ETV Bharat / bharat

ବ୍ରିଗେଡ ଗ୍ରାଉଣ୍ଡରେ ବିଜେପିରେ ସାମିଲ ହେଲେ ମିଥୁନ

author img

By

Published : Mar 7, 2021, 1:12 PM IST

Updated : Mar 7, 2021, 1:40 PM IST

ବ୍ରିଗେଡ ଗ୍ରାଉଣ୍ଡରେ ବିଜେପିରେ ସାମିଲ ହେଲେ ମିଥୁନ
ବ୍ରିଗେଡ ଗ୍ରାଉଣ୍ଡରେ ବିଜେପିରେ ସାମିଲ ହେଲେ ମିଥୁନ

13:10 March 07

ପଦ୍ମ ଧରିଲେ ମିଥୁନ

କୋଲକାତା: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ । ପଦ୍ମ ଧରିଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ଗତ କିଛି ଦିନ ଧରି ଲାଗି ରହିଥିବା ଚର୍ଚ୍ଚାର ଅବସାନ କରି ଗେରୁଆ ରଙ୍ଗରେ ରଙ୍ଗେଇ ହୋଇଛନ୍ତି ମିଥୁନ ଦା’ । ଆଜି ବ୍ରିଗେଡ ଗ୍ରାଉଣ୍ଡରେ ବିଶାଳ ରାଲିରେ ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ଘୋଷଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଲେ  ମିଥୁନ ଚକ୍ରବର୍ତ୍ତୀ । ଏହାସହ ବିଜେପି ରାଜ୍ୟ  ବିଜେପିର ଜାତୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟଭର୍ଗିଆ ଓ ବିଜେପି ଉପସଭାପତି ମୁକୁଲ ରଏ ଓ ଶୁଭେନ୍ଦୁ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।  

ଏହା ପୂର୍ବରୁ ବିଜେପିର ଜାତୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟଭର୍ଗିଆ ଶନିବାର ବିଳମ୍ବିତ ରାତିରେ କୋଲକାତାର ବେଲାଗାଚିଆରେ ଅଭିନେତା ମିଥୁନ ଦାଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ତାଙ୍କର ଦେଶପ୍ରେମ ଏବଂ ଗରିବଙ୍କ ପ୍ରତି ଥିବା ଭଲପାଇବା ଜାଣି ମତେ ବହୁତ ଖୁସି ଅନୁଭବ ହୋଇଛି ବୋଲି କହିଥିଲେ କୈଳାଶ ବିଜୟଭର୍ଗିଆ ।  

ଆଉ କିଛି ସମୟ ମଧ୍ୟରେ ବ୍ରିଗେଡ ଗ୍ରାଉଣ୍ଡରେ ବିଶାଳ ରାଲିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି । ବ୍ରିଗେଡ ଗ୍ରାଉଣ୍ଡରେ ବିଶାଳ ଜନସମାବେଶ ଦେଖିବାକୁ ମିଳିଛି । ଏଠାରେ କହିରଖୁଛୁ ଯେ ପୂର୍ବରୁ 70 ବର୍ଷୀୟ ମିଥୁନ ଚକ୍ରବର୍ତ୍ତୀ ଦୁଇ ବର୍ଷ ପାଇଁ ଟିଏମସିର ରାଜ୍ୟ ସଭା ସାଂସଦ ଭାବରେ କାର୍ଯ୍ୟ ତୁଲାଇଥିଲେ ।  

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ 294 ବିଧାନସଭା ଆସନ ପାଇଁ ମାର୍ଚ୍ଚ 27 ରୁ ଆରମ୍ଭ ହେବ ନିର୍ବାଚନ। ମୋଟ 8ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଏଥର ଟିଏମସି, କଂଗ୍ରେସ-ବାମପନ୍ଥୀ ଦଳ ଏବଂ ବିଜେପି ସହିତ ଏକ ତ୍ରିକୋଣୀୟ ପ୍ରତିଯୋଗିତାର ଦେଖିବାକୁ ମିଳିବ ।  

Last Updated : Mar 7, 2021, 1:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.