ETV Bharat / bharat

ଦୁଇ କୋଭିଡ ଟିକାର ମିଶ୍ରଣ ରୋଗ ପ୍ରତିରୋଧକ ଶକ୍ତି ବଢାଏ: ଅକ୍ସଫୋଡ଼ - ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା

ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଏବଂ ଫାଇଜର-ବାୟୋଟେକର ମିଶ୍ରଣ କୋରୋନା ସହିତ ଲଢିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବଢାଇବ । ଉଭୟ ଟିକାର ମିଶ୍ରଣ କୋରୋନା ବିରୁଦ୍ଧରେ ଆଣ୍ଟିବଡିର ଭଲ ମାତ୍ରା ଉତ୍ପାଦନ କରେ । ଅଧିକ ପଢନ୍ତୁ...

ଦୁଇ କୋଭିଡ ଟିକାର ମିଶ୍ରଣ ରୋଗ ପ୍ରତିରୋଧକ ଶକ୍ତି ବଢାଏ: ଅକ୍ସଫୋଡ଼ ଅଧ୍ୟୟନ

author img

By

Published : Jun 29, 2021, 2:04 PM IST

ଲଣ୍ଡନ: ଜୁନ୍ 21 ରୁ ଦେଶରେ ଟୀକାକରଣ ଅଭିଯାନର ଏକ ନୂତନ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ଏହା ଅଧୀନରେ ଦେଶରେ 18 ବର୍ଷରୁ ଅଧିକ ପ୍ରତ୍ୟେକ ନାଗରିକଙ୍କୁ ମାଗଣା ଟିକା ଦିଆଯାଉଛି । ହେଲେ ଏପଟେ ଟିକା ଅଭାବ ହେତୁ ଅନେକ ରାଜ୍ୟରେ ଟୀକାକରଣ ବନ୍ଦ ରହିଛି । ଏହି ସମୟରେ, ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ବାରା ଏକ ଗବେଷଣା କରାଯାଇଥିଲା । ଏହାର ଅନୁସନ୍ଧାନ ଅନୁଯାୟୀ, ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଏବଂ ଫାଇଜର-ବାୟୋଟେକର ମିଶ୍ରଣ କୋରୋନା ସହିତ ଲଢିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବଢାଇବ । ଉଭୟ ଟିକାର ମିଶ୍ରଣ କୋରୋନା ବିରୁଦ୍ଧରେ ଆଣ୍ଟିବଡିର ଭଲ ମାତ୍ରା ଉତ୍ପାଦନ କରେ ।

କୁହାଯାଉଛି ଯେ ଏହି ଦୁଇ ମାତ୍ରା ଚାରି ସପ୍ତାହ ବ୍ୟବଧାନରେ ନେବା ଉଚିତ୍ । ବ୍ରିଟେନରେ ଥିବା com-CoV ଅଧ୍ୟୟନ ଅନୁଯାୟୀ, ଅକ୍ସଫୋର୍ଡ ଏବଂ ଫାଇଜର ଟିକା ଗୁଡ଼ିକର ଏକ ‘ମିକ୍ସ ଆଣ୍ଡ ମ୍ୟାଚ୍’ ମିଶ୍ରଣକୁ ପରୀକ୍ଷା କରାଯାଇଥିଲା । ଯାହା ଦ୍ବାରା ଏହି ଟିକାଗୁଡ଼ିକ ପରସ୍ପର ସ୍ଥାନରେ କେତେ ପରିମାଣରେ ବ୍ୟବହାର କରାଯାଇପାରିବ ତାହା ଜଣାପଡ଼ିବ ।

50 ଏବଂ ତଦୁର୍ଦ୍ଧ ବୟସର 850 ସ୍ବେଚ୍ଛାସେବୀଙ୍କ ମଧ୍ୟରେ ଚାରି ସପ୍ତାହରେ ପୃଥକ ଭାବରେ ଡୋଜ୍ ଦେବା ଉପରେ ଦୃଷ୍ଟି ରଖିଥିବା କମ-କୋଭ୍ ଅଧ୍ୟୟନରୁ ଜଣାପଡିଛି ଯେ, ଏକ ଆଷ୍ଟ୍ରାଜେନେକା, ଫାଇଜର ତୁଳନାରେ ଅଧିକ ଆଣ୍ଟିବଡି ସୃଷ୍ଟି କରେ । ସେହିପରି ଆଷ୍ଟ୍ରାଜେନେକା ଅପେକ୍ଷା ଫାଇଜର ଅଧିକ ଟି ସେଲ ସୃଷ୍ଟି କରିଥାଏ ​​। ରିପୋର୍ଟରେ କୁହାଯାଇଛି ଯେ ଏହି ଦୁଇଟି ମିଶ୍ରଣ ଆଷ୍ଟ୍ରା ଜେନେକାର ଦୁଇ ଡୋଜ ଅପେକ୍ଷା ଅଧିକ ଆଣ୍ଟିବଡି ସୃଷ୍ଟି କରିଥିଲା ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.