲଢୁଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.