ETV Bharat / bharat

TN Hooch Tragedy: ବୃଦ୍ଧି ପାଉଛି ମଦ ମୃତ୍ୟୁସଂଖ୍ୟା, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

author img

By

Published : May 18, 2023, 3:51 PM IST

ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍‌ଙ୍କ ନିର୍ଦ୍ଦେଶ ପରେ ଦୁଇ ଅତିରିକ୍ତ ପୋଲିସ ଅଧୀକ୍ଷକଙ୍କୁ ମିଳିଲା ତଦନ୍ତ ଦାୟିତ୍ବ । ତାମିଲନାଡ଼ୁରେ ମଦ ଜନିତ ମୃତ୍ୟୁ ସଂଖ୍ୟାର ତଦନ୍ତ ପାଇଁ ଏହି ଦାୟିତ୍ବ ଦିଆଯାଇଛି । ଅଧିକ ପଢନ୍ତୁ

TN Hooch Tragedy
TN Hooch Tragedy

ଚେନ୍ନାଇ: ତାମିଲନାଡୁରେ ଗମ୍ଭୀର ହେବାରେ ଲାଗିଛି ସ୍ଥିତି । ରାଜ୍ୟରେ ମଦ ପିଇ ବର୍ତ୍ତମାନ ସୁଦ୍ଧା ୧୬ଜଣ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଏଭଳି ସ୍ଥିତିରେ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍‌ । ତାମିଲନାଡ଼ୁର ଭିଲ୍ଲୁପୁରମ ଏବଂ ଛେଙ୍ଗାଲପାଟୁ ଜିଲ୍ଲାରେ ମଦ ଜନିତ ମୃତ୍ୟୁକୁ ନେଇ ଚେନ୍ନାଇରେ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ।

  • Tamil Nadu hooch tragedy | CB-CID to begin today an investigation into deaths due to consumption of spurious liquor in the state. ADSP Gomathi appointed Investigation Officer in the Villupuram case and ADSP Maheshwari is the Investigation Officer in Chengalpattu deaths.

    — ANI (@ANI) May 18, 2023 " class="align-text-top noRightClick twitterSection" data=" ">

ଖବରଅନୁସାରେ, ଗତକାଲି(ବୁଧବାର) ହୋଇଥିବା ବୈଠକରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଏନଫୋର୍ସମେଣ୍ଟ୍‌ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ବୈଠକରେ ମଦ ଚୋରାଚାଲାଣ ଉପରେ ରୋକ୍‌ ଲଗାଇବା ପାଇଁ ବିଶେଷ ଆଲୋଚନା ହୋଇଥିବା ନେଇ ସୁତ୍ରରୁ ଜଣାପଡିଛି । ବୁଧବାର ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀ ମଦ ଚୋରା ଚାଲାଣକୁ ରୋକିବା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଏକ ଟୋଲ୍‌ ଫ୍ରି' ନମ୍ବର ମଧ୍ୟ ଜାରି କରାଯାଇଛି । ୧୦୫୮୧ ଏହି ଟୋଲ୍‌ ଫ୍ରି' ନମ୍ବର ମାଧ୍ୟମରେ ମଦ ଚୋରାଚାଲାଣ ନେଇ ଖବର ଦେଇ ପାରିବେ । ପ୍ରତି ସୋମବାର ଦିନ ଗୃହ ସଚିବଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ରିପୋର୍ଟ ଦିଆଯିବା ଉଚିତ ବୋଲି ସେ କହିଛନ୍ତି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ କହିଛନ୍ତି, "ରାଜ୍ୟରେ ମଦ ମୃତ୍ୟୁ ରୋକିବା ସହ ବିଷାକ୍ତ ମଦ ଚାଲାଣ ରୋକିବା ପାଇଁ ପୋଲିସ ବିଭାଗର ତତ୍ପରତା ଆବଶ୍ୟକ । ପ୍ରତି ସୋମବାରରେ ଜିଲ୍ଲାସ୍ତରୀୟ ବୈଠକ କରାଯିବ । ଜିଲ୍ଲାପାଳଙ୍କ ସହ ପୋଲିସ ବିଭାଗ, ରାଜସ୍ବ ବିଭାଗ ଅଧିକାରୀ ଏବଂ ତାମିଲନାଡୁ ରାଜ୍ୟ ଅର୍ଥ ନିଗମ ଅଧିକାରୀଙ୍କୁ ନେଇ ଏହି ବୈଠକ କରାଯିବ ।"

ଏହା ମଧ୍ୟ ପଢନ୍ତୁ: ତାମିଲନାଡୁରେ ବିଷାକ୍ତ ମଦ ପିଇ 12 ମୃତ, 24ରୁ ଅଧିକ ଗୁରୁତର

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଏହାସହ ଲୋକଙ୍କ ମଧ୍ୟରେ ଡ୍ରଗ୍ସକୁ ନେଇ ସଚେତନତା ଆଣିବା ପାଇଁ ସ୍କୁଲ୍‌ ଏବଂ ବିଭିନ୍ନ ସ୍ଥାନରେ ସଚେତନାମୂଳକ କାର୍ଯ୍ୟକ୍ରମ କରାଯିବ । ମହିଳା ଏବଂ ଏନ୍‌ଜିଓ କର୍ମକର୍ତ୍ତାମାନେ ମଧ୍ୟ ଏଥିରେ ସାମିଲ ହେବେ । କାରଖାନାରେ ତିଆରି ହେଉଥିବା ମଦରେ ଇଥାନଲ ଏବଂ ମିଥାନଲ ଇପରେ ନଜର ରଖିବାର ଆବଶ୍ୟକତା ରହିଛି ।"

ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି କ୍ରାଇମବ୍ରାଞ୍ଚ ଏବଂ ସିଆଇଡି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ତଦନ୍ତ କରାଯାଉଛି । ଗୋମାଥି ଏବଂ ମାହେଶ୍ବରୀ ଦୁଇ ବରିଷ୍ଠ ଅଧିକାରୀ ଏଥରେ ସାମିଲ ରହିଛନ୍ତି । ଏହି ଦୁଇ ଅତିରିକ୍ତ ପୋଲିସ ଅଧିକାରୀଙ୍କୁ ଭିଲ୍ଲୁପୁରମ ଏବଂ ଛେଙ୍ଗାଲପାଟୁ ଜିଲ୍ଲାରେ ତଦନ୍ତରକାରୀ ଅଧିକାରି ଦାୟିତ୍ବ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.