ETV Bharat / bharat

Goa Assembly Election: ଗୋଆରେ BJPକୁ ଝଟକା, ଦଳ ଛାଡିଲେ ବିଧାୟକ - ଗୋଆ ବିଜେପି କନ୍ଦଳ

ଗୋଆ ବିଧାନସଭା ପୂର୍ବରୁ ବିଜେପିକୁ ଧକ୍କା । ବିଧାୟକ ଦେଲେ ଇସ୍ଥଫା । ଅଧିକ ପଢନ୍ତୁ

ଗୋଆରେ ଇସ୍ତଫା ଦେଲେ ଦୁଇ BJP ବିଧାୟକ
ଗୋଆରେ ଇସ୍ତଫା ଦେଲେ ଦୁଇ BJP ବିଧାୟକ
author img

By

Published : Jan 10, 2022, 4:34 PM IST

ପାନାଜୀ: ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଶିବିର ଛାଡିଲେ ଆଉ ଜଣେ ବିଧାୟକ । ବିଜେପି ବିଧାୟକ ପ୍ରବୀଣ ଜନତୟେ (Pravin Zantye) ଦଳରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ପ୍ରଥମେ ବିଧାୟକ ଲୋବୋ ଇସ୍ଥଫା ଦେଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ତାର କିଛି ଘଣ୍ଟା ପରେ ଅନ୍ୟ ଜଣେ ବିଧାୟକ ପ୍ରବୀଣ ମଧ୍ୟ ନିଜ ପଦରୁ ଇସ୍ଥାଫା ଦେଇଥିବା ସୂଚନା ମିଳିଛି ।

ଲୋବୋ କହିଛନ୍ତି, ସେ ଇସ୍ଥଫା ପରେ ନିଜ ନିର୍ବାଚନ ମଣ୍ଡଳୀର ସମର୍ଥକଙ୍କ ସହ ଆଲୋଚନା କରୁଛନ୍ତି । ସେହିପରି ସେ ଅନ୍ୟ କିଛି ରାଜନୈତିକ ଦଳ ମାନଙ୍କ ସହ ମଧ୍ୟ ତାଙ୍କର ଆଲୋଚନା ଜାରି ରଖିଛନ୍ତି । ପରେ ସେ ନିଜ ନିଷ୍ପତ୍ତି ସମ୍ପର୍କରେ ସ୍ପଷ୍ଟ କରିବେ ବୋଲି ସେ ପ୍ରକାଶ କରିଛନ୍ତି ।

ପାର୍ଟିର ବିଚାରଧାରା ଉପରେ ପ୍ରଶ୍ନ ଉଠାଇ, ଲୋବୋ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ପରେ ଦଳରେ ତାଙ୍କ ଲିଗାସି (ପଦାଙ୍କ) ଅନୁସରଣ ମଧ୍ୟ କରାଯାଉ ନାହିଁ । ତେବେ ସେ ତାଙ୍କ ଆଗାମୀ ରାଜନୈତିକ ନିଷ୍ପତ୍ତି ନେଇ ସ୍ପଷ୍ଟ କରିନଥିବା ବେଳେ ସେ କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.