ETV Bharat / bharat

ନିଖୋଜ MiG-29K ପାଇଲଟଙ୍କ ମୃତଦେହ ସମୁଦ୍ରରୁ ଉଦ୍ଧାର କଲା ନୌସେନା - MiG-29K pilot

ନିଖୋଜ ମିଗ୍‌-29କେ ପାଇଲଟ କମାଣ୍ଡର ନିଶାନ୍ତ ସିଂହଙ୍କ ମୃତ ଦେହ ସମୁଦ୍ରରୁ 70 ମିଟର ତଳୁ ଉଦ୍ଧାର କରିଛି ନୌସେନା । ଅଧିକ ପଢନ୍ତୁ...

ନିଖୋଜ MiG-29K ପାଇଲଟଙ୍କ ମୃତ ଦେହ ସମୁଦ୍ରରୁ ଉଦ୍ଧାର କଲା ନୌସେନା

author img

By

Published : Dec 7, 2020, 8:20 PM IST

ନୂଆଦିଲ୍ଲୀ: ନିଖୋଜ ମିଗ୍‌-29କେ ପାଇଲଟ କମାଣ୍ଡର ନିଶାନ୍ତ ସିଂହଙ୍କ ମୃତ ଦେହ ଉଦ୍ଧାର ହୋଇଛି । ସମୁଦ୍ରରୁ 70 ମିଟର ତଳୁ କମାଣ୍ଡର ନିଶାନ୍ତ ସିଂହଙ୍କ ମତ ଦେହ ଖୋଜି ପାଇଛି ଭାରତୀୟ ନୌସେନା ।

ନୌସେନାର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ MiG-29K ପାଇଲଟ କମାଣ୍ଡର ନିଶାନ୍ତ ସିଂହଙ୍କ ମୃତଦେହ ସମୁଦ୍ର ଭିତରେ 70 ମିଟର ତଳୁ ଉଦ୍ଧାର କରାଯାଇଛି । ବହୁତ ଖୋଜାଖୋଜି କରିବା ପରେ ଗୋଆ ଉପକୂଳରୁ 30 ମାଇଲ ଦୂରରେ ପାଇଲଟଙ୍କ ମୃତ ଦେହା ନୌସେନା ଉଦ୍ଧାର କରିଥିଲା । ଆରବ ସାଗର ଉପରେ ଉଡାଣ ସମୟରେ ନଭେମ୍ବର 26ରେ ଉୁର୍ଘଟଣାଗ୍ରସ୍ତ ହୋଇଥିଲା ମିଗ୍‌-29କେ ଯୁଦ୍ଧ ବିମାନ ।

ଋଷ ଦ୍ବାରା ନିର୍ମିତ ମିଗ୍‌-29କେ ଜେଟ୍‌ ଆଇଏନଏସ ବିକ୍ରମାଦିତ୍ୟରୁ ଉଡାଣ ଭରିଥିଲା । ତେବେ 26 ନଭେମ୍ବର ସଂଧ୍ୟା 5ଟାରେ ଏହା ସମୁଦ୍ରରେ ଖସିପଡିଥିଲା । ଏଥିରେ ଥିବା 2 ଜଣ ପାଇଲଟଙ୍କୁ ଖୋଜିବା ପାଇଁ ନୌସେନା ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚଅପରେସନ । ତେବେ ସୌଭାଗ୍ୟବସତଃ ଜଣେ ପାଇଲଟ ନିଜକୁ ଉଦ୍ଧାର କରିବାରେ ସମର୍ଥ ହୋଇଥିବା ବେଳେ ବହୁ ଖୋଜିବା ସତ୍ତ୍ବେ କମାଣ୍ଡର ନିଶାନ୍ତ ସିଂହଙ୍କ ସନ୍ଧାନ ମିଳିନଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.